Advertisment

ମାତ୍ର ଗୋଟିଏ ଷ୍ଟାମ୍ପରେ ଅଚଳ ହୋଇଯିବ ଆପଣଙ୍କ ନୋଟ୍‌ !

କୌଣସି ବ୍ୟକ୍ତି ଯଦି ବ୍ୟାଙ୍କର କୌଣସି ବ୍ରାଞ୍ଚକୁ ୨ ହଜାର ଟଙ୍କିଆ ନୋଟ୍‌ ଜମା କରିବାକୁ ଆସିଛନ୍ତି ଓ ଏହି ନୋଟ୍‌ ମଧ୍ୟରୁ ନକଲି ନୋଟ୍‌(Fake Note) ମିଳେ, ତା’ହେଲେ ଏଭଳି ସ୍ଥିତିରେ ବ୍ୟାଙ୍କ ଉକ୍ତ ନୋଟ୍‌କୁ ଜବତ କରିବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
RBI On 2000 Rupee Notes

bank will put a stamp on catching fake 2000 rupee notes

ମାର୍କେଟରେ ଆଉ ମିଳିବନି ୨ ହଜାର ଟଙ୍କିଆ ନୋଟ୍। ଏହି ନୋଟ୍‌କୁ ପ୍ରତ୍ୟାହାର କରିନେବାକୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(RBI) ନିଷ୍ପତ୍ତି ନେଇଛି। ତେଣୁ ଯାହାଙ୍କ ପାଖରେ ୨ ହଜାର ଟଙ୍କିଆ ନୋଟ୍ ଅଛି, ତାକୁ ସେମାନେ ବ୍ୟାଙ୍କକୁ ଯାଇ ବଦଳାଇ ପାରିବେ କିମ୍ବା ନିଜ ଆକାଉଣ୍ଟରେ ଡିପୋଜିଟ ମଧ୍ୟ କରିପାରିବେ। ଏହା ମେ’ ୨୩ରୁ ଆରମ୍ଭ ହେବ। ସେପ୍ଟେମ୍ବର ୩୦ ଯାଏ ୨ ହଜାର ଟଙ୍କିଆ ନୋଟ୍‌କୁ ବଦଳା ଯାଇପାରିବ। ଏହାସହ ବ୍ୟାଙ୍କରେ ବଦଳା ହେବାକୁ ଥିବା ନୋଟ୍‌ର ଯାଞ୍ଚ ଲାଗି ମଧ୍ୟ ପୁରା ବ୍ୟବସ୍ଥା କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: SBI ର ଗାଇଡଲାଇନ; ନୋଟ୍‌ ବଦଳାଇବାକୁ ID ଦରକାର ନାହିଁ

କୌଣସି ବ୍ୟକ୍ତି ଯଦି ବ୍ୟାଙ୍କର କୌଣସି ବ୍ରାଞ୍ଚକୁ ୨ ହଜାର ଟଙ୍କିଆ ନୋଟ୍‌ ଜମା କରିବାକୁ ଆସିଛନ୍ତି ଓ ଏହି ନୋଟ୍‌ ମଧ୍ୟରୁ ନକଲି ନୋଟ୍‌(Fake Note) ମିଳେ, ତା’ହେଲେ ଏଭଳି ସ୍ଥିତିରେ ବ୍ୟାଙ୍କ ଉକ୍ତ ନୋଟ୍‌କୁ ଜବତ କରିବ। ଏହାସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ନକଲି ନୋଟ୍‌ ଉପରେ RBI ପକ୍ଷରୁ ଏକ ଷ୍ଟାମ୍ପ୍‌ ଲଗାଯିବ। ଯାହାକି ପରେ ଏହା ଆପଣଙ୍କ କୌଣସି କାମରେ ଆଉ ଲାଗିପାରିବନି। 

NSM ଜରିଆରେ କରାଯିବ ଯାଞ୍ଚ...

