/odishatv-khabar/media/post_attachments/uploadimage/library/16_9/16_9_0/EPFO__1707550060.jpg)
EPFO
କର୍ମଚାରୀଙ୍କ ପାଇଁ ଖୁସି ଖବର । ବଢ଼ିଲା EPF ସୁଧହାର । କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସୁଧହାର ବୃଦ୍ଧି ନେଇ ଘୋଷଣା କରିଛି EPFO । ସୁଧହାର ୮.୧୫ରୁ ବଢ଼ି ୮.୨୫ ପ୍ରତିଶତ କରାଯାଇଛି । ଫଳରେ ଲକ୍ଷଲକ୍ଷ କର୍ମଚାରୀ ଉପକୃତ ହେବେ । ବିଗତ ୩ ବର୍ଷରେ ଏହା ସର୍ବାଧିକ ସୁଧହାର ।
EPFOର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସଂସ୍ଥା ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟି ଏହି ନିଷ୍ପତ୍ତି ନେଇଛନ୍ତି । ୨୦୨୧-୨୨ରେ ସୁଧହାର ୮.୧ ପ୍ରତିଶତ ଥିବା ବେଳେ ୨୦୨୨-୨୩ରେ ୮.୧୫ ପ୍ରତିଶତ ଓ ୨୦୨୩-୨୪ରେ ଏହାକୁ ବୃଦ୍ଧି କରି ୮.୨୫ ପ୍ରତିଶତ କରାଯାଇଛି ।
ପୂର୍ବରୁ ମଧ୍ୟ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ EPFO ସୁଧହାର ବଢ଼ିଥିଲା । ଗତବର୍ଷ ଜୁଲାଇ ମାସରେ EPFO ସୁଧହାର ୮.୧୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । ଜୁଲାଇ ୨୪ରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଥିଲା ।
ସୂଚନା ମୁତାବକ କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଙ୍ଗଠନ ବା (EPFO)ର ବୈଠକ ବସିଥିଲା । ଏହି ବୈଠକରେ ସୁଧହାର ବୃଦ୍ଧି କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ୨୦୨୨ ମାର୍ଚ୍ଚରେ EPFO ସୁଧହାର ଉପରେ ନିଷ୍ପତ୍ତି ନିଆଯାଇଥିଲା । EPFO ଉପରେ ସୁଧହାର ହ୍ରାସ କରାଯାଇ ୮.୧ ପ୍ରତିଶତ କରାଯାଇଥିଲା ।
ଏପରି ନିଷ୍ପତ୍ତି ଯୋଗୁଁ ପ୍ରାୟ ୫କୋଟି କର୍ମଚାରୀଙ୍କ ଉପରେ ପ୍ରଭାବ ପଡ଼ିଥିଲା । ସେହିପରି ୨୦୨୦-୨୧ରେ EPFO ସୁଧହାର ୮.୫ ପ୍ରତିଶତ ରହିଥିଲା । ହେଲେ କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଙ୍ଗଠନ ବା (EPFO)ର ସର୍ବୋଚ୍ଚ ନିଷ୍ପତ୍ତି ନେଉଥିବା ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟି ୨୦୨୨-୨୩ ପାଇଁ କର୍ମଚାରୀମାନଙ୍କୁ ୮.୨୫ ପ୍ରତିଶତ ସୁଧ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)