/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665424010.jpg)
Uddhav Thackrey
ନାଁ ଓ ଚିହ୍ନକୁ ନେଇ ଶିବସେନାର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଭିତରେ କେନ୍ଦ୍ର ନିର୍ବାଚନ ଆୟୋଗ ଦୁଇ ଦଳଙ୍କ ପାଇଁ ଜାରି କରିଛନ୍ତି ନୂଆ ନାଁ । ଏନେଇ ଦୁଇ ଗୋଷ୍ଠୀକୁ ଚିଠି ଲେଖିଛନ୍ତି ନିର୍ବାଚନ ଆୟୋଗଙ୍କ ସଚିବ । ଉଦ୍ଧବଙ୍କ ଗୋଷ୍ଠୀର ନାଁ- ଶିବସେନା ଉଦ୍ଧବ ବାଲାସାହେବ ଥାକରେ ଦିଆଯାଇଥିବା ବେଳେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ନାଁ- ବାଲାସାହେବ୍ଚି ଶିବସେନା ରଖାଯାଇଛି ।
ସେହିଭଳି ଉଦ୍ଧବଙ୍କ ଗୋଷ୍ଠୀକୁ ମଶାଲ ଚିହ୍ନ ଦିଆଯାଇଛି । ଏହି ବିବାଦର ସମ୍ପୂର୍ଣ୍ଣ ସମାଧାନ ହେବା ପର୍ଯ୍ୟନ୍ତ ଏହି ଚିହ୍ନକୁ ଦଳ ଆସନ୍ତା ଉପନିର୍ବାଚନରେ ବ୍ୟବହାର କରିବ ବୋଲି ଆୟୋଗ ଲେଖିଛନ୍ତି । ସେପଟେ ଏକନାଥ ସିନ୍ଦେ ଆବେଦନ କରିଥିବା ନିର୍ବାଚନ ଚିହ୍ନକୁ ନିର୍ବାଚନ ଆୟୋଗ ଅଗ୍ରାହ୍ୟ କରିଛନ୍ତି । ଏହି ଗୋଷ୍ଠୀକୁ ତ୍ରିଶୁଳ, ଉଦିତ ସୂର୍ଯ୍ୟ କିମ୍ବା ଗଦା ଚିହ୍ନ ଦେବାକୁ ଆବେଦନ କରାଯାଇଥିଲା ।
ତେବେ ଚିହ୍ନ ତାଲିକାରେ ଏସବୁ ନଥିବାରୁ ସିନ୍ଦେ ଗୋଷ୍ଠୀକୁ ଏହି ଚିହ୍ନ ଦେବାକୁ ମନା କରିଛନ୍ତି କମିଶନ । ଏହାସହ ଆସନ୍ତାକାଲି ଭିତରେ ସିନ୍ଦେ ଗୋଷ୍ଠୀ ସାନି ୩ଟି ନୂଆ ଚିହ୍ନ ନେଇ ଆବେଦନ ନିର୍ବାଚନ କମିଶନ ସିନ୍ଦେ ଗୋଷ୍ଠୀକୁ ପରାମର୍ଶ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)