Advertisment

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଜମ୍ମୁରେ ଆତଙ୍କବାଦୀ ହମ୍‌ଲା: ଜଣେ ଯବାନ ସହିଦ, ଓଡ଼ିଆ ଯବାନ ଆହତ

ଜାମ୍ମୁ କାଶ୍ମୀରର ସୁଞ୍ଜଓ୍ୱାନ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାତୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Encounter In Jammu

Encounter In Jammu

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତର ୨ ଦିନ ପୂର୍ବରୁ ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରାଯାଇଛି। ସୁଞ୍ଜଓ୍ୱାନା କ୍ୟାଣ୍ଟନମେଣ୍ଟ ପାଖରେ CISF ଯବାନଙ୍କ ଗାଡ଼ିକୁ ଟାର୍ଗେଟ୍‌ କରି ଆତଙ୍କବାଦୀମାନେ ଆଜି ସକାଳେ ଏହି ଆକ୍ରମଣ କରିଥିଲେ। ଏହାକୁ ଜବାବ ଦେବାକୁ ଯାଇ ଯବାନମାନେ ମଧ୍ୟ ଗୁଳି ଚଳାଇଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୨ ଜଣ ଆତଙ୍କବାଦୀ ପ୍ରାଣ ହରାଇ ଥିବାବେଳେ ଜଣେ ଯବାନ ସହିଦ ହୋଇଛନ୍ତି।

Advertisment

ସହିଦ ଯବାନ ଜଣକ CISFର ଏଏସ୍‌ଆଇ ରାଙ୍କର ଅଫିସର। ଏଥିରେ ଆଉ ୫ ଜଣ ଯବାନ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ଓଡ଼ିଆ ଅଛନ୍ତି। ତାଙ୍କ ନାଁ ପ୍ରମୋଦ ପାତ୍ର ବୋଲି ଜଣାପଡ଼ିଛି। ସେ CISFର  ୫୦୭ ବାଟାଲିୟନରେ ହେଡ୍ କନେଷ୍ଟବଳ ଭାବେ କାର୍ଯ୍ୟରତ। ଆହତ ଅନ୍ୟ ଯବାନ ହେଲେ- କଠୁଆର ପୋଲିସ୍‌ ହେଡ୍‌ କନଷ୍ଟେବଲ ବଳରାଜ ସିଂ, ଅଖନୁରର ଏସପିଓ ସାହିଲ ଶର୍ମା ଓ ଆସାମର ଅମିର ସୌରନ। 

ସୂଚନା ଅନୁସାରେ, ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ୨ ଜଣ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହି ସମୟରେ ସୁଞ୍ଜଓ୍ୱାନା କ୍ୟାଣ୍ଟନମେଣ୍ଟ ପାଖରେ CISF ଯବାନଙ୍କ ଗାଡ଼ିକୁ ଆତଙ୍କବାଦୀମାନେ ଟାର୍ଗେଟ୍‌ କରି ଆକ୍ରମଣ କରିଥିଲେ। ସୁରକ୍ଷାକର୍ମୀଙ୍କୁ ଦେଖିବା ମାତ୍ରକେ ଆତଙ୍କବାଦୀମାନେ ଗ୍ରେନେଡ ଓ ଗୁଳିମାଡ଼ କରିଥିଲେ। ଏହାର ଜବାବରେ ସୁରକ୍ଷାକର୍ମୀ ଏନ୍‌କାଉଣ୍ଟର କରିଥିଲେ। ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କୁ ନିପାତ କରିବା ଲାଗି ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅଭିଯାନ ଜାରି ରହିଛି। 

Advertisment

ସୂଚନାଥାଉ କି, ଜାତୀୟ ପଞ୍ଚାୟତରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୨୪ରେ ଜମ୍ମୁ ଗସ୍ତ କରିବେ। ସେଠାରେ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି।

୨୦୧୮ରେ ଫେ‍ବୃଆରୀ ୧୦ରେ ଜୈଶ-ଏ-ମହମ୍ମଦର ୩ ଜଣ ଆତଙ୍କବାଦୀ ସୁଞ୍ଜଓ୍ୱାନ ଆର୍ମି କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ। ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ୬ ଜଣ ଯବାନ ସହିଦ ହୋଇଥିବା ବେଳେ ୭ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାସହ ସୁରକ୍ଷାକର୍ମୀ ୩ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। 

PM Modi Encounter In Jammu And Kashmir Jaish-e-Mohammad Terrorists Encounter In Jammu
Advertisment
Advertisment