Advertisment

ସନ୍ଦୀପ ଘୋଷଙ୍କୁ ସସ୍‌ପେଣ୍ଡ କଲା IMA

IMA ରାଷ୍ଟ୍ରୀୟ ସଭାପତି ଡାକ୍ତର ଆରଭି ଅଶୋକାନଙ୍କ ନେତୃତ୍ବରେ ଗଠିତ ଶୃଙ୍ଖଳା କମିଟି ସନ୍ଦୀପ ଘୋଷଙ୍କୁ ସଦସ୍ୟତା ପଦରୁ ନିଲମ୍ବନ କରିଛି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Sandip Ghosh

Sandip Ghosh

ସନ୍ଦୀପ ଘୋଷଙ୍କୁ ସସପେଣ୍ଡ କଲା IMA। ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିବାଦରେ ଥିବା ଆର ଜି କର୍ ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଆଜି ସସପେଣ୍ଡ କରିଛି ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍। ସନ୍ଦୀପ ଘୋଷ IMA କୋଲକାତା ବ୍ରାଞ୍ଚର ଉପସଭାପତି ଥିଲେ। IMA ରାଷ୍ଟ୍ରୀୟ ସଭାପତି ଡାକ୍ତର ଆରଭି ଅଶୋକାନଙ୍କ ନେତୃତ୍ବରେ ଗଠିତ ଶୃଙ୍ଖଳା କମିଟି ସନ୍ଦୀପ ଘୋଷଙ୍କୁ ସଦସ୍ୟତା ପଦରୁ ନିଲମ୍ବନ କରିଛି।

Advertisment

ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସନ୍ଦୀପଙ୍କ ଭୂମିକା ସନ୍ଦେହ ଘେରରେ ଥିଲା। ଏପରିକି ସେ ମାମଲାକୁ ଚପାଇବାକୁ ଉଦ୍ୟମ କରିବା, ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ପ୍ରୟାସ କରିବା ଏବଂ ତୁରନ୍ତ ଘଟଣାକୁ ଗୁରୁତ୍ବର ସହ ନେଇନଥିବା ଅଭିଯୋଗ ହୋଇଥିଲା। ସନ୍ଦୀପ ଘୋଷଙ୍କୁ ସିବିଆଇ ୧୨ ଦିନରେ ୧୨୦ରୁ ଅଧିକ ଘଣ୍ଟା ଧରି ଜେରା କରିଥିଲା। ସନ୍ଦୀପଙ୍କ ବିରୋଧରେ ଆରଜି କର୍ ମେଡିକାଲ କଲେଜରେ ଆର୍ଥିକ ଅନିୟମିତତାର ଅଭିଯୋଗ ବି ରହିଥିଲା।

Advertisment

ଅନ୍ୟପଟେ କୋଲକାତା କଳଙ୍କକୁ ନେଇ କମ୍ପୁଛି ସହର, ଅଭୟାଙ୍କୁ ନ୍ୟାୟ ଦାବିରେ ଠପ୍ ହୋଇଗଲା ସାରା ଇଲାକା । ଶୂନଶାନ୍ ହୋଇଗଲା ରାସ୍ତା। ଖାଲି ହୋଇଗଲା ରେଳଷ୍ଟେସନ, ଏୟାରପୋର୍ଟ। ଖାଁ ଖାଁ ସାରା କୋଲକାତା। କେବଳ କୋଲକାତା ନୁହେଁ, ବିଜେପି ଡାକରାରେ ସକାଳ ୬ଟାରୁ ଆରମ୍ଭ ହୋଇଥିବା ୧୨ ଘଣ୍ଟିଆ ବେଙ୍ଗଲ ବନ୍ଦର ପ୍ରଭାବ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ପଡ଼ିଛି। ଅଭୟା କାଣ୍ଡ ପ୍ରତିବାଦରେ ନବାନ୍ନ ମାର୍ଚ୍ଚ ବେଳେ ଗତକାଲି ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ଦମନଲୀଳାକୁ ପ୍ରତିବାଦ କରି ବନ୍ଦ ଡାକରା ଦେଇଥିଲା ବିଜେପି।

ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ତଥା କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ଏବଂ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ସହ ଭିନ୍ନ ଭିନ୍ନ ସ୍ଥାନରେ ଆନ୍ଦୋଳନର ମଙ୍ଗ ଧରିଥିଲେ ରୂପା ଗାଙ୍ଗୁଲି, ଲକେଟ ଚାଟାର୍ଜୀ ଓ ଅଗ୍ନିମିତ୍ର ପଲ୍‌ଙ୍କ ଭଳି ତୁଙ୍ଗ ବିଜେପି ନେତ୍ରୀ। ବିଭିନ୍ନ ସ୍ଥାନରେଟାୟାର ଜାଳି ରାସ୍ତାରୋକ କରିଥିଲେ ବିଜେପି କର୍ମୀ। ରେଳଧାରଣା ଉପରେ ବି ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ସେପଟେ ଉତ୍ତର ୨୪ ପ୍ରଗଣାରେ ଜଣେ ବିଜେପି ନେତାଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

Advertisment
Advertisment