/odishatv-khabar/media/post_attachments/uploadimage/library/16_9/16_9_0/crime_1675655497.jpg)
crime
ଏକତରଫା ପ୍ରେମିକର ଉନ୍ମତ କାଣ୍ଡ । ମଥାରେ ସିନ୍ଦୂର ନାଇ ନୂଆ ଜୀବନର ସ୍ୱପ୍ନ ଦେଖୁଥିବା ଯୁବତୀଙ୍କୁ ବେଦୀ ଉପରେ ଗୁଳିମାଡ଼ । ମୋର ହେଲାନି ତ କାହାର ହେବାକୁ ଦେବିନି କହି ଗୁଳି ମାରିଦେଲା ପ୍ରେମିକ । ପାକିସ୍ତାନର ରାୱଲପିଣ୍ଡି ସହରରେ ଏପରି ଏକ ଘଟଣା ଘଟିଛି । ଗୁଳିମାଡ଼ ପରେ କନ୍ୟାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାହା ମଣ୍ଡପରେ ଧୁମଧାମରେ ରୀତିନୀତି ହେଉଥିବା ବେଳେ ଅଭିଯୁକ୍ତ ଏପରି କାଣ୍ଡ ଘଟାଇଛି ପ୍ରେମିକ । ଏହି ଘଟଣା ପରେ ଅତିଥିମାନେ ସଶସ୍ତ୍ର ଅଭିଯୁକ୍ତକୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି ।
ପୋଲିସ ସୂଚନା ଅନୁସାରେ, ଯୁବକ ଜଣକ ସଂପୃକ୍ତ ଯୁବତୀଙ୍କୁ ବିବାହ କରିବାକୁ ଚାହୁଁଥିଲେ । ହେଲେ ଝିଅ ଘର ପରିବାର ଏଥିରେ ରାଜି ହୋଇନଥିଲେ । ଆଉ ଝିଅର ଅନ୍ୟଆଡ଼େ ବିବାହ ଠିକ୍ କରିଦେଥିଲେ । ବିବାହ ପ୍ରସ୍ତାବ ଖଣ୍ଡନ କରିବା ପରେ ଯୁବକ ଜଣକ ରକ୍ତ ଚାଉଳ ଚୋବାଉଥିଲା । ସବୁ ଦିନ ପାଇଁ ଯୁବତୀଙ୍କୁ ହଟାଇ ଦେବା ପାଇଁ ଯୋଜନା କରିଥିଲା ।
ଅଧିକ ପଢ଼ନ୍ତୁ: ହୋଟେଲରେ ରାତି କାଟିବାକୁ ମନା କରିବାରୁ ପ୍ରେମିକାକୁ ତଣ୍ଟି ଚିପି ମାରିଦେଲା ପ୍ରେମିକ
ଆଉ ଯୋଜନା ମୁତାବକ ବୋହୂ ବେଶରେ ସଜ ହୋଇ କନ୍ୟା ବସିଥିବା ବେଳେ ବିନା ଡାକରାରେ ମଣ୍ଡପରେ ପହଞ୍ଚି ଯାଇଥିଲା ଏକତରଫା ପ୍ରେମିକ । ବିବାହର ଭିଡ଼ଭାଡ଼ରେ କେହି ତା’ ଉପରକୁ ଧ୍ୟାନ ଦେଇନଥିଲେ । ଆଉ ସେ ବେଦୀ ପାଖରେ ପହଞ୍ଚିବା ପରେ ତୁରନ୍ତ ପକେଟରୁ ବନ୍ଧୁକ ବାହାର କରି କନ୍ୟାକୁ ଗୁଳି ମାରିଥିଲା । ସୌଭାଗ୍ୟବଶତଃ ଯୁବତୀଙ୍କ ଜୀବନ ବଞ୍ଚିଯାଇଛି । ସେ ଆହତ ହୋଇଥିବା ବେଳେ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି । ଏବେ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରୁଛି ପୋଲିସ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)