Advertisment

୫୦୦ ଟଙ୍କା ଦେଇ ଜେଲ୍‌ରେ କଟାଇ ପାରିବେ ଗୋଟିଏ ରାତି

ଅନେକ ପର୍ଯ୍ୟଟନ ବିଷୟରେ ଶୁଣିଥିବେ, ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଦେଖିଥିବେ। ହେଲେ ଜେଲ ପର୍ଯ୍ୟଟନ ବିଷୟରେ କେବେ ଶୁଣିଛନ୍ତି  ? ବୋଧହୁଏ ଶୁଣି ନ ଥିବେ।  ଜେଲକୁ ତ କଏଦୀ ଯାଆନ୍ତି। ହେଲେ ପର୍ଯ୍ୟଟକ କାହିଁକି  ଯିବେ ? ଏଠି ଏମିତି  କି ସୌନ୍ଦର୍ଯ୍ୟ ରହିଛି ? ଉପଭୋଗ କରିବା ପରି ଏଠି କ’ଣ ଏମିତି ଅଛି ? ଏମିତି ଅନେକ ପ୍ରଶ୍ନ ଆସିବା ସ୍ୱାଭାବିକ । କିଛି ଥାଉ ବା ନ ଥାଉ, ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ଏମିତି ଜେଲ ପର୍ଯ୍ୟଟନର ପ୍ରଚାର ଆଉ ପ୍ରସାର କରାଯାଉଛି ଆଉ ସବୁଆଡେ ଏହାକୁ ବେଶ ପ୍ରଶଂସା ବି କରାଯାଉଛି।

author-image
Minati Mishra
ଅଦ୍ୟତନ ହୋଇଛି
'Real Jail' Experience at For ₹ 500 Per

'Real Jail' Experience at For ₹ 500 Per Night

ଅନେକ ପର୍ଯ୍ୟଟନ ବିଷୟରେ ଶୁଣିଥିବେ, ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଦେଖିଥିବେ। ହେଲେ ଜେଲ ପର୍ଯ୍ୟଟନ ବିଷୟରେ କେବେ ଶୁଣିଛନ୍ତି  ? ବୋଧହୁଏ ଶୁଣି ନ ଥିବେ।  ଜେଲକୁ ତ କଏଦୀ ଯାଆନ୍ତି। ହେଲେ ପର୍ଯ୍ୟଟକ କାହିଁକି  ଯିବେ ?  ଏଠି ଏମିତି  କି ସୌନ୍ଦର୍ଯ୍ୟ ରହିଛି ? ଉପଭୋଗ କରିବା ପରି ଏଠି କ’ଣ  ଅଛି ? ଏମିତି ଅନେକ ପ୍ରଶ୍ନ ଆସିବା ସ୍ୱାଭାବିକ । କିଛି ଥାଉ ବା ନ ଥାଉ, ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ଏମିତି ଜେଲ ପର୍ଯ୍ୟଟନର ପ୍ରଚାର ଆଉ ପ୍ରସାର କରାଯାଉଛି ଆଉ ସବୁଆଡେ ଏହାକୁ ବେଶ ପ୍ରଶଂସା ବି କରାଯାଉଛି।

