• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହିଁ ମଦ ନୀତି ଦୁର୍ନୀତିର କିଙ୍ଗପିନ। ଆଜି କୋର୍ଟରେ ହାଜର ପରେ ଇଡି ପକ୍ଷରୁ ଏହି ଦଲିଲ ଦିଆଯାଇଛି । କେଜ୍ରିୱାଲଙ୍କ ଜାଣତରେ ହିଁ ସବୁ ପଲିସି କରାଯାଇଥିବା ଇଡି ଆଜି କୋର୍ଟରେ କହିଛି । ଏଥି ପାଇଁ କେଜ୍ରିୱାଲ କିଛି ଖାସ ଲୋକଙ୍କ ପକ୍ଷ ନେଇଥିବା ମଧ୍ୟ ଇଡି କୋର୍ଟରେ ଯୁକ୍ତି ବାଢିଛି । ଏଥି ସହିତ ଇଡି କେଜ୍ରିୱାଲଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ ମଧ୍ୟ କରିଛି । ଗତକାଲି ଗିରଫ ପରେ ଇଡି ହେପାଜତରେ ଥିବା କେଜ୍ରିୱାଲଙ୍କୁ ଆଜି ସ୍ବତନ୍ତ୍ର PMLA କୋର୍ଟରେ ହାଜର କରାଯାଇଥିଲା ।

ଦିନେ ଥିଲେ ଦୁର୍ନୀତି ବିରୋଧୀ ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ଆଉ ଏବେ ତାଙ୍କୁ ମଦ ଦୁର୍ନୀତିର କିଙ୍ଗପିନ୍ ବୋଲି କହିଲା ଇଡି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗତକାଲି ଗିରଫ ହେବା ପରେ, ଆଜି ତାଙ୍କୁ ସ୍ବତନ୍ତ୍ର PMLA କୋର୍ଟରେ ହାଜର କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । 

ନଜର ପକାନ୍ତୁ କୋର୍ଟରେ କେଜରିୱାଲଙ୍କ ବିରୋଧରେ କେଉଁ ସବୁ ପ୍ରମୁଖ ତଥ୍ୟ ରଖିଥିଲା ଇଡି...

- କେଜ୍ରିୱାଲ ଦିଲ୍ଲୀ ମଦ ଦୁର୍ନୀତିର କିଙ୍ଗପିନ୍ ବା ମୁଖ୍ୟ ଷଡ଼ଯନ୍ତ୍ରକାରୀ 

- ନୂଆ ମଦ ନୀତି ତିଆରିରେ ସେ ନିଜେ ପ୍ରତ୍ୟକ୍ଷ ସଂପୃକ୍ତ ଥିଲେ
- କେଜରିୱାଲ ସାଉଥ୍ ଗ୍ରୁପ୍ ଠାରୁ ୧୦୦ କୋଟି ଟଙ୍କାର ଲାଞ୍ଚ ମାଗିଥିଲେ 
- କିକ୍‌ବ୍ୟାକ୍‌ ଟଙ୍କାକୁ ଗୋଆ ଓ ପଞ୍ଜାବ ନିର୍ବାଚନରେ ଖର୍ଚ୍ଚ କରାଯାଇଥିଲା
- ବଦଳରେ ସାଉଥ ଗ୍ରୁପକୁ ଦିଲ୍ଲୀରେ ମଦ ବ୍ୟବସାୟର ପୂର୍ଣ୍ଣ ନିୟନ୍ତ୍ରଣ ମିଳିଥିଲା  
- କେଜରିୱାଲ ଜାଣିଶୁଣି ଇଡିର ସମନ ଖିଲାପ କରିଥିବା ଯୁକ୍ତି ବାଢ଼ିଛି ଇଡି 
- ଏଥିସହ ବହୁ ଟପ୍-ରାଙ୍କ ଅଫିସର ସଂପର୍କିତ ୧୫୦ ପୃଷ୍ଠାର ସମ୍ବେଦନଶୀଳ ଦସ୍ତାବିଜ 

କୋର୍ଟରେ ଇଡି ଦାଖଲ କରିଛି । ଅନ୍ୟପକ୍ଷରେ କେଜ୍ରିୱାଲଙ୍କ ପକ୍ଷରୁ କୋର୍ଟଙ୍କୁ କୁହାଯାଇଛି ଯେ, ଇଡି ଏହି ମାମଲାରେ ନିଜେ ଜୁରୀ ଓ ଜଜ୍ ଭଳି ବ୍ୟବହାର କରିଛି । ଏସବୁ ଭିତରେ କୋର୍ଟରେ ହାଜିରା ବେଳେ ପ୍ରତିକ୍ରିୟା ରଖିଛନ୍ତି କେଜରିୱାଲ। ଗତକାଲିରଗିରଫଦାରି ପରେ ପ୍ରଥମ ପ୍ରତିକ୍ରିୟା ରଖି ସେ କହିଛନ୍ତି, ମୁଁ ଭିତରେ ଥାଏ କି ବାହାରେ ଥାଏ, ମୋ ଜୀବନ ସବୁବେଳେ ଦେଶ ପାଇଁ ସମର୍ପିତ ।

