/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708223808.jpg)
Indian Airforce
ଭାରତୀୟ ବାୟୁସେନାର ବାୟୁଶକ୍ତି-୨୪ ଏକ୍ସରସାଇଜ୍। ରାଜସ୍ଥାନ ପୋଖରାନରେ ଶକ୍ତି ପ୍ରଦର୍ଶନ କଲା ଆଇଏଏଫ୍। ଭାରତୀୟ ସେନା ଓ ବାୟୁସେନା ପକ୍ଷରୁ ଏହି ମିଳିତ ଅଭ୍ୟାସ କରାଯାଇଥିଲା । ଅଭ୍ୟାସ ବେଳେ ନିଜ ବିଧ୍ୱଂସ କ୍ଷମତା ଦେଖାଇଥିଲେ ସେନାର ଲଢ଼ୁଆ ବିମାନ । ବାୟୁସେନାର ୧୨୦ ଯୁଦ୍ଧ ବିମାନ ଏହି ଅଭ୍ୟାସରେ ସାମିଲ ହୋଇଥିଲେ । ଏହି ଅବସରରେ ଲଙ୍ଗ ରେଂଜ ଡ୍ରୋନ ଓ ଆକାଶରୁ ଆକାଶକୁ ନିକ୍ଷେପ କରାଯାଉଥିବା ମିଜାଇଲ ପ୍ରଦର୍ଶନ କରାଯାଇଥିଲା ।
Exercise #Vayushakti24
Watch it LIVE, here and on all IAF Official Social Media Handles, starting at 5 pm IST on 17 Feb 24.
भारतीय वायु सेना - सक्षम, सशक्त, आत्मनिर्भर pic.twitter.com/cLw1pMvqRQ
— Indian Air Force (@IAF_MCC) February 17, 2024
ଏହି ଅଭ୍ୟାସର ଥିମ ଥିଲା ‘Lightning Strike from the Sky’ । ଯୁଦ୍ଧ ଅଭ୍ୟାସରେ ରାଫେଲ, ସୁଖଇ 30 MKI, MIG-29, MIRAGE-2000, ତେଜସ ଓ ହକ୍ ଯୁଦ୍ଧ ବିମାନ ଭାଗ ନେଇଥିଲେ । ବିଭିନ୍ନ ପରିସ୍ଥିତିରେ ଭିନ୍ନ ଭିନ୍ନ ଦିଗକୁ କିଭଳି ଶତ୍ରୁ ଉପରେ ଆକ୍ରମଣ କରାଯାଇ ପାରିବ ତାହାର କୌଶଳ ପ୍ରଦର୍ଶନ କରାଯାଇଥିଲା । ଏହି ଅଭ୍ୟାସ ବେଳେ ବହୁ ବୋମା ଓ ମିସାଇଲ ବ୍ୟବହାର ହୋଇଥିଲା ।
Exercise #Vayushakti24
Watch it LIVE, here and on all IAF Official Social Media Handles, starting at 5 pm IST on 17 Feb 24.
भारतीय वायु सेना - सक्षम, सशक्त, आत्मनिर्भर pic.twitter.com/cLw1pMvqRQ
— Indian Air Force (@IAF_MCC) February 17, 2024
ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ତେଜସ ଯୁଦ୍ଧ ବିମାନ ନିଜ ଯୁଦ୍ଧକଳା ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଦେଇଥିଲା । C-17 ସୁପର ହରକ୍ୟୁଲେସ ବିମାନ ମଧ୍ୟ ଏହି ଅଭ୍ୟାସରେ ବ୍ୟବହାର କରାଯାଇଥିଲା । ସିଡିଏସ ଜେନେରାଲ ଅନୀଲ ଚୌହାନ ଏହି ଅବସରରେ ଉପସ୍ଥିତ ଥିଲେ ।
Exercise #Vayushakti24.#1DayToGo.
Watch it LIVE, here and on all IAF official social media handles.
📸 - Gp Capt KD Beri (Retd),
Sgt Rahul Chand@VelocityTTLpic.twitter.com/q89I7vlTMa— Indian Air Force (@IAF_MCC) February 16, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)