/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749303522.jpg)
Poverty Reduction
ଦେଶରେ ଅତି କ୍ଷୀପ୍ର ଗତିରେ କମିଛି ଦାରିଦ୍ର୍ୟତା। ବିଶ୍ବ ବ୍ୟାଙ୍କ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଭାରତରେ ଅତ୍ୟଧିକ ଦାରିଦ୍ର୍ୟ ହାର ୨୦୨୨-୨୩ ବର୍ଷରେ ୫ ଦଶମିକ ୩ ପ୍ରତିଶତକୁ ଖସିଛି। ୨୦୧୧-୧୨ରେ ଏହି ହାର ୨୭ ଦଶମିକ ୧ ପ୍ରତିଶତ ଥିଲା । ଅର୍ଥାତ ଅତ୍ୟଧିକ ଗରିବୀ ସୀମାରେଖାରେ ଥିବା ଜନସଂଖ୍ୟା ଏହି ସମୟରେ ୩୪.୪୪ କୋଟିରୁ ସାଢେ ୭ କୋଟିକୁ ହ୍ରାସ ପାଇଛି।
Advertisment
ଅଧିକ ପଢ଼ନ୍ତୁ: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲା ଟପ ମାଓନେତା ଭାସ୍କର
ବିଶ୍ବବ୍ୟାଙ୍କ ନିକଟରେ ଦାରିଦ୍ର୍ୟ ସୀମାରେଖା ହାର ଲାଗି ମାନକରେ ସଂଶୋଧନ କରିଥିଲା। ଦୈନିକ ଆୟ ୨ ଦଶମିକ ୧୫ ଡଲାରରୁ ବଢାଇ ଏହାକୁ ୩ ଡଲାର କରିଥିଲା। ଏହି ମାନଦଣ୍ଡ ଅନୁଯାୟୀ ଦେଶର ପ୍ରାୟ ୨୭ କୋଟି ଲୋକ ଦାରିଦ୍ର୍ୟ ସୀମା ରେଖାରୁ ଉପରକୁ ଉଠିଛନ୍ତି। ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ହାର ୧୮. ୪ ପ୍ରତିଶତରୁ ୨.୮କୁ ଖସିଥିବାବେଳେ ସହରାଞ୍ଚଳରେ ଏହା ୧୦.୭ରୁ ୧.୧ ପ୍ରତିଶତକୁ ହ୍ରାସ ପାଇଛି। ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ବିହାର ଏବଂ ପଶ୍ଚିମବଙ୍ଗରେ ଦାରିଦ୍ର୍ୟ ହାରରେ ଆଖିଦୃଶିଆ ପରିବର୍ତ୍ତନ ହୋଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)