/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679418530.jpg)
Delhi Earthquake
ଭୂକମ୍ପରେ ଦୋହଲିଲା ଉତ୍ତର ଭାରତ । ଦୀର୍ଘ ସମୟ ଧରି ଅନୁଭୂତ ହେଲା ଭୂମିକମ୍ପ । ଦିଲ୍ଲୀ NCRରେ ଘରୁ ବାହାରି ଆସିଲେ ଲୋକେ । ଗତ ତିନି ମାସ ମଧ୍ୟରେ ଦିଲ୍ଲୀରେ ଏହା ଷଷ୍ଠ ଥର ବୋଲି ସୂଚନା ରହିଛି । ଭୁକମ୍ପ ଭୟରେ ଯିଏ ଯେଉଁଠି ଥିଲା ବାହାରକୁ ଦୌଡ଼ିଥିଲେ ବା ଖୋଲାସ୍ଥାନକୁ ପଳାଇଥିଲେ ।
ଭୂକମ୍ପରେ ଦୋହଲିଲା ଉତ୍ତର ଭାରତ, ଘରୁ ବାହାରି ଆସିଲେ ଲୋକ #delhi#earthquake#india#OTVpic.twitter.com/kKKeP02Wqv
— ଓଟିଭି (@otvkhabar) March 21, 2023
ଦେଖନ୍ତୁ ଫଟୋ | ଭୂମିକମ୍ପରେ ଥରିଲା ଇକ୍ୱାଡର୍ : ୧୫ ମୃତ
ଲୋକେ ଘରୁ ବାହାରି ରାସ୍ତା ଉପରକୁ ଚାଲି ଆସିଥିଲେ । କିଛି ସମୟ ପାଇଁ ଲୋକଙ୍କ ମନରେ ଛନକା ପଶିଥିଲା । ଦିଲ୍ଲୀ ରାସ୍ତା ଏକ ପ୍ରକାର ଗହଳି ହୋଇଥିଲା।ଦିଲ୍ଲୀ ଶକରପୁରରେ ବିଲ୍ଡିଂ କୌଣସି କ୍ଷୟକ୍ଷତି ହୋଇନଥିବା ଫାୟାର ଡାଇରେକ୍ଟର ଅତୁଲ ଗର୍ଗ କହିଛନ୍ତି। ପଞ୍ଜାବ, ଉତ୍ତରାଖଣ୍ଡ, ଜମ୍ମୁକାଶ୍ମୀରରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଏହି ଭୁ-କମ୍ପର ତୀବ୍ରତା ରିକ୍ଟର ସ୍କେଲ୍ରେ ୫.୫ ରହିଥିଲା ।
Earthquake shocks in Islamabad, Lahore and Peshawar: Pakistan's ARY News reports
— ANI (@ANI) March 21, 2023
ଆଫଗାନିସ୍ତାନର ହିନ୍ଦୁକୁଶରେ ଭୁ-କମ୍ପର ତୀବ୍ରତା ଥିଲା ୬.୬ । ଆଫଗାନିସ୍ତାନର ଫୈଜାବାଦ ଥିଲା ଭୂକମ୍ପର କେନ୍ଦ୍ର । ପାକିସ୍ତାନର ଇସ୍ଲାମାବାଦ୍, ଲାହୋର ଓ ପେଶାୱରରେ ବି ଭୁ-କମ୍ପ ଅନୁଭୂତ ।
ଦିଲ୍ଲୀରେ ଭୁ଼କମ୍ପ ଝଟ୍କା, ଅଚାନକ ଦୋହଲିଲା ଘରର ଆସବାବ ପତ୍ର#Earthquake#Delhipic.twitter.com/WcXI8FDADG
— ଓଟିଭି (@otvkhabar) March 21, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)