Advertisment

ଉତ୍ତରାଖଣ୍ଡର ହଲଡ୍ୱାନୀ ସରକାରଙ୍କ ପକ୍ଷରୁ ଏପରି ଏକ ବିଚିତ୍ର ପଦକ୍ଷେପ ନିଆଯାଇଛି। ଆମେ ଜାଣୁ ଜେଲ ନାଁ ଶୁଣିଲେ ସମସ୍ତଙ୍କ ଆଖିରୁ ନିଦ ହଜିଯାଏ । ତଥାପି କିଛି ବ୍ୟକ୍ତି ସ୍ୱେଚ୍ଛାକୃତ ଭାବେ ଜେଲ ଯିବାକୁ ଚାହାଁନ୍ତି।  ଜ୍ୟୋତିଷଙ୍କ କହିବା ଅନୁଯାୟୀ କିଛି ବ୍ୟକ୍ତିଙ୍କ ଭାଗ୍ୟରେ ବନ୍ଧନ ଦୋଷ ଥାଏ। ଏହି ବନ୍ଧନ ଦୋଷ କଟାଇବା ପାଇଁ ଜେଲରେ ରହିବା ପାଇଁ ପରାମର୍ଶ ଦିଆଯାଇଥାଏ। ଏପରି ବ୍ୟକ୍ତିମାନେ ଦୋଷ କଟାଇବା ପାଇଁ ଗୋଟିଏ ଦିନ ଜେଲରେ ରହିବାକୁ ଚାହିଁଥାନ୍ତି। ତେଣୁ ହଲଡ୍ୱାନୀ ସରକାରଙ୍କ ପକ୍ଷରୁ ଏମିତି ଏକ ବ୍ୟବସ୍ଥା କରାଯାଇଛି। ୫୦୦ ଟଙ୍କା ଦେଲେ ଗୋଟିଏ ରାତି ଜଣେ ଜେଲ୍‌ ଭିତରେ କଟାଇ ପାରିବ। ସେତିକି ନୁହେଁ, ଯିଏ ବି ଜେଲ ଅନୁଭୂତି ସାଉଁଟିବାକୁ ଚାହୁଁଥିବ ସେ ରାତିକୁ ୫୦୦ ଟଙ୍କା ଦେଇ ଏଠାରେ ରହିପାରିବ।

୧୯୦୩ ମସିହାରୁ ତିଆରି ହୋଇଥିବା ଏହି ଜେଲ୍‌ରେ କିଛି କୋଠରୀକୁ ଏବେ ଗେଷ୍ଟ ହାଉସ ଭାବେ ବ୍ୟବହାର କରାଯାଉଛି । ଏପରି ପର୍ଯ୍ୟଟକମାନଙ୍କୁ ରଖିବା ପାଇଁ ବରିଷ୍ଠ ଅଫିସରମାନଙ୍କର ମଧ୍ୟ ଅନୁମତି ରହିଛି। ଏଠାରେ ରହୁଥିବା ବ୍ୟକ୍ତିଙ୍କୁ କଏଦୀଙ୍କ ୟୁନିଫର୍ମ ପିନ୍ଧିବାକୁ ଦିଆଯିବ ଏବଂ କଏଦୀଙ୍କ କିଚେନରେ ତିଆରି ହେଉଥିବା ଖାଦ୍ୟ ଖାଇବାକୁ ଦିଆଯିବ ବୋଲି କହିଛନ୍ତି ଜେଲ ସୁପରିଣ୍ଟେଣ୍ଡଣ୍ଟ ସତୀଶ ସୁଖିଜା ।

Advertisment

ଜେଲ୍‌ରେ କିଛି ପରିତ୍ୟକ୍ତ ଗୃହ ରହିଛି ଯାହାର ନବୀକରଣ କରାଯାଇ ଜେଲ୍‌ର ଡମି ଭାବେ ପ୍ରସ୍ତୁତ କରାଯାଇଛି। ଏଠାରେ କଏଦୀଙ୍କ ପରି ପୋଷାକ ଓ ଅନ୍ୟାନ୍ୟ ଜିନିଷ ଉପଲବ୍ଧ ହେବ। ୫୦୦ ଟଙ୍କାରେ ଗୋଟିଏ ରାତି ପାଇ ଜଣେ କଏଦୀର ଅନୁଭୂତି ପାଇବ, ତା ସହ ବନ୍ଧନ ଦୋଷ ମଧ୍ୟ କଟିଯିବ। ହଲଡ୍ୱାନୀ ସରକାରଙ୍କ ଏପରି ଉଦ୍ୟମକୁ ବିଭିନ୍ନ ସ୍ତରରେ ବେଶ ପ୍ରଶଂସା କରାଯାଇଛି।

Tourism Prisoners
Advertisment
Advertisment