Advertisment

ଗୋଟିଏ ଘରକୁ ଛାଡ଼ି ଭାସିଗଲା ପୂରା ଗାଁ; ଛାତିଥରା କାହାଣୀ କହିଲେ ମହିଳା...

ବନ୍ୟାରେ ପୁରା ପରିବାର ଓ ଗାଁକୁ ହରାଇ ଭାଙ୍ଗିପଡ଼ିଛନ୍ତି ଅନୀତା ଦେବୀ । କାଳର ରାତିର ଦୁଃଖ ବଖାଣିଛନ୍ତି ସମେଜେ ଗାଁର ଅନୀତା ଦେବୀ । ଯାହାକୁ ଶୁଣିଲେ ଯାହାର ବି ଆଖିରୁ ଲୁହ ଆସିଯିବ...

author-image
Sujit kumar Swain
ଅଦ୍ୟତନ ହୋଇଛି
Himachal Pradesh Cloudburst

Himachal Pradesh Cloudburst

ବାଦଲଫଟା ବର୍ଷା । ପ୍ରକୃତିର ତାଣ୍ଡବ । ପାହାଡି ରାଜ୍ୟରେ ପିଛା ଛାଡୁନି ବିପତ୍ତି । ଗତ କିଛି ଦିନ ଧରି ହିମାଚଳ ପ୍ରଦେଶରେ ତାଣ୍ଡବ ରଚିଛି ପ୍ରକୃତି । ପ୍ରବଳ ବର୍ଷା ସବୁ କିଛି ଛାରଖାର କରିଦେଇଛି। ହିମାଚଳରେ ବାଦଲ ଫଟା ବର୍ଷା ବିତ୍ପାତ ଆଣିଛି । ଏମିତିକି ଲୀନ ହୋଇ ଯାଇଛି କିଛି ଗାଁ । ଆଉ ଯିଏ ବଞ୍ଚିଛି ତା’ ଆଖିରୁ ଶୁଖୁନି ଲୁହ । ସେମିତି ପୁରା ପରିବାର ଓ ଗାଁକୁ ହରାଇ ଭାଙ୍ଗିପଡ଼ିଛନ୍ତି ଅନୀତା ଦେବୀ । କାଳର ରାତିର ଦୁଃଖ ବଖାଣିଛନ୍ତି ସମେଜେ ଗାଁର ଅନୀତା ଦେବୀ । ଯାହାକୁ ଶୁଣିଲେ ଯାହାର ବି ଆଖିରୁ ଲୁହ ଆସିଯିବ... 

Advertisment

ଅନୀତା ଦେବୀ ସମେଜେ ଗାଁର ବାସିନ୍ଦା, ବୁଧବାର ରାତିରେ ତାଙ୍କ ପରିବାର ସହ ସେ ଶୋଇଥିଲେ । କିନ୍ତୁ ରାତିରେ ଭୟଙ୍କର ଶଦ୍ଦ ହେଲା । ଅନୀତା ଦେବୀଙ୍କ କହିବା ଅନୁଯାୟୀ ,‘ଯେତେବେଳେ ବାହାରକୁ ଯାଇ ଦେଖିଲେ ପୂରା ଗାଁ ଭାସି ଯାଇଛି । କେବେଳ ତାଙ୍କ ଘର ରହିଛି । ତେବେ ତାଙ୍କ ପରିବାର ସହ ସେ ଗାଁରେ ଥିବା ଭବବତୀ ମାତା ମନ୍ଦିରରେ ପୂରା ରାତି ବିତାଇଥିଲେ ।’ ଯେତେବେଳେ ପୂରା ଘଟଣା ବିଷୟରେ କହୁଥିଲେ ତାଙ୍କ କଣ୍ଠ ପୂରା ଧରି ଉଠୁଥିଲା । ଯାହାକି ବୟାନ କରୁଥିଲା ଘଟଣାଟି କେତେ ଭୟଙ୍କର ଥିଲା । 

ଅନୀତା ଦେବୀ ଆହୁରି କହିଛନ୍ତି , ‘ ଯେତେବେଳେ ମୁଁ ମୋ ଆଖି ଖୋଲି ଦେଖିଲି କେବଳ ଆମରି ଘର ପ୍ରକୃତିର ତାଣ୍ଡବରୁ ରହିଥିଲା, ଆଉ ସବୁ ଘର ପାଣିରେ ଭାସି ଯାଇଥିଲା । ମୁଁ ଜାଣିନି ଏବେ ମୁଁ କାହା ସହିତ ରହିବି । ’

Advertisment

ସେମିତି ସମେଜେ ଗାଁର ଆଉ ଜଣେ ବୟସ୍କ ବ୍ୟକ୍ତି ବକ୍ସି ରାମ ତାଙ୍କ ଦୁଃଖ କାହାଣୀ କହିଛନ୍ତି । କହିଲା ବେଳେ ତାଙ୍କ ଆଖି ମଧ୍ୟ ଛଳଛଳ ହୋଇଯାଉଥିଲା । କହିଛନ୍ତି ଯେ , ମୋ ପରିବାର ପାଖାପାଖି ୧୪ର ୧୫ ଜଣ ସଦସ୍ୟ । ବନ୍ୟାରେ ସମସ୍ତେ ଭାସିଯାଇଛନ୍ତି । ବନ୍ୟା ନେଇ ଖବର ମୁଁ ରାତି ୨ଟାରେ ପାଇଲି । ସେତେବେଳେ ମୁଁ ରାମପୁରରେ ଥିଲି । ତେଣୁ ମୁଁ ବଞ୍ଚିଯାଇଛି । ଯେତେବେଳେ ମୁଁ ରାତି ୪ଟା ବେଳେ ଗାଁରେ ପହଞ୍ଚିଲି, ସେତେବେଳେ ବନ୍ୟାରେ ସବୁକିଛି ଛାରଖାର ହୋଇଯାଇଥିଲା ପୂରା ଗାଁ । ମୁଁ ଏବେ ମୋ ପରିବାର ଲୋକଙ୍କୁ ଖୋଜୁଛି । କାଳେ କିଏ ବଞ୍ଚିଯାଇଥିବେ। ’ 

ହିମାଚଳ ପ୍ରଦେଶରେ ବିଭିନ୍ନ ଜିଲ୍ଲାରେ ବାଦଲଫଟା ବର୍ଷା ଯୋଗୁ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ସେହିପରି ୫୩ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ ଡିସି ରାଣା କହିଛନ୍ତି ଯେ ଶିମଲା ଜିଲ୍ଲାର ସମଜେ ଅଞ୍ଚଳ, ରାମପୁର, କୁଲ୍ଲୁର ବାଗିପୁଲ ଅଞ୍ଚଳ ଏବଂ ମାଣ୍ଡିର ପଦ୍ଦାର ଅଞ୍ଚଳରେ ବାଦଲ ଫାଟି ବ୍ୟାପକ ଧ୍ୱଂସ ଘଟାଇଛି।

Cloudburst Floods Himachal Pradesh
Advertisment
Advertisment