• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦେଶରେ ଜାଲ୍ ଭୋଟର ଚିହ୍ନଟ ସହ ନିର୍ବାଚନ ବେଳେ ଭୋଟ୍ ଦାନରେ ସ୍ୱଚ୍ଛତା ଆଣିବା ଲାଗି ବଡ଼ ପଦକ୍ଷେପ । ଆରମ୍ଭ ହୋଇଛି ଭୋଟର ପରିଚୟ ପତ୍ର ସହ ଆଧାର କାର୍ଡ ସଂଯୋଗ । ଏଥିଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇଛି । ଏଥିଲାଗି କ୍ୟାମ୍ପଗୁଡ଼ିକରେ ଲୋକଙ୍କ ଲାଇନ ଲାଗିଥିବା ଦେଖିବାକୁ ମିଳିଥିଲା । କ୍ୟାମ୍ପଗୁଡ଼ିକରେ ବୁଥ୍ ଲେବୁଲ ଅଫିସର, ତହସିଲ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି ।

ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରଦତ୍ତ ଫର୍ମ ନମ୍ବର ୬(ଖ) ଜରିଆରେ ଆଧାର କାର୍ଡ ଓ ଭୋଟର ଆଇଡି କାର୍ଡ ଲିଙ୍କ କରାଯାଉଛି । ଉଭୟ ଅନଲାଇନ୍ ଓ ଅଫ୍‌ଲାଇନରେ କରାଯାଉଛି । ନିର୍ବାଚନ କମିଶନଙ୍କ ୱେବସାଇଟ୍‌ରେ ଏନେଇ ବ୍ୟବସ୍ଥା ରହିଛି । ଏହାଛଡ଼ା ବୁଥ୍‌ସ୍ତରରେ ନିୟୋଜିତ କର୍ମଚାରୀ ମଧ୍ୟ ଅଫଲାଇନରେ କାମ କରୁଛନ୍ତି ।

ଏଥିଲାଗି ଜଣେ ଭୋଟରଙ୍କୁ ଭୋଟର ପରିଚୟ ପତ୍ରର ଜେରକ୍ସ ଓ ଆଧାର କାର୍ଡର ଜେରକ୍ସ ସହ ଫର୍ମ (ଖ) ପୂରଣ କରି ଦେବାକୁ ହେବ । ବୋଗସ୍ ଭୋଟର ଚିହ୍ନଟ ପାଇଁ ଲୋକ ପ୍ରତିନିଧି ଆଇନରେ ସଂଶୋଧନ ଅଣାଯାଇ ଭୋଟର ପରିଚୟ ପତ୍ର ଓ ଆଧାର କାର୍ଡ ଲିଙ୍କ କରିବାକୁ ସରକାରଙ୍କ ପକ୍ଷରୁ ପୂର୍ବରୁ ବିଜ୍ଞପ୍ତି ଜାରି ହୋଇଥିଲା ।

ତେବେ ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶରେ ଆରମ୍ଭ ହୋଇଛି ଆଧାର ଲିଙ୍କ । ଉଭୟ ଅଫ୍‌ଲାଇନ୍ ଓ ଅନଲାଇନ୍‌ରେ କରାଯାଉଛି ଆବେଦନ । ବୁଥ୍‌ଗୁଡ଼ିକରେ ବିଏଲ୍ଓକୁ ଦିଆଯାଇଛି ଆଧାର ଲିଙ୍କ ଦାୟିତ୍ୱ । ତହସିଲର କର୍ମଚାରୀଙ୍କୁ ବି କାର୍ଯ୍ୟରେ କରାଯାଇଛି ନିୟୋଜିତ ।