/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710005884.jpg)
Election Commissioner
ଆଉ କିଛି ସପ୍ତାହ ପରେ ଦେଶରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ। ନିର୍ବାଚନ ପାଇଁ ଆସନ୍ତା ସପ୍ତାହରେ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ। ତେବେ ଏହାରି ମଧ୍ୟରେ ନିର୍ବାଚନ କମିଶନର ପଦରୁ ଇସ୍ତଫା ଦେଇଛନ୍ତି ଅରୁଣ ଗୋଏଲ। ତେବେ କାହିଁକି ହଠାତ୍ ନିର୍ବାଚନ ପୂର୍ବରୁ ଇସ୍ତଫାର ଦେଲେ ତାହା ଯଦିଓ ଜଣାପଡ଼ିନାହିଁ କିନ୍ତୁ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ରାଷ୍ଟ୍ରପତିଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ଅରୁଣଙ୍କ ଇସ୍ତଫା ପତ୍ର ମଧ୍ୟ ରାଷ୍ଟ୍ରପତି ଗ୍ରହଣ କରିଥିବା ସୂଚନା ମିଳିଛି। ଅରୁଣ ଗୋଏଲଙ୍କ କାର୍ଯ୍ୟକାଳ ୨୦୨୭ ପର୍ଯ୍ୟନ୍ତ ଥିଲା । ତେବେ ୩ ବର୍ଷ ପୂର୍ବରୁ ତାଙ୍କ ଇସ୍ତଫା ପରେ, କେନ୍ଦ୍ରୀୟ ନିର୍ବାଚନ କମିଶନରେ ଏବେ ୨ଟି କମିଶନର ପଦ ଖାଲି ରହିଛି ।
ଦୀର୍ଘ ୩୭ ବର୍ଷ ଧରି ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିଥିବା ଗୋଏଲ ନଭେମ୍ବର ୧୯ରେ ଇସି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୧୯୮୫ ବ୍ୟାଚ୍ ପଞ୍ଜାବ ଆଇଏଏସ କ୍ୟାଡର ଗୋଏଲ ନଭେମ୍ବର ୧୮ରେ କେନ୍ଦ୍ର ଭାରୀ ଶିଳ୍ପ ମନ୍ତ୍ରଣାଳୟର ସଚିବ ପଦରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ଏହା ପରଦିନ ତାଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ମିଳିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)