Advertisment

ଟ୍ରାକରୁ ଖସିଲା ମାଲବାହୀ ଟ୍ରେନ୍, ୮ଟି ବଗି ଲାଇନଚ୍ୟୁତ୍

ଶନିବାର ଦିନ ୧୧.୫୨ ମିନିଟ୍‌ରେ ମାଲବାହୀ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ୮ଟି ବଗି ଟ୍ରାକରୁ ଲାଇନଚ୍ୟୁତ୍ ହୋଇଛି।

author-image
Santosh Kumar Sahoo
Train Derail

Train Derail

ଓଲଟି ଗଲା ଟ୍ରେନ୍ । ଦିଲ୍ଲୀ ଜାକିରା ଫ୍ଳାଏ ଓଭର୍ ପାଖରେ ଘଟିଛି ଏହି ଦୁର୍ଘଟଣା। ଏକ ମାଲବାହୀ ଟ୍ରେନ୍ ଯାଉଥିବା ବେଳେ ଲାଇନଚ୍ୟୁତ୍ ହୋଇଛି । ଲାଇନଚ୍ୟୁତ୍‌ ହେବା ଫଳରେ ୮ଟି ବଗି ଟ୍ରାକରୁ ଅଲଗା ହୋଇଯାଇଛି। ତେବେ ଏହା ତଳେ କିଛି ଲୋକ ଚାପି ରହିଥିବା ଅନୁମାନ କରାଯାଉଛି। ଏହି ଟ୍ରେନ୍‌ ଦୁର୍ଘଟଣାଟି ପଟେଲ୍ ନଗରରୁ ଦୟା ବସ୍ତି ଅଞ୍ଚଳ ମଧ୍ୟରେ ଘଟିଛି। ସାଧାରଣତଃ ଏହି ଅଞ୍ଚଳର ଟ୍ରାକ ଆଖପାଖରେ ବସ୍ତି ଥିବାରୁ କିଛି ଲୋକ କ୍ଷତିଗ୍ରସ୍ତ ହୋଇଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ରେଲୱେ ପକ୍ଷରୁ ରେସ୍କ୍ୟୁ ଅପରେସନ୍ ଜାରି ରହିଛି।

Advertisment

ସୂଚନା ଅନୁସାରେ ଶନିବାର ଦିନ ୧୧.୫୨ ମିନିଟ୍‌ରେ ମାଲବାହୀ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ୮ଟି ବଗି ଟ୍ରାକରୁ ଲାଇନଚ୍ୟୁତ୍ ହୋଇଛି। ତେବେ ଏହି ଦୁର୍ଘଟଣାର ସୂଚନା ମିଳିବା ପରେ ରେଲୱେ, ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏହି ମାଲବାହୀ ଗାଡ଼ିରେ ଲୁହା ସିଟ୍‌ ଥିବା କୁହାଯାଉଛି। ଅନ୍ୟପକ୍ଷରେ ଏହି ଦୁର୍ଘଟଣାରେ କ୍ଷୟକ୍ଷତି ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

Advertisment
Train Accident New Delhi Train Derailed
Advertisment
Advertisment