/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652587133.jpg)
Delhi Plastic Factory
ପୁଣି ଦିଲ୍ଲୀରେ ଅଗ୍ନିକାଣ୍ଡ ! ପଶ୍ଚିମ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନ ନିକଟରେ ହୋଇଥିବା ଅଗ୍ନିକାଣ୍ଡ ବିଭିଷିକା ମନରୁ ନ ଯାଉଣୁ ପୁଣି ଦିଲ୍ଲୀର ନରେଲା ସ୍ଥିତ ଏକ ପ୍ଲାଷ୍ଟିକ ଫ୍ୟାକ୍ଟ୍ରିରେ ହୋଇଛି ଭୟବହ ଅଗ୍ନିକାଣ୍ଡ । ଶିନବାର ରାତି ପ୍ରାୟ ୯ଟା ୧୦ ସମୟରେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିବା ନେଇ ଅଗ୍ନିଶମ ବିଭାଗକୁ ଫୋନ ଆସିଥିଲା । ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ।
ନିଆଁ ଲିଭା କାମରେ ପ୍ରଥମେ ୧୨ଟି ଦମକଳ ନିୟୋଜିତ ହୋଇଥିଲେ । ହେଲେ ନିଆଁର ପ୍ରକୋପ ଏତେ ଥିଲା ଯେ, ଏତିକି ଦମକଳ ଟିମ୍ ତାକୁ ଆୟତ୍ତ କରିବାରେ ଫେଲ୍ ମାରିଥିଲେ । ତେଣୁ ପରେ ପୁଣି ଅଧିକ ଦମକଳ ଟିମ୍ ପହଞ୍ଚିଥିଲେ । ପରେ ପାଖାପାଖି ୧୫ରୁ ୧୭ଟି ଦମକଳ ଟିମ୍ ନିଆଁଲିଭା କାମରେ ନିୟୋଜିତ ହୋଇଥିଲେ । ଏମିତିକି ନିଆଁ ଲିଭା କାର୍ଯ୍ୟରେ ପ୍ରାୟ ୨୭ରୁ ୨୯ଟି ଦମକଳ ବାହିନୀ ଗାଡ଼ି, ନିଆଁକୁ ଆୟତ୍ତ କରିବା ପାଇଁ ନିୟୋଜିତ ହୋଇଥିଲା ।
ତେବେ ଏଥିରେ କାହାର ମୃତହତ ସୂଚନା ନାହିଁ ବୋଲି କହିଛନ୍ତି ଦିଲ୍ଲୀ ଫାୟର ସର୍ଭିସ ମୁଖ୍ୟ ଅତୁଲ ଗର୍ଗ । ଏହାସହ ଫ୍ୟାକ୍ଟ୍ରିରେ କେହି ନଥିବା ବେଳେ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ବୋଲି ସେ କହିଛନ୍ତି । ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ନିଆଁକୁ ଆୟତ୍ତ କରିବା ପରେ ଏହାର ଯା଼ଞ୍ଚ ହେବ ବୋଲି ସେ କହିଛନ୍ତି ।
Delhi | Fire fighting operation continues after a fire broke out at a plastic granulation factory in Narela Industrial area last night
We're unable to enter inside. We're dousing the fire from outside. It is expected to be controlled in next 2-3 hours: ADO AK Sharma, Fire Dept pic.twitter.com/HHaE0BW5nV
— ANI (@ANI) May 15, 2022
ସେପଟେ ଦିଲ୍ଲୀ ସହରର ଉପକଣ୍ଠରେ ଥିବା ସବଦା ଅଞ୍ଚଳରେ ବିଳମ୍ବିତ ରାତିରେ ଏକ ଫାର୍ମରେ ନିଆଁ ଲାଗି ୨୨ରୁ ଅଧିକ ଗୋରୁ ଜୀବନ୍ତ ଜଳି ଯାଇଛନ୍ତି । ୧୦ ଦମକଳ ବାହିନୀ ନିଆଁ ଲିଭା କାମରେ ନିୟୋଜିତ ହୋଇ ନିଆଁକୁ ଆୟତ୍ତ କରିଥିଲେ । ଏନେଇ ଫାର୍ମ ମାଲିକ ଥାନାରେ ଏକ ଏତଲା ଦେଇଛନ୍ତି । ବାରମ୍ବାର ଦିଲ୍ଲୀରେ ହେଉଥିବା ଅଗ୍ନିକାଣ୍ଡ ପରେ ଅଗ୍ନି ନିରାପତ୍ତା ନେଇ ଲୋକେ କେତେ ସଚେତନ ସେନେଇ ଯାଞ୍ଚ ହେବ ବୋଲି ଦିଲ୍ଲୀ ଫାୟାର ଚିଫ୍ କହିଛନ୍ତି ।
ଦିଲ୍ଲୀରେ ଗତକାଲି ମଧ୍ୟ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଅକାଳରେ ଚାଲିଗଲା ୩୦ରୁ ଅଧିକ ଜୀବନ । ପଶ୍ଚିମ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନ ନିକଟରେ ଧ୍ୱସଂସ୍ତୁପ ପାଲଟିଗଲା ତିନି ମହଲା କୋଠା । ଶୁକ୍ରବାର ଅପରାହ୍ଣ ପ୍ରାୟ ୪ଟା ୪୦ରେ ଏଭଳି ଘଟଣା ଘଟିଥିଲା । କୁହାଯାଉଛି, କୋଠାର ତଳ ମହଲାରେ ଥିବା ସିସିଟିଭି ଓ ରାଉଟର ନିର୍ମାଣକାରୀ ସଂସ୍ଥା କାର୍ଯ୍ୟାଳୟରୁ ହିଁ ଲାଗିଥିଲା ନିଆଁ। ଖବରପାଇ ଘଟଣାସ୍ଥଳକୁ ଯାଇଥିଲା ୧୦ଟି ଦମକଳ ଟିମ୍ । ହେଲେ ଘଣ୍ଟା ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ ସତ୍ତ୍ୱେ ନିଆଁ ନିୟନ୍ତ୍ରଣକୁ ଆସିନଥିଲା ବରଂ ତଳ ମହଲାରୁ ମଝି ଓ ପରେ ଉପର ମହାଲାକୁ ବ୍ୟାପିଯିବା ସହ ଭୟଙ୍କର ରୂପ ଧାରଣ କରିଥିଲା ।
ତେବେ NDRF ଟିମ୍ ପହଞ୍ଚିବା ପରେ ରାତି ୧୦ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ଏପଟେ କୋଠାରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ପ୍ରାଣମୁର୍ଚ୍ଛା ଉଦ୍ୟମସତ୍ତ୍ୱେ ସମସ୍ତଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା। ନିଆଁରେ ପୋଡ଼ି ଓ ଧୂଆଁରେ ଅଣନିଶ୍ୱାସୀ ହୋଇ ଚାଲିଯାଇଛି ୩୦ରୁ ଅଧିକ ଜୀବନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)