RBI ପକ୍ଷରୁ କୁହାଯାଇଛି, ବ୍ୟାଙ୍କକୁ ବଦଳ ହେବାକୁ ଆସୁଥିବା ସବୁ ୨ ହଜାର ଟଙ୍କିଆ ନୋଟ୍‌କୁ ତନ୍ନ ତନ୍ନ କରି ଯାଞ୍ଚ କରାଯିବ। ଏହାର ସଠିକତା ଓ ସତ୍ୟତା ଜାଣିବା ଲାଗି ଏହାକୁ ନୋଟ୍ ସର୍ଟିଂ ମେସିନ୍ (NSM) ଜରିଆରେ ଯାଞ୍ଚ କରାଯିବ। ET ରିପୋର୍ଟ ଅନୁସାରେ, RBI ଦ୍ୱାରା ଜାରି କରାଯାଇଥିବା ମାଷ୍ଟର ଇନ୍‌ଷ୍ଟ୍ରକ୍ସନ ଯୋଜନା ଅନୁସାରେ, ଏହି ନୋଟ୍‌ ଗୁଡ଼ିକର ଯାଞ୍ଚ କରାଯିବ। ଯଦି କୌଣସି ବ୍ୟକ୍ତି ବଦଳାଇବା ପାଇଁ ଆସିଥିବା ନୋଟ୍‌ ମଧ୍ୟରେ ନକଲି ନୋଟ୍‌ ମିଳେ, ତା’ହେଲେ ତାଙ୍କୁ ଆଉ ତାଙ୍କ ଟଙ୍କା ମିଳିବ ନାହିଁ। 

Advertisment

ଷ୍ଟାମ୍ପ ଲଗାଇ, ଜବତ କରାଯିବା ଟଙ୍କା...

RBI ପକ୍ଷରୁ ଜାରି ହୋଇଥିବା ନକଲି ନୋଟ୍‌ ସମ୍ବନ୍ଧିତ ନିର୍ଦ୍ଦେଶାବଳୀ ଅନୁସାରେ, ବ୍ୟାଙ୍କ କାଉଣ୍ଟରରେ ବଦଳ ହେବାକୁ ଆସୁଥିବା ୨ ହଜାର ଟଙ୍କିଆ ନୋଟ୍‌କୁ ମେସିନ ଜରିଆରେ ଯାଞ୍ଚ କରାଯିବ। ଯଦି ଏଥି ମଧ୍ୟରୁ କୌଣସି ନକଲି ନୋଟ୍‌ ମିଳେ, ତା’ହେଲେ ଏହା ଉପରେ ବ୍ୟାଙ୍କ Fake Currency ର ଷ୍ଟାମ୍ପ୍‌ ଲଗାଇବା ସହ ଏହାକୁ ଜବତ କରିବ। ଏହି ଷ୍ଟାମ୍ପ ଲାଗିବା ପରେ ଏହା ଆଉ କୌଣସି କାମରେ ଆସିବ ନାହିଁ। ଏଭଳି ଭାବେ ପ୍ରତ୍ୟେକ ନୋଟ୍‌କୁ ଏକ ଅଲଗା ରେଜିଷ୍ଟରରେ ରେକର୍ଡ କରାଯିବ। 

୫ ନକଲି ନୋଟ୍‌ ମିଳିଲେ FIR...

ଯଦି କୌଣସି ବ୍ୟକ୍ତି ବଦଳ କରିବାକୁ ଥିବା ୧୦ଟି ନୋଟ୍‌ ମଧ୍ୟରୁ ୪ଟି ନୋଟ୍‌ ନକଲି ମିଳେ, ତା’ହେଲେ ଏଭଳି ସ୍ଥିତିରେ ବ୍ୟାଙ୍କ ଶାଖା ପକ୍ଷରୁ ଏସମ୍ପର୍କରେ ପୋଲିସ୍‌କୁ ମାସିକ ରିପୋର୍ଟରେ ଦିଆଯିବ। ଯଦି ଏହି ନକଲି ନୋଟ୍‌ ସଂଖ୍ୟା ୫ କିମ୍ବା ଏହାଠୁ ଅଧିକ ହୁଏ, ତା’ହେଲେ ଏହି ମାମଲାରେ FIR ରୁଜୁ କରାଯାଇ ଏହାର ଯାଞ୍ଚ କରାଯିବ। ଖାଲି ଏତିକି ନୁହେଁ ମାସିକ ରିପୋର୍ଟରେ ରୁଜୁ କରାଯାଇଥିବା ଏଭଳି FIR କପି ବ୍ୟାଙ୍କର ମୁଖ୍ୟ ଶାଖାକୁ ପଠାଯିବ। 

Fake Notes
Advertisment
Advertisment