• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିଲ୍ଲୀରେ ପୁଣି ଭୟଙ୍କର ଅଗ୍ନିକାଣ୍ଡ । ନରେଲା ଶିଳ୍ପାଞ୍ଚଳ ସ୍ଥିତ ଏକ ଚପଲ ଫ୍ୟାକ୍ଟ୍ରିରେ ନିଆଁ ଲାଗି ଜଳିଯାଇଛି । ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ୯ଟି ଦମକଳ ବାହିନୀ ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛନ୍ତି । ରାତି ପ୍ରାୟ ସାଢ଼େ ୮ଟାରେ ଏହି ଘଟଣା ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଅଗ୍ନିକାଣ୍ଡରେ କୌଣସି ମୃତାହତ ହୋଇଥିବା ନେଇ ସୂଚନା ମିଳିପାରିନି ।

ଗତ ଶୁକ୍ରବାର ମୁଣ୍ଡକାରେ ନିଆଁ ଲାଗି ପ୍ରାୟ ୩୦ ଜଣଙ୍କ ପ୍ରାଣହାନୀ ହୋଇଥିବାବେଳେ ବହୁ ଲୋକ ଆହତ ହୋଇଥିଲେ । ଏହି ଘଟଣା ପରେ ସାରା ଦେଶରେ ଅଗ୍ନି ନିର୍ବାପନ ବ୍ୟବସ୍ଥାକୁ ନେଇ ଦେଖାଦେଇଥିଲା ତତ୍ପରତା । ସେହିଭଳି ଶିନବାର ମଧ୍ୟ ଦିଲ୍ଲୀର ନରେଲା ସ୍ଥିତ ଏକ ପ୍ଲାଷ୍ଟିକ ଫ୍ୟାକ୍‌ଟ୍ରିରେ ଭୟବହ ଅଗ୍ନିକାଣ୍ଡ ହୋଇଥିଲା । ଶିନବାର ରାତି ପ୍ରାୟ ୯ଟା ୧୦ ସମୟରେ ଫ୍ୟାକ୍‌ଟ୍ରିରେ ନିଆଁ ଲାଗିଥିବା ନେଇ ଅଗ୍ନିଶମ ବିଭାଗକୁ ଫୋନ ଆସିଥିଲା । ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । 

ନିଆଁ ଲିଭା କାମରେ ପ୍ରଥମେ ୧୨ଟି ଦମକଳ ନିୟୋଜିତ ହୋଇଥିଲେ । ହେଲେ ନିଆଁର ପ୍ରକୋପ ଏତେ ଥିଲା ଯେ, ଏତିକି ଦମକଳ ଟିମ୍‌ ତାକୁ ଆୟତ୍ତ କରିବାରେ ଫେଲ୍‌ ମାରିଥିଲେ । ତେଣୁ ପରେ ପୁଣି ଅଧିକ ଦମକଳ ଟିମ୍‌ ପହଞ୍ଚିଥିଲେ । ପରେ ପାଖାପାଖି ୧୫ରୁ ୧୭ଟି ଦମକଳ ଟିମ୍‌ ନିଆଁଲିଭା କାମରେ ନିୟୋଜିତ ହୋଇଥିଲେ । ଏମିତିକି ନିଆଁ ଲିଭା କାର୍ଯ୍ୟରେ ପ୍ରାୟ ୨୭ରୁ ୨୯ଟି ଦମକଳ ବାହିନୀ ଗାଡ଼ି, ନିଆଁକୁ ଆୟତ୍ତ କରିବା ପାଇଁ ନିୟୋଜିତ ହୋଇଥିଲା ।