Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜମ୍ମୁ ଗସ୍ତ ପୂର୍ବରୁ ବିସ୍ଫୋରଣ, ରାଲି ଭେନ୍ୟୁର ୧୨ କି.ମି. ଦୂରରେ ଧମାକା

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜମ୍ମୁ ଗସ୍ତ ପୂର୍ବରୁ ବିସ୍ଫୋରଣ ହୋଇଛି। ରାଲି ଭେନ୍ୟୁର ୧୨ କି.ମି. ଦୂରରେ ଏହି ବିସ୍ଫୋରଣ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Blast reported 12 km from PM Narendra Modi’s rally venue in Jammu

Blast reported 12 km from PM Narendra Modi’s rally venue in Jammu

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜମ୍ମୁ ଓ କାଶ୍ମୀର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ହେଲେ ତା’ ପୂର୍ବରୁ ବିସ୍ଫୋରଣ ଘଟିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଲି ଭେନ୍ୟୁର ୧୨ କି.ମି. ଦୂର ଲାଲିଆନା ଗାଁରେ ଏହି ବିସ୍ଫୋରଣ ହୋଇଛି। ଖବର ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। 

Advertisment

ବିସ୍ଫୋରଣର କାରଣ ଜଣାପଡ଼ି ନ ଥିବାବେଳେ ବଜ୍ରପାତ ଯୋଗୁ ଏଭଳି ଘଟିଥିବା ସନ୍ଦେହ କରାଯାଉଛି। କିନ୍ତୁ ଏହା ଆତଙ୍କବାଦୀ କାର୍ଯ୍ୟକଳାପ ନୁହେଁ ବୋଲି ପୋଲିସ୍‌ ସୂଚନା ଦେଇଛି। 

Advertisment


— ANI (@ANI) April 24, 2022

ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ହଟିବା ପରେ ପ୍ରଧାନମନ୍ତ୍ରୀ ଆଜି ପ୍ରଥମ କାଶ୍ମୀର ଗସ୍ତ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ବିକାଶମୂଳକ ଯୋଜନାର ଶୁଭାରମ୍ଭ କରିବେ। ପ୍ରାୟ ୨୦ ହଜାର କୋଟି ଟଙ୍କାର ବିଭିନ୍ନ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଜାମ୍ମୁ କାଶ୍ମୀର ସାମ୍ବା ଜିଲ୍ଲାର ପାଲ୍ଲୀ ପଞ୍ଚାୟତରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହାସହ ବିଭିନ୍ନ ସ୍ଥାନରେ କଡ଼ା ଚେକିଂ କରାଯାଉଛି। 

ସୂଚନାଥାଉ କି, ନିକଟରେ ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ଏକ ବସ୍‌ ଉପରକୁ ଆତଙ୍କବାଦୀ ହମ୍‌ଲା ହୋଇଥିଲା। ଶୁକ୍ରବାର ଦିନ ଆତଙ୍କବାଦୀମାନେ CISF ଯବାନଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ। ଏହି ସମୟରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ଜଣେ ଯବାନ ସହିଦ ହୋଇଥିଲେ। ଏହାସହ ସୁରକ୍ଷାକର୍ମୀ ୨ ଜଣ ଜ୍ରଶ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। 

PM Modi Jammu And Kashmir Explosion In Jammu PM Modi Jammu Visit
Advertisment
Advertisment