Advertisment

ଟଙ୍କା ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କଲା EPFO...ଜାଣନ୍ତୁ...

EPFO ଗ୍ରାହକଙ୍କୁ ପ୍ରଥମଥର ମାର୍ଚ୍ଚ ୨୦୨୦ରେ ଅଗ୍ରୀମ ଟଙ୍କା ଉଠାଣ ସୁବିଧା ମିଳିଥିଲା। ସେହିପରି ଜୁନ୍ ୨୦୨୧ରେ ଶ୍ରମ ମନ୍ତ୍ରଣାଳୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ଚାଲୁ ରଖିଥିଲେ।

author-image
Sonali Ojha
ଅଦ୍ୟତନ ହୋଇଛି
EPFO Changes Major Withdrawal Rule

EPFO Changes Major Withdrawal Rule

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ବା (EPFO) ଏହାର ନିୟମରେ ବଡ଼ ପରିବର୍ତ୍ତନ କରିଛି। EPFO ପିଏଫ୍ ଆକାଉଣ୍ଟରୁ ଅଗ୍ରୀମ ଟଙ୍କା ଉଠାଣ ନିୟମରେ ପରିବର୍ତ୍ତନ କରିଛି। EPFO ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ କୋଭିଡ୍-୧୯ ଅଗ୍ରୀମ ଟଙ୍କା ଉଠାଣ ସୁବିଧା ବା ଆଡଭାନ୍ସ ଫ୍ୟାସିଲିଟିକୁ ବନ୍ଦ କରାଯାଇଛି। କରୋନା ମହାମାରୀ ସମୟରେ EPFO ଏହାର ଉପଭୋକ୍ତାଙ୍କ ପାଇଁ ରିଫଣ୍ଡେବଲ୍ ଆଡଭାନ୍ସ ଫ୍ୟାସିଲିଟି ଆରମ୍ଭ କରିଥିଲା। ପ୍ରଥମ ଲହର ପରେ EPFO ଦ୍ୱିତୀୟ ଲହର ସମୟରେ ୩୧ ମେ’ ୨୦୨୧ରେ ଆଉ ଏକ ଆଡଭାନ୍ସ ସୁବିଧା ପ୍ରଦାନ କରାଯାଇଥିଲା।

Advertisment

ତେବେ ଏହାକୁ ବନ୍ଦ କରିବା ଏନେଇ EPFO ପକ୍ଷରୁ ଜୁନ ୧୨ରେ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ ଉଲ୍ଲେଖ ଅଛି, ବର୍ତ୍ତମାନ କୋଭିଡ୍-୧୯ ମହାମାରୀ ଆଉ ନାହିଁ। ଏଣୁ କୋଭିଡ୍ ଆଡଭାନ୍ସ ସୁବିଧାକୁ ତୁରନ୍ତ ବନ୍ଦ କରିଦିଆ ଯାଉଛି। ଏନେଇ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ସବସ୍କ୍ରାଇବରଙ୍କୁ ଏହି ସୁବିଧା ଆଉ ପ୍ରଦାନ କରାଯିବନି। କରୋନା ମହାମାରୀ ସମୟରେ ଲୋକଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ ପାଇଁ ଏହି ସୁବିଧା ଚାଲୁ କରାଯାଇଥିଲା। ଯାହାକୁ ଏବେଠାରୁ ବନ୍ଦ କରିଦିଆଯାଇଛି।

EPFO ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟର ପ୍ରଶାସନିକ ଅଧିନରେ ଅଛି । ସମଗ୍ର ଭାରତରେ ୧୨୨ଟି ସ୍ଥାନରେ କାର୍ଯ୍ୟାଳୟ ଅଛି। EPFO ଗ୍ରାହକଙ୍କୁ ପ୍ରଥମଥର ମାର୍ଚ୍ଚ ୨୦୨୦ରେ ଅଗ୍ରୀମ ଟଙ୍କା ଉଠାଣ ସୁବିଧା ମିଳିଥିଲା। ସେହିପରି ଜୁନ୍ ୨୦୨୧ରେ ଶ୍ରମ ମନ୍ତ୍ରଣାଳୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ଚାଲୁ ରଖିଥିଲେ। ଯାହାକି ସମ୍ପୂର୍ଣ୍ଣ ଟ୍ୟାକ୍ସ ଫ୍ରି ଓ ନନ୍ ରିଫଣ୍ଡବଲ୍ ଥିଲା। ତେବେ ଏହାକୁ ଚଳିତବର୍ଷ ଜୁନ ୧୨ତାରିଖରୁ ବନ୍ଦ କରି ଦିଆଯାଇଛି।

Advertisment

EPFOରୁ ଅନେକ କାର୍ଯ୍ୟ ପାଇଁ ଅଗ୍ରୀମ ଟଙ୍କା ଉଠାଣର ସୁବିଧା ରହିଛି। ଘର ନିର୍ମାଣ, କମ୍ପାନୀ ବନ୍ଦ, ବିବାହ, ପିଲାଙ୍କ ପାଠପଢା ଆଦି ପାଇଁ ଆଗୁଆ ଟଙ୍କା ଉଠାଣ କରିହେବ। EPFO କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସ୍କିମ୍ ଏବଂ କର୍ମଚାରୀଙ୍କ ପେନ୍ସନ୍ ସ୍କିମ୍ ସହିତ ଅନେକ ଯୋଜନା ସାମିଲ୍ କରାଯାଇଛି । ସମସ୍ତ EPFO ​​ସଦସ୍ୟ ଅନଲାଇନ୍ ପୋର୍ଟାଲ୍, SMS କିମ୍ବା ମିସ୍ କଲ୍ ମାଧ୍ୟମରେ ସେମାନଙ୍କର ଆକାଉଣ୍ଟ୍ ବିବରଣୀ ପାଇପାରିବେ ।

EPFO
Advertisment
Advertisment