Advertisment

ଭାରତୀୟ ସ୍ୱାଧୀନତା ଦିବସକୁ ସମ୍ମାନ ଜଣାଇ ତ୍ରିରଙ୍ଗା ରଙ୍ଗରେ ଝଲସିଲା ବୁର୍ଜ ଖଲିଫା

ଭାରତୀୟ ଗଣତନ୍ତ୍ରର ସମ୍ମାନ ଉଦ୍ଦେଶ୍ୟରେ ବୁର୍ଜ ଖଲିଫା ଟାୱାରକୁ ତ୍ରିରଙ୍ଗା ଆଲୋକରେ ଆଲୋକିତ କରାଯାଇଥିଲା।

author-image
Satyendu Shekher Mishra
Burj Khalifa

Burj Khalifa

ଦେଶର ୭୭ ତମ ସ୍ୱାଧୀନତା ଦିବସ ଅବସରରେ ତ୍ରିରଙ୍ଗା ରଙ୍ଗରେ ଝଲସିଲା ଦୁବାଇର ବୁର୍ଜ ଖଲିଫା । ଭାରତୀୟ ତ୍ରିରଙ୍ଗା ପତାକାର ନାରଙ୍ଗୀ ରଙ୍ଗ ବୁର୍ଜ ଖଲିଫା ଟାୱାରର ଉପର ଭାଗରେ ଦୃଶ୍ୟମାନ ହେଉଥିବା ବେଳେ ମଧ୍ୟମ ଭାଗରେ ଧଳା ରଙ୍ଗର ଆଲୋକ ଓ ତଳ ଭାଗ ସବୁଜ ରଙ୍ଗରେ ଆଲୋକିତ ହୋଇଥିଲା । ଏହି ମନୋରମ ଦୃଶ୍ୟ ଦେଖିବାକୁ ଦର୍ଶକଙ୍କ ଭିଡ଼ ଜମିଥିଲା। ଭାରତୀୟ ଗଣତନ୍ତ୍ରର ସମ୍ମାନ ଉଦ୍ଦେଶ୍ୟରେ ବୁର୍ଜ ଖଲିଫା ଟାୱାରକୁ ତ୍ରିରଙ୍ଗା ଆଲୋକରେ ଆଲୋକିତ କରାଯାଇଥିଲା।

Advertisment

ସେପଟେ ସ୍ୱାଧୀନତା ଦିବସ ଅବସରରେ ଜଳ, ସ୍ଥଳ ଓ ଆକାଶ ସବୁଠି ଫର ଫର ହୋଇ ଉଡିଛି ଜାତୀୟ ପତାକା । ସ୍ୱାଧୀନତା ଦିବସ ଅବସରରେ ପାଣି ଭିତରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ତାମିଲନାଡୁ ରାମେଶ୍ୱରମ ନିକଟ ସମୁଦ୍ର ଭିତରେ ଉତ୍ତୋଳନ କରାଯାଇଛି ତ୍ରିରଙ୍ଗା । ଭାରତୀୟ କୋଷ୍ଟ ଗାର୍ଡ ପକ୍ଷରୁ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। କୋଷ୍ଟଗାର୍ଡର ୪ ଜଣ ଅଧିକାରୀ ଏକାଠି ଜାତୀୟ ପତାକାକୁ ଉତ୍ତୋଳନ କରିଥିଲେ ।

ପରେ ଗଭୀର ସମୁଦ୍ରରେ ପତାକା ଧରି ଭ୍ରମଣ କରୁଥିବା ଦେଖିବାକୁ ମିଳିଛି । କୋଷ୍ଟଗାର୍ଡ ପକ୍ଷରୁ ଏହି ଭିଡିଓ ଜାରି ହୋଇଛି। ପାଣି ଭିତରେ ଫର ଫର ହୋଇ ଉଡ଼ିଲା ଜାତୀୟ ପତାକା ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ ତାମିଲନାଡୁ ରାମେଶ୍ୱରମ ନିକଟ ସମୁଦ୍ର ଭିତରେ ଉତ୍ତୋଳନ ଭାରତୀୟ କୋଷ୍ଟ ଗାର୍ଡ ପକ୍ଷରୁ ଜାତୀୟ ପତାକା ଉତ୍ତୋଳନ ।

Advertisment
Independence Day
Advertisment
Advertisment