Advertisment

ED Raid in actors house: ନଦୀ ସଫେଇ ନାଁରେ ଖାଇଗଲେ ୬୫ କୋଟି, ବଲିଉଡ ଅଭିନେତାଙ୍କ ଘରେ ED ରେଡ

୨୦୨୦ରେ ଏହାକୁ ସଫା ରଖିବା ପାଇଁ ସରକାରଙ୍କ ପକ୍ଷରୁ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ପ୍ରକଳ୍ପ ପାଇଁ ୫୬୯.୫୨ କୋଟି ଟଙ୍କାର ଯୋଜନା କରାଯାଇଥିଲା। ବର୍ଷା ଦିନରେ ମୁମ୍ବାଇକୁ ବନ୍ୟା ପରସ୍ଥିତିରୁ ରକ୍ଷା କରିବା ପାଇଁ ଏହି ଯୋଜନା କରାଯାଇଥିଲା। ତେବେ ଏହି ଯୋଜନାରେ ପ୍ରାୟ ୬୫ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆସିଥିଲା।

ଅଦ୍ୟତନ ହୋଇଛି
ed

ed

Advertisment

ମିଠି ନଦୀ ସଫେଇ ନାମରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆସିଥିବା ବେଳେ ଶନିବାର ବଲିଉଡ ହିରୋଙ୍କ ଘରେ ରେଡ କରିଛି ପୋଲିସ। ମୁମ୍ବାଇର ପୋୱାଇରୁ ଆରମ୍ଭ କରି ଧାରାବି ପର୍ଯ୍ୟନ୍ତ ଅଞ୍ଚଳର ଜୀବନରେଖା ଭାବେ ଏହି ନଦୀ କାମ କରିଥାଏ। ତେବେ ଏହି ନଦୀକୁ ସଫା କରିବା ପାଇଁ ହୋଇଥିବା ଯୋଜନାରେ କୋଟି କୋଟି ଟଙ୍କା ବାଟ ମାରଣା କରାଯାଇଥିଲା। ମୁମ୍ବାଇ ସହରର ଏହା ଅନ୍ୟତମ ମୁଖ୍ୟ ଡ୍ରେନେଜ କେନାଲ ରହିଥିବା ବେଳେ ୨୦୦୫ ମୁମ୍ବାଇ ବନ୍ୟା ସମୟରେ ଏହି ନଦୀ ଚର୍ଚ୍ଚାକୁ ଆସିଥିଲା।

Advertisment

ଅଧିକ ପଢ଼ନ୍ତୁ: ଦଳାଚକଟା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ: ପୋଲିସ କମିଶନରଙ୍କ ସମେତ ACP, DCP ନିଲମ୍ବିତ

ପରବର୍ତ୍ତୀ ସମୟରେ ଏହି ନଦୀରେ ସଫେଇ ଅଭିଯାନ ସରକାର ହାତକୁ ନେଇଥିଲେ। ୨୦୨୦ରେ ଏହାକୁ ସଫା ରଖିବା ପାଇଁ ସରକାରଙ୍କ ପକ୍ଷରୁ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ପ୍ରକଳ୍ପ ପାଇଁ ୫୬୯.୫୨ କୋଟି ଟଙ୍କାର ଯୋଜନା କରାଯାଇଥିଲା। ବର୍ଷା ଦିନରେ ମୁମ୍ବାଇକୁ ବନ୍ୟା ପରସ୍ଥିତିରୁ ରକ୍ଷା କରିବା ପାଇଁ ଏହି ଯୋଜନା କରାଯାଇଥିଲା। ତେବେ ଏହି ଯୋଜନାରେ ପ୍ରାୟ ୬୫ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆସିଥିଲା।

Advertisment

ନିକଟରେ ସାମାନ୍ୟ ବର୍ଷାରେ ମୁମ୍ବାଇରେ କୃତ୍ରିମ ବନ୍ୟା ପରସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣା ପରେ ଏହି ଦୁର୍ନୀତିର ତଦନ୍ତ ହୋଇଥିଲା। ଏଥିରେ ମୁଖ୍ୟ ଅଭିଯୁକ୍ତ ଭାବେ କେତନ କଦମଙ୍କୁ ଗିରଫ କରାଯାଇଥିଲା। ଭୋଡାର ଇଣ୍ଡିଆ ଏଲଏଲପି ପକ୍ଷରୁ କେତନ କାମ କରୁଥିଲେ। ଏହି ଘଟଣାରେ କେତନଙ୍କ ସମେତ ଏକାଧିକ କଣ୍ଟ୍ରାକ୍ଟର ଓ ଦଲାଲଙ୍କୁ ଗିରଫ କରାଯାଇଥିଲା। ଏହି କ୍ରମରେ ଶୁକ୍ରବାର ଇଡି ପକ୍ଷରୁ ବଲିଉଡ ଅଭିନେତା ଡିନୋ ମୋରିଆଙ୍କ ଘରେ ଇଡି ପକ୍ଷରୁ ଚଢାଉ କରାଯାଇଛି। ଡିନୋଙ୍କ ଭାଇ ଓ କେତନ କଦମଙ୍କ ମଧ୍ୟରେ ସମ୍ପର୍କ ଥିବା ନେଇ ଇକୋନୋମିକ୍ସ ଅଫେନ୍ସ ୱିଙ୍ଗ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଡିନୋଙ୍କ ଭାଇ ସାଣ୍ଟିନୋ ମାରିଆ କେତନଙ୍କ ଠାରୁ ୧୮ ଲକ୍ଷ ଟଙ୍କା ନେଇଥିଲେ।

ପିଏମଏଲଏ ମାମଲା ଦାୟର କରାଯାଇଥିବା ବେଳେ ଶୁକ୍ରବାର ଇଡି ପକ୍ଷରୁ ୧୫ଟି ସ୍ଥାନରେ ଚଢାଉ କରାଯାଇଥିଲା। ଡିନୋଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଇଡି ପକ୍ଷରୁ ଚଢାଉ କରାଯାଇଥିଲା। ଏହା ସହିତ ଇଓଡବ୍ଲ୍ୟୁ ପକ୍ଷରୁ ଡିନୋଙ୍କୁ ପଚରା ଉଚୁରା ପାଇଁ ଡକାଯାଇଛି। ଡିନୋ ଓ କେତନ କଦମଙ୍କ ମଧ୍ୟରେ ଏକାଧିକ ଥର ଫୋନ କଥାବାର୍ତ୍ତାର ପ୍ରମାଣ ମିଳିଛି। ଏହା ଉପରେ ଅଧିକ ତଦନ୍ତ ଜାରି ରହିଥିବା ଇଡି ପକ୍ଷରୁ କୁହାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ବିଶ୍ବର ସର୍ବୋଚ୍ଚ ଚେନାବ ରେଲୱେ ସେତୁ ଉଦ୍‌ଘାଟିତ, ଏବେ ଯେକୌଣସି ଋତୁରେ ଜମ୍ମୁରୁ ଶ୍ରୀନଗର ଯାତ୍ରା ହେବ ସହଜ

Bollywood Corruption Dino Morea
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