Advertisment

ଚାଲିଥିଲା ଫିଲ୍ମ, ସିନେମା ହଲ ଭିତରେ ନିଆଁ ଲଗାଇଦେଲେ ଫ୍ୟାନ୍

କ୍ରେଜ୍ ଏତେ କି ହଲ୍ ଭିତରେ ହିଁ ନିଆଁ ଲଗାଇ ତା ଉପରେ ଡେଇଁଲେ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Fans Light Fire Inside Theater

Fans Light Fire Inside Theater

ସିନେମା ହଲରେ ନିଆଁ ଲଗାଇଦେଲେ ଫ୍ୟାନ୍। କ୍ରେଜ୍ ଏତେ କି ହଲ୍ ଭିତରେ ହିଁ ନିଆଁ ଲଗାଇ ତା ଉପରେ ଡେଇଁଲେ। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶ ନାନ୍ଦୟାଲରେ। ଅଭିନେତା ତଥା ରାଜନେତା ପାୱାରଷ୍ଟାର୍ ପୱନ୍ କଲ୍ୟାଣଙ୍କ ଏକ ପୁରୁଣା ଫିଲ୍ମ ‘କ୍ୟାମେରାମ୍ୟାନ୍ ଗଙ୍ଗାରାମ ଟୁ ରାମବାବୁ’ ସିନେମା ହଲରେ ରି-ରିଲିଜ୍ କରାଯାଇଥିଲା। ତେବେ ଫିଲ୍ମର ଏକ ଆକ୍ସନ୍ ସିନରେ ଫ୍ୟାନ୍ ଏତେ ମଜି ଯାଇଥିଲେ କି ସାଙ୍ଗରେ ଆଣିଥିବା କାଗଜ ଟୁକୁଡ଼ାକୁ ଫୋପାଡ଼ିବାକୁ ଲାଗିଥିଲେ।

Advertisment

ଶେଷରେ ଉତ୍ପାତର ସବୁ ସୀମା ଟପିଥିଲା। କାଗଜରେ ନିଆଁ ଲଗାଇ ତା ଉପରେ ନାଚିବାକୁ ଲାଗିଥିଲେ। କେହି କିଛି ବୁଝିବା ପୂର୍ବରୁ ନିଆଁ ବ୍ୟାପି ଯାଇଥିଲା। ହଲ ଭିତରେ ନିଆଁ ବ୍ୟାପିବା ଦେଖି ପାଖରେ ଥିବା ଅନ୍ୟ ଦର୍ଶକ ବାହାରକୁ ଦୌଡ଼ିବାକୁ ଲାଗିଥିଲେ। ପରେ ନିଆଁକୁ ଆୟତ୍ତ କରିବା ସହ ଅଭିଯୁକ୍ତଙ୍କୁ କାବୁ କରିଥିଲା ପୋଲିସ୍। ତେବେ ଫିଲ୍ମ ହଲରେ ଫ୍ୟାନ୍‌ଙ୍କ ଏଭଳି ବାଚଳାମୀ ନୂଆଁ ନୁହେଁ। କିଛି ମାସ ପୂର୍ବରୁ ମହାରାଷ୍ଟ୍ରରେ ସଲମାନଙ୍କ ଫିଲ୍ମ ଟାଇଗର-୩ ରିଲିଜ୍ ବେଳେ ବାଣ ଫୁଟାଇଥିଲେ ଫ୍ୟାନ୍।

Andhra Pradesh Theatres
Advertisment
Advertisment