• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶ୍ରୀନଗର ସ୍ଥିତ ITBP (ଇଣ୍ଡୋ-ତିବେତିଆନ୍‌ ବର୍ଡର ପୋଲିସ) କ୍ୟାମ୍ପସରେ ବଡ଼ ଧରଣର ଅଗ୍ନିକାଣ୍ଡ । ଶନିବାର ସନ୍ଧ୍ୟାରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଏନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ପ୍ରଥମେ କ୍ୟାମ୍ପସ ଭିତରେ ଥିବା ପାନ୍ଥ ଚୌକ ଅଞ୍ଚଳରେ ଏକ ଟିଣ ଛପର ସେଡ୍‌ରେ ନିଆଁ ଲାଗିଥିଲା । ସେଠାରେ କେବଳ ବିଭିନ୍ନ ପ୍ରକାର ସରଞ୍ଜାମ ଓ ପୋଷାକପତ୍ର ରଖାଯାଉଥିଲା ।

ସେଠାରେ ବିଦ୍ୟୁତ ସର୍ଟସର୍କିଟ୍‌ ଯୋଗୁଁ ନିଆଁ ଲାଗିଛି ବୋଲି ଅଧିକାରୀ ସୂଚନା ଦେଇଛନ୍ତି । ଆଖି ପିଛୁଳାକେ ଏହି ନିଆଁ ୫୦ ଫୁଟ୍‌ ଲମ୍ବା ସେଡ୍‌ରେ ବ୍ୟାପିଯାଇଥିଲା । ଚାରିଆଡ଼େ ନିଆଁ ଲାଗି ସବୁ ଜଳିପୋଡ଼ି ଯାଇଛି ।

ତେବେ ନିଆଁ ଲାଗିଥିବା ନେଇ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।ପୋଲିସ ଏବଂ ଆଟିବିପି ଅଧିକାରୀ ତଥା ଅନ୍ୟ କର୍ମଚାରୀ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ନିଆଁ ଲିଭା କାର୍ଯ୍ୟରେ ସହଯୋଗ କରିଥିଲେ । ସବୁଠାରୁ ବଡ଼ କଥା ହେଲା, ଏହି ଅଗ୍ନିକାଣ୍ଡରେ କୌଣସି ଜୀବନ ହାନୀ ହୋଇନାହିଁ କିମ୍ବା କେହି ଆହତ ହୋଇନାହାନ୍ତି ।