Advertisment

ମହାକାଳ ମନ୍ଦିରରେ ଅଗ୍ନିକାଣ୍ଡ; ଭସ୍ମ ଆଳତି ବେଳେ ଗର୍ଭଗୃହରେ ଲାଗିଲା ନିଆଁ, ୧୩ ଆହତ

ଭସ୍ମ ଆଳତି ବେଳେ ଅବିର ପକାଯିବାରୁ ତତ୍‌କ୍ଷଣାତ ସେଥିରୁ ନିଆଁ ବ୍ୟାପିଥିବା କୁହାଯାଉଛି। ଆହତ ମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

author-image
Manoranjan Behera
ଅଦ୍ୟତନ ହୋଇଛି
Ujjain Mahakal Temple Fire

Mahakal Temple Ujjain

ମଧ୍ୟପ୍ରଦେଶର ଉଜ୍ଜୟିନୀ ମହାକାଳ ମନ୍ଦିରରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଏଥିରେ ୧୩ ଜଣ ଗୁରୁତର ହୋଇଛନ୍ତି। ଆହତଙ୍କ ମଧ୍ୟରେ କିଛି ମନ୍ଦିର ପୂଜକ ଥିବା ସୂଚନା ମିଳିଛି। ଭସ୍ମ ଆଳତି ବେଳେ ଗର୍ଭଗୃହରେ ନିଆଁ ଲାଗି ଏପରି ଅଘଟଣ ଘଟିଥିବା ଜଣାପଡିଛି। ଗର୍ଭଗୃରେ ପୂଜା ଚାଲିଥିବା ବେଳେ ବହୁ ଶ୍ରଦ୍ଧାଳୁଙ୍କ ସହ ପୂଜକ ବି ମନ୍ଦିରରେ ଉପସ୍ଥିତ ଥିଲେ।

Advertisment

ଭସ୍ମ ଆଳତି ବେଳେ ଅବିର ପକାଯିବାରୁ ତତ୍‌କ୍ଷଣାତ ସେଥିରୁ ନିଆଁ ବ୍ୟାପିଥିବା କୁହାଯାଉଛି। ଆହତ ମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଗ୍ନିକାଣ୍ଡର ତଦନ୍ତ ଚାଲିଥିବା ଉଜ୍ଜୟିନୀ ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ନିଆଁକୁ ଆୟତ୍ତ କରାଯାଇଛି। ଏହି ଅଗ୍ନିକାଣ୍ଡରେ ଲୋକମାନେ ସାମାନ୍ୟ ଦଗ୍ଧ ହୋଇଥିବା ସେ କହିଛନ୍ତି। ଏଥିରେ କେହି ଗୁରୁତର ଆହତ ହୋଇନାହାନ୍ତି।

ଅଧିକ ପଢ଼ନ୍ତୁ: ମୋବାଇଲ୍ ଫାଟିବା ପରେ ଜଳିଗଲା ଘର...୪ଭାଇଭଉଣୀ ଜୀବନ୍ତ ଦଗ୍ଧ, ବାପା-ମା’ ଗୁରୁତର

Advertisment

ସୂଚନା ଅନୁଯାୟୀ, ଭସ୍ମ ଆଳତୀ ବେଳେ ଗର୍ଭଗୃହରେ ନିଆଁ ଲାଗିଯାଇଥିଲା। ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ବିଶ୍ୱ ପ୍ରସିଦ୍ଧ ମହାକାଳେଶ୍ୱରଙ୍କ ପରିସରରେ ରବିବାର ସନ୍ଧ୍ୟାରୁ ହୋଲି ପର୍ବ ଆରମ୍ଭ ହୋଇଥିଲା। ହଜାର ହଜାର ଶ୍ରଦ୍ଧାଳୁ ସନ୍ଧ୍ୟା ଆଳତୀରେ ବାବା ମହାକାଳଙ୍କ ସହ ଅଭିର ସହ ହୋଲି ଖେଳିଥିଲେ। ଏହାପରେ ମହାକାଳ ପ୍ରାଙ୍ଗଣରେ ହୋଲିକା ଦହନ କରାଯାଇଥିଲା।

Mahakal Temple Ujjain Fire Breaks Out
Advertisment
Advertisment