Advertisment

ବିମାନରେ ମିଳିଲାନି ସିଟ୍‌, ଠିଆ ହେଲେ ଯାତ୍ରୀ, କାହିଁକି ଏମିତି ହେଲା, ଜାଣନ୍ତୁ...

ଏହି ବିମାନ ମୁମ୍ବାଇରୁ ବାରାଣାସୀ ଯିବାର ଥିଲା । ବିମାନଟି ଉଡ଼ାଣ ଭରିବାର ଠିକ୍ ପୂର୍ବରୁ, ଜଣେ କ୍ରୁ ସଦସ୍ୟ ବିମାନରେ ଠିଆ ହୋଇଥିବା ଜଣେ ଯାତ୍ରୀଙ୍କୁ ଦେଖିଲେ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Indigo

Indigo

ବସ୍ କିମ୍ବା ଟ୍ରେନରେ ସିଟ୍ ଅପେକ୍ଷା ଯାତ୍ରୀଙ୍କ ସଂଖ୍ୟା ଅଧିକ ହେବାର ଆପଣ ନିଶ୍ଚୟ ଦେଖିଥିବେ ଏବଂ ଶୁଣିଥିବେ । କିନ୍ତୁ ଆପଣ କେବେ ବିମାନରେ ଏପରି ଘଟିଥିବା ଦେଖିଛନ୍ତି କି ? କିନ୍ତୁ, ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ମଙ୍ଗଳବାର ଏମିତି ଏକ ଘଟଣା ଦେଖିବାକୁ ମିଳିଛି । ମଙ୍ଗଳବାର ଦିନ ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ଜଣେ ବ୍ୟକ୍ତିଙ୍କୁ ସିଟ୍‌ ମିଳିନଥିଲା ଯାହାଫଳରେ ବିମାନରେ ଠିଆ ହେବାକୁ ବାଧ୍ୟ ହୋଇଥିଲେ ।

Advertisment

ଏହି ବିମାନ ମୁମ୍ବାଇରୁ ବାରାଣାସୀ ଯିବାର ଥିଲା । ବିମାନଟି ଉଡ଼ାଣ ଭରିବାର ଠିକ୍ ପୂର୍ବରୁ, ଜଣେ କ୍ରୁ ସଦସ୍ୟ ବିମାନରେ ଠିଆ ହୋଇଥିବା ଜଣେ ଯାତ୍ରୀଙ୍କୁ ଦେଖିଲେ । ଏହାପରେ ବିମାନର କ୍ରୁ ସଦସ୍ୟ ଏନେଇ ପାଇଲଟଙ୍କୁ ସୂଚନା ଦେଇଥିଲେ । ତେବେ ଏହି ଘଟଣାକୁ ଯାଞ୍ଚ କରିବା ପରେ ଜଣାପଡ଼ିଥିଲା ଯେ, ଜଣେ ଷ୍ଟାଣ୍ଡବାଇ ଯାତ୍ରୀଙ୍କୁ ଏକ ବୋର୍ଡିଂ ପାସ୍ ଦିଆଯାଇଛି । ତାଙ୍କୁ ସେହି ସିଟ୍‌ ନମ୍ବର ଦିଆଯାଇଥିଲା ଯେଉଁ ସିଟ୍‌ରେ ପୂର୍ବରୁ ଜଣେ ଟିକେଟ୍‌ କନଫର୍ମ ଥିବା ଯାତ୍ରୀଙ୍କୁ ମିଳିଥିଲା । ସିଟ୍ ଉପଲବ୍ଧ ନ ଥିବାରୁ ଷ୍ଟାଣ୍ଡବାଇଜଣକ ଯାତ୍ରୀ ନିଜ ପାଇଁ ସିଟ୍ ମାଗିଥିଲେ । କିନ୍ତୁ ସିଟ୍ ନମିଳିବାରୁ ସେ ଛିଡ଼ାହେବାକୁ ବାଧ୍ୟ ହେଲେ। ଏହି ସମସ୍ୟା ହେତୁ ବିମାନ ଉଡ଼ାଣରେ ମଧ୍ୟ ବିଳମ୍ବ ହୋଇଥିଲା। କିନ୍ତୁ ପରେ ସେହି ଅତିରିକ୍ତ ଯାତ୍ରୀଙ୍କୁ ଉକ୍ତ ବିମାନରୁ ଓହ୍ଲାଇ ଦିଆଯାଇଥିଲା ।

ଏହି ଘଟଣା ସମ୍ପର୍କରେ ଇଣ୍ଡିଗୋ ମୁଖପାତ୍ର କହିଛନ୍ତି ଯେ ବିମାନ ଉଡ଼ିବା ପୂର୍ବରୁ ଏହି ଘଟଣା ସମ୍ପର୍କରେ ଜଣାପଡ଼ିଥିଲା । ଏହାପରେ ଉକ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଥିଲା । ମୁମ୍ବାଇରୁ ବାରାଣାସୀ ଅଭିମୁଖେ ଯାଉଥିବା 6E 6543 ବିମାନରେ ଷ୍ଟାଣ୍ଡବାଇ ଯାତ୍ରୀଙ୍କୁ ଏକ ପ୍ରି-ବୁକ୍ ହୋଇଥିବା ଟିକେଟ ପ୍ରଦାନ କରାଯାଇଥିଲା । ତେବେ ବିମାନ ଉଡ଼ିବା ପୂର୍ବରୁ ଏନେଇ ଜଣାପଡ଼ିଥିଲା । ଏହି କାରଣରୁ ବିମାନ ଉଡ଼ାଣ ପାଇଁ କିଛି ସମୟ ବିଳମ୍ବ ହୋଇଥିଲା । ଇଣ୍ଡିଗୋ ମୁଖପାତ୍ର ଆହୁରି କହିଛନ୍ତି ଯେ ବିମାନ ଚଳାଚଳ ପ୍ରକ୍ରିୟାକୁ ମଜବୁତ କରିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନିଆଯାଉଛି ।

Advertisment

ସୂଚନାଯୋଗ୍ୟଯେ, ପୂର୍ବରୁ ମଧ୍ୟ ଅନୁରୂପ ଏକ ଘଟଣା ଘଟିଥିଲା। ୨୦୨୩ ଜାନୁଆରୀ ମାସରେ ଗୋ ଫାଷ୍ଟ ବିମାନ ୫୦ ଯାତ୍ରୀଙ୍କୁ ବେଙ୍ଗାଲୁରୁ ବିମାନବନ୍ଦରରେ ଛାଡ଼ିଦେଇ ପଳାଇଥିଲା। ପରେ ଯଦିଓ ଏଥିପାଇଁ ବିଭାଗ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଥିଲା, ସୋସିଆଲ ମିଡିଆରେ ଏହାକୁ ନେଇ ଟ୍ରୋଲ୍ କରାଯାଇଥିଲା।  

IndiGo Airlines
Advertisment
Advertisment