/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727715967.jpg)
Siddaramaiah
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ରୁଜୁ ହେଲା ମାମଲା । ବହୁଚର୍ଚ୍ଚିତ ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଥା ଇଡି ପକ୍ଷରୁ ମାମଲା ରୁଜୁ କରାଯାଇଛି । ଜମି ଦୁର୍ନୀତି ମାମଲାରେ ଅର୍ଥ ହେରଫେର ଅଭିଯୋଗ ଆଣି ଏହି ମାମଲା ରୁଜୁ କରାଯାଇଛି। ଏହା ପୂର୍ବରୁ ଲୋକାୟୁକ୍ତ ସିଦ୍ଧରମୈୟା, ପତ୍ନୀ ଏବଂ ଶାଳକଙ୍କ ନାଁରେ ମାମଲା ରୁଜୁ କରିଥିଲେ ।
ମିଳିଥିବା ସୂଚନା ଅନୁଯାୟୀ, ମହୀଶୂରରେ ବେଆଇନ ଭାବେ ଜମି ହାତେଇଥିବା ଅଭିଯୋଗ ହୋଇଛି ସିଦ୍ଧରମୈୟାଙ୍କ ପତ୍ନୀ ବି.ଏମ୍.ପାର୍ବତୀଙ୍କ ନାଁରେ । Mysuru Urban Development Authority-MUDA ଜରିଆରେ ୧୪ଟି ପ୍ରିମିୟମ୍ ଜମିକୁ ଅତି ଶସ୍ତାରେ କିଣିଛନ୍ତି । ଯାହାଫଳରେ ରାଜ୍ୟ ସରକାରଙ୍କ ରାଜସ୍ବ ୪୫ କୋଟିରୁ ଅଧିକ କ୍ଷତି ସହିଛି ।
ଗତଥର କଂଗ୍ରେସ ଅମଳରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏଥିରେ ସଂପୃକ୍ତ ଥିବା ଅଭିଯୋଗ ରହିଛି । ଏହି ଅଭିଯୋଗର ତଦନ୍ତ ପାଇଁ ରାଜ୍ୟପାଳ ଥାବର ଚନ୍ଦ୍ର ଗେହୋଲଟ୍ ତଦନ୍ତ ନିର୍ଦ୍ଦେଶ ଦେଇଥିବାବେଳେ ଏହି ଘଟଣାରେ ଆଜି ମାମଲା ରୁଜୁ କରାଯାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନିକଟରେ ଦୁର୍ନୀତି ନିବାରଣ ସଂସ୍ଥା ଲୋକାୟୁକ୍ତ ରୁଜୁ କରିଥିଲା ମାମଲା। ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଉ ଏକ ମାମଲା ରୁଜୁ କରିଛି ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ରୁଜୁ ହେଲା ମାମଲା। ବହୁଚର୍ଚ୍ଚିତ ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଥା ଇଡି ପକ୍ଷରୁ ମାମଲା ରୁଜୁ କରାଯାଇଛି। #Karnataka#Siddaramaiah#OTVpic.twitter.com/8aqHAI2jSN
— ଓଟିଭି (@otvkhabar) September 30, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)