/odishatv-khabar/media/post_attachments/uploadimage/library/16_9/16_9_0/Congress__1728366949.jpg)
Congress
ହରିୟାଣାରେ ବଦଳିଗଲା ପ୍ରାଥମିକ ଟ୍ରେଣ୍ଡ । ସମୟ ବଢ଼ିବା ସହ ଟ୍ରେଣ୍ଡରେ ମ୍ୟାଜିକ ନମ୍ବର ପାର କଲା ବିଜେପି । ପ୍ରଥମେ ଆଗୁଆ ଥିବା କଂଗ୍ରେସ ଏବେ ବହୁ ପଛରେ । ବିଜେପିକୁ ତୃତୀୟ ଥର କ୍ଷମତା ମିଳିବାନେଇ ସଂକେତ ଦେଖାଦେଇଛି , କିଛି ସମୟ ପରେ ସ୍ପଷ୍ଟ ହେବ ଚିତ୍ର ।
ତେବେ ସବୁଠୁ ବଡ଼ ରୋଚକ କଥା ହରିୟାଣାରେ ବହୁମତ ଉପରେ ବିଜେପିର ସଂଖ୍ୟା ଆସିବା ପରେ ସେଲିବ୍ରେସନ ବନ୍ଦ କରିଦେଲା କଂଗ୍ରେସ । ସେପଟେ ଭୋଜି ଭାତ ଆୟୋଜନ ନେଇ ବିଜେପି ପକ୍ଷରୁ ଚାଲିଛି ଆୟୋଜନ । ପ୍ରାଥମିକ ଟ୍ରେଣ୍ଡରେ କଂଗ୍ରେସର ଭଲ ପ୍ରଦର୍ଶନ ଦେଖି ମିଠା ବାଣ୍ଟିବା ସହ ବାଣ ଫୁଟାଇ ନାଚଗୀତ କରିଥିଲେ କଂଗ୍ରେସ କର୍ମୀ ।
ଏହା ଭିତରେ ନଡ୍ଡା ଡାକିଲେ ଗୁରୁତ୍ବପୂର୍ଣ୍ଣ ବୈଠକ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଡାକିଛନ୍ତି ଗୁରୁତ୍ବପୂର୍ଣ୍ଣ ବୈଠକ । ଦଳର ସାଧାରଣ ସମ୍ପାଦକଙ୍କ ସହ ଆଲୋଚନା ହେବ । ହରିୟାଣାରେ ପ୍ରାରମ୍ଭିକ ଟ୍ରେଣ୍ଡ ନେଇ ଆଲୋଚନା ସମ୍ଭାବନା ରହିଛି ।
ହରିୟାଣାରେ ଚମକ ଦେଖାଇବା ଆରମ୍ଭ କଲାଣି ବିଜେପି#ElectionResult2024#HaryanaElectionResults#JammuKashmirElectionResults#OTVpic.twitter.com/dKoGroDcEn
— ଓଟିଭି (@otvkhabar) October 8, 2024
ଏପଟେ ଜାମ୍ମୁ କାଶ୍ମୀରରେ NC ମେଣ୍ଟ ଆଗୁଆ । ଟ୍ରେଣ୍ଡରେ ବହୁମତ ଉପରେ ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଣ୍ଟ । ପଛରେ ଚାଲିଛି ବିଜେପି । ୧୦ ବର୍ଷ ପରେ ହୋଇଥିବା ନିର୍ବାଚନ ଫଳାଫଳକୁ ନେଇ ସବୁଠି ଉତ୍କଣ୍ଠା ରହିଛି ।
ହରିୟାଣାରେ ବଦଳୁଛି ଟ୍ରେଣ୍ଡ । କଂଗ୍ରେସ ୩୮କୁ ବିଜେପି ୪୪ ସିଟ୍ରେ ଆଗରେ#ElectionResult2024#HaryanaElectionResults#JammuKashmirElectionResults#OTVpic.twitter.com/TRTJ5oVZsL
— ଓଟିଭି (@otvkhabar) October 8, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)