Advertisment

Earthquake: ହରିୟାଣା ଓ ଦିଲ୍ଲୀରେ ଭୂମିକମ୍ପର ଝଟକା ଅନୁଭୂତ, ରିକ୍ଟର ସ୍କେଲରେ ୩.୨ ତୀବ୍ରତା ରେକର୍ଡ

ହରିୟାଣାର ଫରିଦାବାଦରେ ୩.୨ ତୀବ୍ରତାର ଭୂମିକମ୍ପ ରେକର୍ଡ ହୋଇଛି। ଦିଲ୍ଲୀ-ଏନସିଆରରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ହେଲେ ଧନ ଜୀବନ କ୍ଷୟକ୍ଷତିର ହୋଇନାହିଁ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Earthquake

Earthquake

ହରିୟାଣାର ଫରିଦାବାଦରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି (ଏନସିଏସ) ଅନୁଯାୟୀ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ଥିଲା। ଦିଲ୍ଲୀ-ଏନସିଆରରେ ମଧ୍ୟ ମଙ୍ଗଳବାର ସକାଳେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ସୌଭାଗ୍ୟବଶତଃ, ଏପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳରୁ ଧନ ଜୀବନ କ୍ଷୟକ୍ଷତିର ଖବର ମିଳିନାହିଁ।

Advertisment

ଏନସିଏସ ଅନୁଯାୟୀ, ସକାଳ ୬ଟାରେ ଭୂମିକମ୍ପ ହୋଇଥିଲା, ଯାହାର କେନ୍ଦ୍ରବିନ୍ଦୁ ଥିଲା ଫରିଦାବାଦ। ଏହି ଭୂମିକମ୍ପ ୫ କିଲୋମିଟର ଗଭୀରତାରେ, ୨୮.୨୯ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୭୭.୨୧ ଡିଗ୍ରୀ ପୂର୍ବ ଦ୍ରାଘିମାରେ ହୋଇଥିଲା।

ଗଲା କିଛି ସପ୍ତାହ ଧରି ଦିଲ୍ଲୀରେ ଅନେକ ଥର ଭୂମିକମ୍ପ ହୋଇଛି। ବିଶେଷକରି ଜୁଲାଇ ୧୦ ୪.୪ ତୀବ୍ରତା ଓ ୧୧ ତାରିଖରେ ୩.୭ ତୀବ୍ରତାର ଦିଲ୍ଲୀ ନିକଟବର୍ତ୍ତୀ ହରିୟାଣାର ଝଜ୍ଜାର ନିକଟରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ଉଭୟ ଝଟକା ଦିଲ୍ଲୀ-ଏନସିଆରରେ ଗୁରୁଗ୍ରାମ, ରୋହତକ ଏବଂ ନୋଏଡା ଭଳି ଅଞ୍ଚଳରେ ବ୍ୟାପକଭାବେ ଅନୁଭୂତ ହୋଇଥିଲା। ଯଦିଓ ଗୁରୁତର କ୍ଷତି କିମ୍ବା ଆଘାତର କୌଣସି ଖବର ମିଳିନାହିଁ।

Advertisment

ରାଜଧାନୀ ଦିଲ୍ଲୀ ଭୂମିକମ୍ପ ପ୍ରବଣ ଅଞ୍ଚଳ। ତେବେ ୟୁଏସ ଜିଓଲୋଜିକାଲ ସର୍ଭେର ତଥ୍ୟ ଅନୁଯାୟୀ, ଗତ ୧୦ ବର୍ଷରେ ଦିଲ୍ଲୀରେ ରିକ୍ଟର ସ୍କେଲରେ ୫ରୁ ଅଧିକ ତୀବ୍ରତାର ଭୂମିକମ୍ପ ରେକର୍ଡ ହୋଇନାହିଁ।

ଅଧିକ ପଢନ୍ତୁ: ଘଣ୍ଟାଏ ଭିତରେ ୫ ଥର ଶକ୍ତିଶାଳୀ ଭୂମିକମ୍ପ, ସୁନାମୀ ଆଲର୍ଟ

Earthquake Earthquake In Delhi Haryana
Advertisment
Advertisment