Chhattisgarh Encounter: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ, ଦୁଇ ମାସରେ ୮୦ରୁ ଅଧିକ ନିପାତ

ଛତିଶଗଡ଼ରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର । ଟଳିଲେ ୨ ମାଓବାଦୀ । ଏବେ ବି ଜାରି ରହିଛି ସର୍ଚ୍ଚ ଅପରେସନ୍‌ । ପଢନ୍ତୁ ପୁରା ଖବର

ଛତିଶଗଡ ଏନକାଉଣ୍ଟର

ଛତିଶଗଡ଼ରେ ଏନକାଉଣ୍ଟର । ସୁକ୍‌ମା ଜିଲ୍ଲା ମେଟାଗୁଡା ଜଙ୍ଗଲରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଏଥିରେ ୨ ଜଣ ମାଓବାଦୀ ନିପାତ ହୋଇଥିବା ସୂଚନା ମିଳୁଛି । ୨ ଜଣଙ୍କ ମୃତଦେହ ଉଦ୍ଧାର ସହ ଅସ୍ତ୍ରଶସ୍ତ୍ର ଜବତ କରିଛି ସୁରକ୍ଷାବଳ । ଏବେ ବି ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏନେଇ ସୁକ୍‌ମା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । 

ଅଧିକ ପଢ଼ନ୍ତୁ: ଛତିଶଗଡରେ ବଡ଼ ଏନକାଉଣ୍ଟର, ୩୧ ମାଓବାଦୀ ସଫା, ୨ ଯବାନ ସହିଦ

ଆଜି ସକାଳୁ ସୁକ୍‌ମା କିସ୍ତରାମ ଥାନା ଅନ୍ତର୍ଗତ ମେଟାଗୁଡା ଜଙ୍ଗଲରେ ହୋଇଛି ଏନକାଉଣ୍ଟର । ଏଠାରେ କିଛି ମାଓବାଦୀ ଲୁଚିଥିବା ନେଇ ଗୁଇନ୍ଦା ସୂତ୍ରରୁ ସୁରକ୍ଷା ବାହିନୀକୁ ଖବର ମିଳିଥିଲା । ଏହାପରେ ଗତକାଲି (ଶୁକ୍ରବାର) ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି) ଓ ସିଆର୍‌ପିଏଫ୍ କୋବ୍ରା ୟୁନିଟ୍ ପକ୍ଷରୁ ମିଳିତ ଭାବେ ଜଙ୍ଗଲ ଭିତରେ ଆଣ୍ଟି-ନକ୍ସଲ ଅପେରସନ ଆରମ୍ଭ ହୋଇଥିଲା । 

ଆଜି ସକାଳୁ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ସୁରକ୍ଷା ବାହିନୀ । ଦୁଇ ପକ୍ଷ ଭିତରେ ଜୋରଦାର୍ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଆଉ ଏହି ଏନକାଉଣ୍ଟରେ ନିପାତ ହୋଇଥିଲେ ୨ ଜଣ ମାଓବାଦୀ । ଆଜିର ଏନକାଉଣ୍ଟର ସହିତ ଚଳିତ ବର୍ଷ ଛତିଶଗଡରେ ପୃଥକ୍ ପୃଥକ୍ ସଂଘର୍ଷରେ ମୋଟ ୮୩ ଜଣ ମାଓବାଦୀ ନିହତ ହୋଇଛନ୍ତି । ସେଥିମଧ୍ୟରୁ କେବଳ ୬୭ ଜଣ ମାଓବାଦୀ ବସ୍ତର ଡିଭିଜନର ରହିଛନ୍ତି ।

ଦିନକ ପୂର୍ବରୁ ସୁକ୍‌ମା ପୋଲିସ ନିକଟରେ ୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ । ଏହି ମାଓବାଦୀମାନେ ୨୦୨୧ ତେକୁଲଗୁଡା ଆମ୍ବୁସ ଆଟାକ୍‌ରେ ସମ୍ପୃକ୍ତ ଥିଲେ, ଯେଉଁଥିରେ ୨୨ ଜଣ ଯବାନଙ୍କ ଜୀବନ ଯାଇଥିଲା ବୋଲି ସୂଚନା ଦେଇଥିଲେ ସୁକ୍‌ମା ଏସପି କିରନ ଚଭନ ।

ଗତ ଫେବ୍ରୁଆରୀ ୯ରେ ଛତିଶଗଡରେ ବଡ ଧରଣର ଏନକାଉଣ୍ଟର ହୋଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ୩୧ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ଛତିଶଗଡ଼ ବିଜାପୁର ନ୍ୟାସନାଲ ପାର୍କ ଅଞ୍ଚଳରେ ଏନ୍‌କାଉଣ୍ଟର୍ ହୋଇଥିଲା । ଏଥିରେ ୨ ଜଣ ଯବାନ ସହିଦ ହୋଇଥିଲେ । ଆଉ ୨ ଜଣ ଯବାନ ଗୁରୁତର ଆହତ ହୋଇଥିଲେ ।

ଅଧିକ ପଢ଼ନ୍ତୁ: ବାପା, ମମ୍ମି Sorry... ଅସହ୍ୟ ହେଲା ସ୍ତ୍ରୀ ନିର୍ଯାତନା, ଝୁଲିପଡିଲେ IT ମ୍ୟାନେଜର