Advertisment

କେଉଁ କଂପାନୀ ଇଲେକ୍ଟୋରାଲ ବଣ୍ଡ୍ ଜରିଆରେ ଦେଇଛି ସବୁଠୁ ଅଧିକ ଅର୍ଥ ? ଜାଣନ୍ତୁ...

ଭାରତୀୟ ନିର୍ବାଚନ କମିଶନଙ୍କୁ ସବିଶେଷ ତଥ୍ୟ ପ୍ରଦାନ କଲା SBI । କିଏ କେଉଁ ରାଜନୈତିକ ଦଳକୁ କେତେ ଟଙ୍କା ଦେଇଛି ସେ ସମସ୍ତ ତଥ୍ୟ ଦେଲା ଷ୍ଟେଟବ୍ୟାଙ୍କ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Electoral bonds data

Electoral bonds data

ଭାରତୀୟ ନିର୍ବାଚନ କମିଶନଙ୍କୁ ସବିଶେଷ ତଥ୍ୟ ପ୍ରଦାନ କଲା SBI । କିଏ କେଉଁ ରାଜନୈତିକ ଦଳକୁ କେତେ ଟଙ୍କା ଦେଇଛି ସେ ସମସ୍ତ ତଥ୍ୟ ଦେଲା ଷ୍ଟେଟବ୍ୟାଙ୍କ । ଏନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଜରିଆରେ ଜଣାଇଲା ଏସବିଆଇ (SBI)। ସତ୍ୟପାଠରେ ମାର୍ଚ୍ଚ ୧୮ତାରିଖରେ ଦିଆଯାଇଥିବା ଆଦେଶକୁ ପାଳନ କରିଛି ବୋଲି ଉଲ୍ଲେଖ କରିଛି ଏସବିଆଇ । ସତ୍ୟପାଠରେ ଏହା ମଧ୍ୟ କୁହାଯାଇଛି ଯେ, ସବୁ ବଣ୍ଡର ନମ୍ବର ମଧ୍ୟ ସେହି ତଥ୍ୟରେ ରହିଛି । ଏହାବ୍ୟତୀତ ନିର୍ବାଚନୀ ବଣ୍ଡ ନେଇ ଅନ୍ୟ କିଛି ତଥ୍ୟ ବ୍ୟାଙ୍କ ପାଖରେ ନଥିବା କଥା ବ୍ୟାଙ୍କ ତରଫରୁ କୋର୍ଟଙ୍କୁ ସୂଚିତ କରାଯାଇଛି ।

Advertisment

ନିର୍ବାଚନ କମିଶନ ଓ ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ (ଏଡିଆର୍‌) ପାଖରେ ଥିବା ତଥ୍ୟ ଅନୁଯାୟୀ ଗତ ଆର୍ଥିକ ବର୍ଷ ସୁଦ୍ଧା ସବୁ ରାଜନୈତିକ ଦଳ ଇଲେକ୍ଟୋରାଲ ବଣ୍ଡ ଯୋଜନାରେ ୧୨,୦୦୦ କୋଟି ଟଙ୍କାରୁ ଅଧିକ ଚାନ୍ଦା ପାଇଥିବାବେଳେ ସେଥିରୁ କେବଳ ଶାସକ ବିଜେପିର ଭାଗ ଥିଲା ୫୫ ପ୍ରତିଶତ ବା ୬,୫୬୫ କୋଟି ଟଙ୍କା ।

କେଉଁ କଂପାନୀ ନିର୍ବାଚନ ବଣ୍ଡ୍ ଜରିଆରେ ଦେଇଛି ସବୁଠୁ ଅଧିକ ଅର୍ଥ ?

ତେବେ ସୂଚନା ଅନୁସାରେ, ସବୁଠୁ ଅଧିକ ଟଙ୍କା ଦାନ କରିଛି ଫ୍ୟୁଚର ଗେମିଂ ଆଣ୍ଡ୍ ହୋଟେଲ ସର୍ଭିସେସ୍ । ଏହି କଂପାନୀ ଦେଇଛି ୧ ହଜାର ୩୬୮ କୋଟି ଟଙ୍କା । ତାମିଲନାଡ଼ୁ କୋଏମ୍ବଟୁରର ଏହି କଂପାନୀର ମାଲିକ ହେଉଛନ୍ତି ଭାରତର ଲଟେରି କିଙ୍ଗ୍ ଭାବେ ପରିଚିତ ସାଣ୍ଟିଆଗୋ ମାର୍ଟିନ। ଟପ୍ ଟେନ୍ ଦାତା ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ମେଘା ଇଞ୍ଜିନିୟରିଂ ଆଣ୍ଡ୍ ଇନଫ୍ରାଷ୍ଟ୍ରକ୍ଚର ଲିମିଟେଡ୍ । ଦାନ କରିଛି ୯୬୬ କୋଟି । କ୍ବିକ୍ ସପ୍ଲାଏ ଚେନ୍ ପ୍ରାଇଭେଟ୍ ଲିମିଟେଡ୍ ୪୧୦ କୋଟି, ବେଦାନ୍ତ ୪ଶହ କୋଟି, ହଳଦିଆ ଏନର୍ଜି ଲିମିଟେଡ୍ ୩୭୭ କୋଟି, ଭାରତୀ ଗ୍ରୁପ୍ ୨୪୭ କୋଟି, ଏସେଲ୍ ମାଇନିଂ ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ ୨୨୪ କୋଟି, ୱେଷ୍ଟର୍ଣ୍ଣ ୟୁପି ପାୱାର ଟ୍ରାନ୍ସମିସନ୍ କଂପାନୀ ଲିମିଟେଡ୍ ୨୨୦ କୋଟି, କେଭେଣ୍ଟର ଫୁଡପାର୍କ ଇନଫ୍ରା ୧୯୫ କୋଟି ଏବଂ ଦଶମ ସ୍ଥାନରେ ରହିଛି ମଦନଲାଲ୍ ଲିମିଟେଡ୍, ଦେଇଛି ୧୮୫ କୋଟି ଟଙ୍କା।

