Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଇଡିର ସମନ, ମାର୍ଚ୍ଚ ୪ରେ ହାଜର ହେବାକୁ ନିର୍ଦ୍ଦେଶ

ମଙ୍ଗଳବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସମନ ପଠାଇ ମାର୍ଚ୍ଚ ୮ରେ ଯାଞ୍ଚ ଏଜେନ୍ସି ସାମ୍ନାରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛି ଇଡି।

ଅଦ୍ୟତନ ହୋଇଛି
ED Issues 8th Summons to Arvind Kejriwal

Arvind Kejriwal

Advertisment

ଦିଲ୍ଲୀ ଅବକାରୀ ନୀତିରେ ଦୁର୍ନୀତି ମାମଲାରେ ଅରିବନ୍ଦ କେନ୍ଦ୍ରିୱାଲଙ୍କୁ ପୁଣି ଥରେ ଇଡିର ସମନ। ମଙ୍ଗଳବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସମନ ପଠାଇ ମାର୍ଚ୍ଚ ୮ରେ ଯାଞ୍ଚ ଏଜେନ୍ସି ସାମ୍ନାରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛି ଇଡି। ଏହା ପୂର୍ବରୁ ମଧ୍ୟ ଇଡି କେଜ୍ରିୱାଲଙ୍କୁ ସାତ ଥର ସମନ କରିଥିଲା। କିନ୍ତୁ ଅରବିନ୍ଦ କେଜ୍ରିୱାଲ ପ୍ରତିଥର ଇଡିର ସମନକୁ ଏଡାଇ ଚାଲିଥିଲେ।

Advertisment

ମଙ୍ଗଳବାର ଅଷ୍ଟମ ନୋଟିସ୍‌ ଜାରି କରିବା ପୂର୍ବରୁ ଫେବ୍ରୁଆରୀ ୨୨ରେ ଅରବିନ୍ଦ କେଜ୍ରିୱାଲଙ୍କୁ ସପ୍ତମ ନୋଟିସ୍‌ ଜାରି କରି ଫେବ୍ରୁଆରୀ ୨୬ରେ ହାଜର ହେବାକୁ ଇଡି ପକ୍ଷରୁ କୁହାଯାଇଥିଲା। କିନ୍ତୁ AAP ଏହି ବିଜ୍ଞପ୍ତିକୁ ବେଆଇନ ବୋଲି କହିବା ସହ କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବାକୁ ଇଡିକୁ କହିଥିଲା।

ଦିଲ୍ଲୀ ଅବକାରୀ ନୀତିରେ ଦୁର୍ନୀତି ଘଟଣାରେ ପ୍ରଥମ ଥର ପାଇଁ ଇଡି ନଭେମ୍ବର ୨ରେ ସମନ ପଠାଇଥିଲା। କିନ୍ତୁ ତଦନ୍ତକାରୀ ଏଜେନ୍ସି ନିକଟରେ ହାଜର ହୋଇନଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଏହାପରେ ଡିସେମ୍ବର ୨୧ରେ ଦ୍ୱିତୀୟ ସମନ, ଜାନୁଆରୀ ୩ରେ ତୃତୀୟ, ଜାନୁଆରୀ ୧୭ ଚତୁର୍ଥ, ଫେବ୍ରୁଆରୀ ୨ରେ ପଞ୍ଚମ, ଫେବ୍ରୁଆରୀ ୧୪ରେ ଷଷ୍ଠ ଓ ଫେବ୍ରୁଆରୀ ୨୨ରେ ସପ୍ତମ ସମନ ପଠାଇଥିଲେ। ପ୍ରତ୍ୟେକ ଥର ଇଡିର ସମନ ବେଆଇନ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଦର୍ଶାଇ ହାଜର ହେଉନାହାନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ।

Advertisment

ତେବେ ବାରମ୍ବାର ସମନ ସତ୍ତ୍ୱେ ଇଡିରେ ହାଜର ନ ହେବାରୁ ତଦନ୍ତକାରୀ ସଂସ୍ଥା କୋର୍ଟରେ ପହଞ୍ଚିଥିଲା। କୋର୍ଟରେ ଇଡି କହିଥିଲା କି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଜାଣିଶୁଣି ସମନକୁ ଏଡାଇ ଚାଲିଛନ୍ତି। ଅତି ସାମାନ୍ୟ କାରଣ ଦର୍ଶାଇ ପଚରା ଉଚରା ପାଇଁ ଇଡିରେ ହାଜର ହେଉନାହାନ୍ତି। ତେବେ ସେହିଦିନ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହଜାର ହୋଇଥିଲେ କେଜ୍ରିୱାଲ। ବଜେଟ୍‌ ଅଧିବେଶନ ଚାଲିଥିବାରୁ ସେ କୋର୍ଟରେ ହାଜର ହୋଇପାରିବେ ନାହିଁ ବୋଲି କହିଥିଲେ। କୋର୍ଟ ଉଭୟ ପକ୍ଷ ଶୁଣିବା ପରେ ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୬ରେ ସମୟ ଧାର୍ଯ୍ୟ କରିଛି। ମାମଲା କୋର୍ଟରେ ଚାଲିଥିବାରୁ ବାରମ୍ବାର ସମନ ପଠାଇବା ପରିବର୍ତ୍ତେ କୋର୍ଟର ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ୍ ବୋଲି ଆମ୍‌ ଆଦମୀ ପାର୍ଟି ପକ୍ଷରୁ କୁହାଯାଇଛି।

Arvind Kejriwal Enforcement Directorate Delhi Excise Policy Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