/odishatv-khabar/media/post_attachments/uploadimage/library/16_9/16_9_0/IMAGE_1755442627.jpg)
rahul gandhi
'ଭୋଟ୍ ଚୋରି' ଅପଶବ୍ଦର ବ୍ୟବହାର ସମ୍ବିଧାନ ପ୍ରତି ଅପମାନ । ରାହୁଲଙ୍କ ଅଭିଯୋଗକୁ ନିର୍ବାଚନ କମିଶନଙ୍କ କଡ଼ା କାଉଣ୍ଟର୍ । ୭ ଦିନିଆ ଅଲଟିମେଟମ୍... 'ସତ୍ୟପାଠ ଦିଅ, ନଚେତ୍ କ୍ଷମା ମାଗ' । ଲୋକସଭା ନିର୍ବାଚନରେ ଭୋଟ୍ ଜାଲିଆତି ଏବଂ ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟର ଲିଷ୍ଟର ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ୍ ଅନିୟମିତତାକୁ ନେଇ ବହୁବିବାଦୀୟ ଭୋଟ୍ ଚୋରି ଅଭିଯୋଗ ଆଣିଥିଲେ କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ତେବେ ରାହୁଲଙ୍କ ନାଁ ନନେଇ ଆଜି ତାଙ୍କ ଅଭିଯୋଗର କଡ଼ା ଜବାବ ରଖିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର।
ପ୍ରେସମିଟରେ କହିଛନ୍ତି- ନିର୍ବାଚନ କମିଶନଙ୍କ କାନ୍ଧରେ ବନ୍ଧୁକ ରଖି ରାଜନୀତି କରାଯାଉଛି। ପିପିଟିରେ ଭୁଲ୍ ତଥ୍ୟ ଦେଇ ଦେଶବାସୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରାଯାଉଛି। ନିର୍ବାଚନ କମିଶନଙ୍କ ପାଇଁ କେହି ପକ୍ଷ କିମ୍ବା କେହି ବିପକ୍ଷ ନୁହନ୍ତି, ସମସ୍ତେ ସମକକ୍ଷ ବୋଲି କହିବା ସହ, ମିଥ୍ୟା ଆରୋପକୁ ନିର୍ବାଚନ କମିଶନ କେବେ ଡରିଯିବେ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏଥିସହ ଯିଏ ବି ଭୁଲ୍ ତଥ୍ୟ ପ୍ରଚାର କରୁଛନ୍ତି, ସେ ୭ ଦିନ ଭିତରେ ଅଭିଯୋଗର ସତ୍ୟପାଠ ଦିଅନ୍ତୁ, ନଚେତ୍ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ।...
ରାହୁଲଙ୍କ ଅଭିଯୋଗର ଗୋଟି ଗୋଟି କରି ଜବାବ ରଖିଛନ୍ତି ମୁଖ୍ୟ ନିର୍ବାଚନ କମିଶନର। କହିଛନ୍ତି, ରାଜନୈତିକ ଦଳମାନଙ୍କ ଦୀର୍ଘ ଦିନର ଦାବି ଓ ସହମତି ଆଧାରରେ ବିହାରରେ S.I.R ଲାଗୁ ହୋଇଛି। ସମସ୍ତ ରାଜନୈତିକ ଦଳର ୧.୬ ଲକ୍ଷ ବୁଥସ୍ତରୀୟ ଏଜେଣ୍ଟ ଡ୍ରାଫ୍ଟ ତାଲିକା କରିଛନ୍ତି। ଭୋଟରମାନେ ମୋଟ ୨୮ ହଜାର ୩୭୦ ଦାବି ଏବଂ ଆପତ୍ତି ଦାଖଲ କରିଛନ୍ତି । ସଂଶୋଧନ ଶେଷ ହେବା ପାଇଁ ଆହୁରି ୧୫ ଦିନ ବାକି ରହିଛି । ପ୍ରାଇଭେସି କଥା ଉଠାଇ ସେ କହିଛନ୍ତି, ଅନେକ ଭୋଟରଙ୍କ ଫଟୋ ମିଡିଆରେ ସେମାନଙ୍କ ଅନୁମତି ବିନା ବାହାରିଛି, ଯାହାକି ହେବା କଥା ନୁହେଁ।
ଲୋକସଭା ନିର୍ବାଚନରେ ୧ କୋଟିରୁ ଊର୍ଦ୍ଧ୍ବ କର୍ମଚାରୀ ସାମିଲ୍ ଥିଲେ। ୧୦ ଲକ୍ଷରୁ ଊର୍ଦ୍ଧ୍ବ ବୁଥ୍ ଏଜେଣ୍ଟ ଏବଂ ୨୦ ଲକ୍ଷରୁ ଊର୍ଦ୍ଧ୍ବ ପୁଲିଂ ଏଜେଣ୍ଟ ସାମିଲ ଥିଲେ। ଏତେ ସ୍ବଚ୍ଛତା ଭିତରେ ଭୋଟ୍ ଚୋରି ସମ୍ଭବ କି ବୋଲି ପ୍ରଶ୍ନ କରିଛନ୍ତି ECI। ଘର ନମ୍ବର ଜିରୋ ପ୍ରସଙ୍ଗରେ ଇସିଆଇ କହିଛନ୍ତି ଯେ, ଘର ନଥିବା ବ୍ୟକ୍ତି ବି ଦେଶର ନାଗରିକ। ତେଣୁ ସେମାନଙ୍କ ଭୋଟର ଲିଷ୍ଟରେ ନାଁ ଅଛି ଓ ସେମାନଙ୍କ ଘର ନମ୍ବର ଜିରୋ ରହିଛି। ଡବଲ ଭୋଟ୍ ନେଇ ଅଭିଯୋଗ ଆସୁଛି, ପ୍ରମାଣ ମାଗିଲେ ମିଳୁନି। ଏକାଧିକ ଅଞ୍ଚଳର ଭୋଟର ତାଲିକାରେ ନାଁ ରହିବା ଅର୍ଥ ନୁହେଁ ଯେ ସଂପୃକ୍ତ ବ୍ୟକ୍ତି ଗୋଟିଏରୁ ଅଧିକ ଭୋଟ୍ ଦେଇଥିବ। ବିନା ପ୍ରମାଣରେ ଦେଢ଼ ଲକ୍ଷ ଲୋକଙ୍କୁ ନୋଟିସ୍ କରିହେବନି, ତେଣୁ ସତ୍ୟପାଠ ଦାଖଲ କରିବାକୁ ଆହ୍ବାନ କରିଛନ୍ତି ନିର୍ବାଚନ କମିଶନର।...
ସେପଟେ ବିହାର ସାସାରାମରେ ଭୋଟ୍ ଅଧିକାର ଯାତ୍ରା ଅବସରରେ ପୁଣି ସମାନ ଅଭିଯୋଗ ଦେହରାଇଛନ୍ତି ରାହୁଲ ଗାନ୍ଧି। S.I.R. ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କୁ ଟାର୍ଗେଟ୍ କରିବା ସହ, ଆମେ ବିହାର ନିର୍ବାଚନ ଚୋରି ହେବାକୁ ଦେବୁ ନାହିଁ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଇସିଆଇ ପ୍ରେସମିଟ ପରେ ରାହୁଲ ଓ କଂଗ୍ରେସକୁ ଜୋରଦାର କଟାକ୍ଷ କରିଛି ବିଜେପି ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)