Advertisment

ଦୀପାବଳିରେ କର୍ମଚାରୀଙ୍କୁ ଇଲେକ୍ଟ୍ରିକ୍‌ ସ୍କୁଟି ଦେଇ ଚର୍ଚ୍ଚାରେ ଏହି କମ୍ପାନୀ

ଦୀପାବଳି ଅବସରରେ ଅନେକ କମ୍ପାନୀ ନିଜର କର୍ମଚାରୀଙ୍କୁ ବୋନସ୍‌ ପ୍ରଦାନ କରିଥାନ୍ତି। ହେଲେ ଆମେ ଆପଣଙ୍କୁ ଏମିତି ଏକ କମ୍ପାନୀ ବିଷୟରେ କହିବୁ, ଯିଏ ବୋନସ୍‌ ଆକାରରେ କର୍ମଚାରୀଙ୍କୁ ଇଲେକ୍ଟ୍ରିକ୍‌ ସ୍କୁଟି ଉପହାର ସ୍ୱରୂପ ପ୍ରଦାନ କରିଛି।

author-image
Rajalaxmi Sahoo
Company Gifted Electric Scooters To Its Employees

Company Gifted Electric Scooters To Its Employees

ସୁରତ: ଦୀପାବଳି ଅବସରରେ ଅନେକ କମ୍ପାନୀ ନିଜର କର୍ମଚାରୀଙ୍କୁ ବୋନସ୍‌ ପ୍ରଦାନ କରିଥାନ୍ତି। ହେଲେ ଗୁଜରାଟ ସୁରତର ଏକ କମ୍ପାନୀ ବୋନସ୍‌ ଆକାରରେ କର୍ମଚାରୀଙ୍କୁ ଇଲେକ୍ଟ୍ରିକ୍‌ ସ୍କୁଟି ଉପହାର ସ୍ୱରୂପ ଦେଇଛି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି କମ୍ପାନୀ କର୍ମଚାରୀଙ୍କୁ ଦୀପାବଳି ଅବସରରେ ଏହି ମହଙ୍ଗା ଗିଫ୍ଟ ପ୍ରଦାନ କରିଛି। 

Advertisment

କମ୍ପାନୀର ଡାଇରେକ୍ଟର ସୁବାଷ ଡାୱର କହିଛନ୍ତି, ‘ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ସମସ୍ତ କର୍ମଚାରୀଙ୍କୁ ଇଲେକ୍ଟ୍ରିକ୍‌ ସ୍କୁଟି ପ୍ରଦାନ କରିବା ଲାଗି ଆମେ ନିଷ୍ପତ୍ତି ନେଇଥିଲୁ। ଏହାଦ୍ୱାରା ସେମାନଙ୍କର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।’ 

ଦୀପାବଳି ଗିଫ୍ଟରେ ଗୁଜରାଟର ବ୍ୟବସାୟୀମାନେ ନଜ କର୍ମଚାରୀଙ୍କୁ ମହଙ୍ଗା ଉପହାର ପ୍ରଦାନ କରିଥାନ୍ତି। ଯାହାକୁ ନେଇ ସେମାନେ ଚର୍ଚ୍ଚାରେ ଥାନ୍ତି। ହୀରା ବ୍ୟବସାୟୀ ସବଜି ଢୋଲାକିଆ ନିଜ କର୍ମଚାରୀଙ୍କୁ ଦୀପାବଳି ଗିଫ୍ଟରେ କାର୍‌, ଫ୍ଲାଟ୍‌ ଓ ମୋଟା ଅଙ୍କର ଟଙ୍କା ଦେଇ ଚର୍ଚ୍ଚାକୁ ଆସି ସାରିଛନ୍ତି। ଆଉ ଏବେ ଏହି ତାଲିକାରେ ଲକ୍ଷ୍ମୀଦାସ ଭେକରିୟାଙ୍କ ନାଁ ଯୋଡ଼ି ହୋଇଛି। ଯିଏକି ଚଳିତ ବର୍ଷ କର୍ମଚାରୀଙ୍କୁ ଇଲେକ୍ଟ୍ରିକ୍‌ ସ୍କୁଟି ଦୀପାବଳି ଅବସରରେ ଗିଫ୍ଟ କରିଛନ୍ତି। 

Advertisment

କର୍ମଚାରୀଙ୍କୁ ଇଲେକ୍ଟ୍ରିକ୍‌ ସ୍କୁଟି ପ୍ରଦାନ କରିଥିବା ସୁରତର ଏହି ଜଣାଶୁଣା କମ୍ପାନୀର ନାଁ ‘Alliance Group’। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଓ ଅନ୍ୟ ଘଟଣାକୁ ଦୃଷ୍ଟିରେ ରଖି ନିଜର କର୍ମଚାରୀଙ୍କୁ ଇଲେକ୍ଟ୍ରିକ୍‌ ସ୍କୁଟି ପ୍ରଦାନ କରିବା ଲାଗି କମ୍ପାନୀ ପକ୍ଷରୁ ନିଷ୍ପତ୍ତି ନିଆ ଯାଇଥିଲା। ଇଲେକ୍ଟ୍ରିକ୍‌ ସ୍କୁଟି ବ୍ୟବହାର ଦ୍ୱାରା ପରିବେଶକୁ ମଧ୍ୟ ସୁରକ୍ଷିତ ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। 

ଗତକାଲି ଦୀପାବଳି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କର୍ମଚାରୀଙ୍କୁ କମ୍ପାନୀ ପକ୍ଷରୁ ସ୍କୁଟି ପ୍ରଦାନ କରାଯାଇଥିଲା। କମ୍ପାନୀର ଏଭଳି ନିଷ୍ପତ୍ତିକୁ ନେଇ କର୍ମଚାରୀମାନେ ଖୁସି ବ୍ୟକ୍ତି କରିଛନ୍ତି। ଏହାଦ୍ୱାରା ଆହୁରି ଅଧିକ କାର୍ଯ୍ୟ କରିବା ଲାଗି ଏହା ପ୍ରେରଣା ଯୋଗାଇବ ବୋଲି କର୍ମଚାରୀମାନେ କହିଛନ୍ତି। 

Diwali Gift Electric Scooters Gujarat Diwali
Advertisment
Advertisment