ସେପଟେ କେଜରିୱାଲଙ୍କ ଗିରଫଦାରି ପ୍ରତିବାଦରେ ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛି ଆପ୍। ଦିଲ୍ଲୀ ଓ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ହୋଇଛି। ବିଭିନ୍ନ ସ୍ଥାନରେ ପୋଲିସ ଆପ୍ ନେତା ଓ କର୍ମୀଙ୍କୁ ଅଟକ ରଖିଥିବା ବେଳେ, ଟ୍ରାଫିକ ଜାମ୍ ସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଛି। ଭୁବନେଶ୍ବର ସ୍ଥିତ ବିଜେପି ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ବେଳେ ଆପ୍ କର୍ମୀଙ୍କୁ ଉଠାଇ ନେଇଥିଲା ପୋଲିସ । ସେପଟେ ନିର୍ବାଚନୀ ମାହୋଲରେ ଜାତୀୟ ରାଜନୀତିକୁ ସରଗରମ କରିଛି ଏହି ପ୍ରସଙ୍ଗ । କଂଗ୍ରେସ ଓ ଟିଏମସି ସମେତ ବହୁ ବିରୋଧୀ ଦଳ କେନ୍ଦ୍ର ସରକାର ତଥା ବିଜେପିକୁ ଟାର୍ଗେଟ୍ କରିଥିବା ବେଳେ, ବିଜେପି ବି ଏହାର ଜବାବ ରଖିବା ସହ କେଜରିୱାଲଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛି। ସେପଟେ ସମାଦସେବୀ ଅନ୍ନା ହଜାରେ କହିଛନ୍ତି ଯେ, କେଜରିୱାଲ ନିଜ କୃତକର୍ମର ଫଳ ପାଇଛନ୍ତି। ଏସବୁ ଭିତରେ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପଦରେଥାଇ କେଜରିୱାଲ ଗିରଫ ହେବା ପରେ, ସେ ଜେଲ ଭିତରୁ କିପରି ସରକାର ଚଳାଇବେ, ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

ଇଡି ଲକ୍-ଅପ୍‌ରେ କେମିତି କଟିଲା କେଜରିୱାଲଙ୍କ ପ୍ରଥମ ରାତି ? ସୂଚନା ଅନୁସାରେ, ତାଙ୍କୁ ଦିଲ୍ଲୀ ସ୍ଥିତ ଇଡି ଅଫିସ ଗ୍ରାଉଣ୍ଡଫ୍ଲୋରରେ ଥିବା ଲକ୍-ଅପ୍‌ରେ ରଖାଯାଇଥିଲା। ଇଡି କ୍ୟାଣ୍ଟିନରୁ ଆସିଥିବା ଖାଦ୍ୟ ଖାଇବା ପରେ, ତାଙ୍କୁ ବେଡିଂ ଓ 
ବ୍ଲାଙ୍କେଟ୍ ଦିଆଯାଇଥିଲା । ଛୋଟ ସେଲ୍‌ ଭିତରେ ଚଟାଣରେ ଗଦି ପାରି ଶୋଇଥିଲେ କେଜରି । ସେଣ୍ଟ୍ରାଲାଇଜ୍ଡ ଏସି ସହ ଥିଲା ସିସିଟିଭି ବ୍ୟବସ୍ଥା । କେଜରିୱାଲଙ୍କୁ ଡାଇବେଟିସ୍‌ ଥିବାରୁ ଇଡି ପକ୍ଷରୁ ଫ୍ରିଜରେ ଇନସୁଲିନ୍ ଇଞ୍ଜେକ୍ସନ ରଖାଯାଇଥିଲା ଏବଂ ସକାଳେ ଏକ ଡାକ୍ତରୀ ଟିମ ତାଙ୍କ ସ୍ବାସ୍ଥ୍ୟପରୀକ୍ଷା କରିଥିଲା । 

ସୂଚନା ଅନୁସାରେ, ଲକ୍-ଅପ୍‌ରେ ରାତିସାରା ଭଲରେ ଶୋଇପାରିନଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ସକାଳୁ ଶୀଘ୍ର ଉଠି ଜଳଖିଆ ଓ ରୁଟିନ୍ ମେଡିସିନ୍ ଖାଇଥିଲେ। ତାଙ୍କୁ ଚା, କଫି ଓ ବ୍ରେକଫାଷ୍ଟ ବ୍ୟତୀତ କୌଣସି ସ୍ବତନ୍ତ୍ର ସୁବିଧା ଦିଆଯାଇନାହିଁ । ଗତରାତିରେ ଲକ୍ ଅପ୍‌ରେ ଥିବା ବେଳେ ଇଡି ତାଙ୍କୁ କୌଣସି ଜେରା କରିନାହିଁ । ତେବେ ରିମାଣ୍ଡ ମିଳିବା ପରେ, ସେକେଣ୍ଡ୍ ରାଉଣ୍ଡ୍ ଜେରା ହେବ ବୋଲି ସୂଚନା ମିଳିଛି । ସେପଟେ କେଜରିୱାଲଙ୍କ ଗିରଫ ପ୍ରତିବାଦରେ ଆପ୍ ସୁପ୍ରିମକୋର୍ଟରେ କରିଥିବା ଆବେଦନ ପ୍ରତ୍ୟାହାର କରିନେଇଛି ଓ ତଳକୋର୍ଟର ଦ୍ବାରସ୍ଥ ହୋଇଛି ।