Advertisment

ଇଲେକ୍ଟୋରାଲ ବଣ୍ଡ ଜରିଆରେ କେଉଁ ଦଳ ପାଇଛି ଅଧିକ ଟଙ୍କା ? 

ଭାରତୀୟ ଜନତା ପାର୍ଟି (ବିଜେପି)କୁ ନିର୍ବାଚନ ବଣ୍ଡ ଯୋଜନାରେ ସବୁଠାରୁ ଅଧିକ ଟଙ୍କା ମିଳ଼ଛି, ଗତ ଚାରି ବର୍ଷ ମଧ୍ୟରେ ୬୦୦୦ କୋଟିରୁ ଅଧିକ ଟଙ୍କା ମିଳିଛି । ମେଘା ଇଞ୍ଜିନିୟରିଂ ଆଣ୍ଡ୍ ଇନଫ୍ରାଷ୍ଟ୍ରକ୍ଚର ଲିମିଟେଡ୍ (MEIL) ବିଜେପିର ସବୁଠାରୁ ବଡ ଦାତା ଥିଲା । ଏହି କମ୍ପାନୀ ୫୧୯ କୋଟି ଟଙ୍କା ମୂଲ୍ୟର ବଣ୍ଡ ଦାନ କରିଛି । କ୍ୱିକ୍ ସପ୍ଲାଏଘରୋଇ କମ୍ପାନୀ ୩୭୫ କୋଟି ଟଙ୍କା ଦାନ କରିଛି, ତା’ପରେ ବେଦାନ୍ତ ୨୨୬.୭ କୋଟି ଏବଂ ଭାରତ ଏୟାରଟେଲ ୧୮୩ କୋଟି ଟଙ୍କା ଦାନ କରିଛି । 

ଦ୍ୱିତୀୟ ବୃହତ୍ତମ ହିତାଧିକାରୀ ସ୍ଥାନରେ ରହିଛି ଟିଏମ୍‌ସି । ପଶ୍ଚିମବଙ୍ଗର ଶାସକ ଦଳକୁ ଲଟେରୀ ଗେମିଂ କମ୍ପାନୀ ଫ୍ୟୁଚର ଗେମିଙ୍ଗ ଏବଂ ହୋଟେଲ ସର୍ଭିସେସ୍ ଠାରୁ ୫୪୨ କୋଟି ଟଙ୍କା ମୂଲ୍ୟର ବଣ୍ଡ ଦାନ ମିଳିଛି । ମମତା ବାନାର୍ଜୀ ନେତୃତ୍ୱାଧୀନ ପାର୍ଟିର ଅନ୍ୟାନ୍ୟ ପ୍ରମୁଖ ଦାତାମାନଙ୍କ ମଧ୍ୟରେ ରହିଛନ୍ତି ହଳଦିଆ ଏନର୍ଜି ୨୮୧ କୋଟି ଟଙ୍କା, ଧରୱାଲ ଇନଫ୍ରା ୯୦ କୋଟି ଟଙ୍କା ଏବଂ MKJ ଏଣ୍ଟରପ୍ରାଇଜେସ୍ ୪୫.୯ କୋଟି ଟଙ୍କା ଦାନ କରିଛନ୍ତି ।

ନିର୍ବାଚନ ବଣ୍ଡ ଯୋଜନାର ଲାଭ ଦୃଷ୍ଟିରୁ କଂଗ୍ରେସ ଦଳ ତୃତୀୟ ସ୍ଥାନରେ ରହିଛି । ୧୨୫ କୋଟି ଟଙ୍କା ମୂଲ୍ୟର ବଣ୍ଡ ମାଧ୍ୟମରେ ଦାନ ଦେଇ ବେଦାନ୍ତ ଦଳର ପାଣ୍ଠିରେ ସବୁଠାରୁ ବଡ ଯୋଗଦାନ କରିଛି । ବେଦାନ୍ତ ପରେ MKJ ଏଣ୍ଟରପ୍ରାଇଜେସ୍‌ ୧୧୦ କୋଟି ଟଙ୍କା ମୂଲ୍ୟର ବଣ୍ଡ ଦାନ କରିଛି ।

Electoral Bonds
Advertisment
Advertisment