/odishatv-khabar/media/post_attachments/uploadimage/library/16_9/16_9_0/EPFO_1647106594.jpg)
EPFO
କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଇପିଏଫ୍ ସୁଧ ହାରରେ ହ୍ରାସ। ୨୦୨୧-୨୨ ଆର୍ଥିକ ବର୍ଷ ଲାଗି କେନ୍ଦ୍ର ସରକାର ଇପିଏଫ୍ ସୁଧ ହାର ୮ ଦଶମିକ ୫ ପ୍ରତିଶତରୁ ୮ ଦଶମିକ ୧ ପ୍ରତିଶତକୁ ହ୍ରାସ କରିଛନ୍ତି। ଗୌହ୍ୱାଟିରେ ବସିଥିବା ଇପିଏଫଓର କେନ୍ଦ୍ରୀୟ ବୋର୍ଡ ଅଫ୍ ଟ୍ରଷ୍ଟି ବୈଠକରେ ସୁଧ ହାର ହ୍ରାସ ନିଷ୍ପତ୍ତି ନିଆଯାଇଛି। ଆନ୍ତର୍ଜାତିକ ପରିସ୍ଥିତି ଓ ବଜାର ସ୍ଥିତିକୁ ଦେଇ ଇପିଏଫ୍ ସୁଧରେ ଏଭଳି ହ୍ରାସ କରାଯାଇଥିବା କେନ୍ଦ୍ର ଶ୍ରମମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି।
Advertisment
୨୦୨୦-୨୧ରେ ଇପିଏଫ ସୁଧହାର ୮ ଦଶମିକ ୫ ପ୍ରତିଶତ ରହିଥିଲା। ଏବେ ସୁଧହାର ୮.୧ ପ୍ରତିଶତକୁ ଖସିବା ଫଳରେ ୧୯୭୭-୭୮ ପରେ ଇପିଏଫ୍ ସୁଧ ହାରରେ ଏହା ସର୍ବାଧିକ ହ୍ରାସ ବୋଲି କୁହାଯାଉଛି ଯାହାକି ଗତ ୪୩ ବର୍ଷ ଭିତରେ ସବୁଠୁ କମ୍।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)