Advertisment

ପୁଅର ମୃତଦେହକୁ ବାଇକ୍‌ ଡିକିରେ ବୋହିଲେ ବାପା

ଯଦି ଯାଞ୍ଚ ପରେ ଏହି ଘଟଣା ସତ ପ୍ରମାଣିତ ହୁଏ ତେବେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
father reached collectorate office keeping dead child in bike trunk

father reached collectorate office keeping dead child in bike trunk

ମୃତଦେହକୁ କାନ୍ଧରେ ବୋହିବା ଶୁଣିଛେ, ଟ୍ରଲିରେ ଟାଣି ଟାଣି ନେବା କଥା ବି ଶୁଣିଛେ। ହେଲେ ମୃତଦେହକୁ ବାଇକ୍‌ ଡିକିରେ ବୋହି ବୋହିନେବା ଏକଥା ସମସ୍ତଙ୍କୁ ଚକିତ କରିଦେବ ନିଶ୍ଚୟ। ଆଜ୍ଞା.. ହଁ... କଥାଟା ସମ୍ପୂର୍ଣ୍ଣ ସତ ! ବାଇକ୍ ଡିକିରେ ମଲା ଛୁଆକୁ ବୋହିଲେ ବାପା। ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ସିଙ୍ଗରୋଲି ଜିଲ୍ଲାରୁ। ମୃତଦେହକୁ ଆମ୍ବୁଲାନ୍ସ ନମିଳିବାରୁ ବାଧ୍ୟ ହୋଇ ନିଜର ମଲା ଛୁଆକୁ ବାଇକ୍ ଡିକିରେ ରଖି ଜିଲ୍ଲାପାଳଙ୍କ ପାଖରେ ପହଞ୍ଚିଲେ ବାପା।

Advertisment

ଏକଦା ଆମ୍ୱୁଲାନ୍ସ ନମିଳିବାରୁ ଦାନ ମାଝୀ ତାଙ୍କ ପତ୍ନୀଙ୍କୁ କାନ୍ଧରେ ବୁହାଇ ଚାଲିଚାଲି ଯିବା ଦେଶରେ ଚହଳ ପକାଇଥିଲା। ଓଡ଼ିଶା ସ୍ୱାସ୍ଥ୍ୟସେବାର ସେଭଳି ନଗ୍ନ ଚିତ୍ର ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି। 

ଘଟଣାଟି ଥିଲା ଏମିତି:

ଦୀନେଶ ଭାରତୀଙ୍କ ପତ୍ନୀ ମୀନା ଭାରତୀଙ୍କ ପ୍ରସବ ବେଦନା ହେବାରୁ ସିଙ୍ଗରୋଲି ଜିଲ୍ଲା ହସ୍ପିଟାଲକୁ ଗତ ଅକ୍ଟୋବର ୧୭ ତାରିଖ ଦିନ ଯାଇଥିଲେ। ତେବେ ଏଠାକାର ଡାକ୍ତର ସରିତା ଶାହା ମହିଳାଙ୍କ ପ୍ରସବ କରାଇବା ବଦଳରେ ଏକ ଘରୋଇ କ୍ଲିନିକ୍‌କୁ ପଠାଇ ଦେଇଥିଲେ। ଏଥିସହ ତାଙ୍କଠାରୁ ୫ ହଜାର ଟଙ୍କା ମଧ୍ୟ ନେଇଥିଲେ।

Advertisment

ମୀନା କ୍ଲିନିକ୍ ଯିବା ପରେ ସେଠାକାର ଚିକିତ୍ସିକମାନେ ଗର୍ଭରେ ହିଁ ଶିଶୁର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ। ଏହାପରେ ସେମାନେ ଉକ୍ତ ଗର୍ଭବତୀ ମହିଳାଙ୍କୁ ପୁଣି ଥରେ ଜିଲ୍ଲା ହସ୍ପିଟାଲକୁ ପଠାଇଦେଇଥିଲେ। ସେଠାରେ ପ୍ରସବ ପରେ ମୀନା ଏକ ମୃତ ଶିଶୁକୁ ଜନ୍ମ ଦେଇଥିଲେ। ମୃତ ଶିଶୁକୁ ଦେଖି ବାପା-ମା’ଙ୍କ ହୋସ୍ ଉଡିଯାଇଥିଲା। ଶିଶୁଟିର ମୃତ୍ୟୁ ପରେ ଗାଁକୁ ନେଇ ଅନ୍ତିମ ସଂସ୍କାର କରିବା ପାଇଁ ପରିବାର ଲୋକେ ହସ୍ପିଟାଲକୁ ଆମ୍ବୁଲାନ୍ସ ମାଗିଥିଲେ। କିନ୍ତୁ ସେମାନଙ୍କୁ ଆମ୍ବୁଲାନ୍ସ ଦିଆଯାଇନଥିଲା। ଏହା ପରେ ବାପା ଦୀନେଶ ମୃତ ଶିଶୁଟିକୁ ଏକ କାଗଜ ଲଫାପାରେ ଗୁଡାଇ ବାଇକ୍ ଡିକିରେ ରଖି କଲେକ୍ଟରେଙ୍କ ପାଖରେ ପହଞ୍ଚିଥିଲେ।

ଜିଲ୍ଲାପାଳଙ୍କ ନିକଟରେ ଦୀନେଶ ପୂରା ଘଟଣା ବଖାଣିଥିଲେ। ଆଉ ତାଙ୍କୁ ସହାୟତା କରିବା ପାଇଁ ଗୁହାରି କରିଥିଲେ। ଏହାପରେ ତୁରନ୍ତ ଜିଲ୍ଲାପାଳ ଘଟଣାର ତଦନ୍ତ କରିବାକୁ ଏଡିଏମ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଯାଞ୍ଚ ପରେ ଏହି ଘଟଣା ସତ ପ୍ରମାଣିତ ହୁଏ ତେବେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Ambulance
Advertisment
Advertisment