ପଣସ ପାଇଁ ଡ୍ରାଇଭରଙ୍କ କଟିଥା’ନ୍ତା ମୋଟା ଅଙ୍କର ଫାଇନ୍ । ଗାଡ଼ି ଚଳାଇବାବେଳେ ପଣସ ଖାଇଥିବାରୁ ଚାଲାଣ କାଟିଥାନ୍ତେ ଅଧିକାରୀ । ଆଲକହଲ ପିଇନଥିଲେ କି ସେମାନଙ୍କ ପାଖରେ ସେଭଳି କିଛି ଜିନିଷ ନଥିଲା କିନ୍ତୁ ପଣସ ଖାଇଥିଲେ ବୋଲି ରାଜ୍ୟ ପରିବହନ ବିଭାଗ କାଟିଥା’ନ୍ତା ମୋଟା ଅଙ୍କର ଚାଲାଣ । ମାତ୍ର ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଓ ନିଜକୁ ମଦ୍ୟପ ନୁହେଁ ବୋଲି ପ୍ରମାଣ କରିବାରୁ ସେ ପରିବହନ ବିଭାଗ ନିକଟକୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ।
ଏଭଳି ଏକ ଘଟଣା କେରଳରୁ ସାମ୍ନାକୁ ଆସିଛି । ତିନି ଜଣ ଅଧିକାରୀ ଜଣେ ବସ୍ ଡ୍ରାଇଭରଙ୍କୁ ମଦ୍ୟପ ବୋଲି ଚିହ୍ନଟ କରିଥିଲେ । କେରଳର ପଣ୍ଡାଲମ KSTRC ଡିପୋରେ ଶୁକ୍ରବାର ଦିନ ଘଟିଥିଲା ଏହି ଘଟଣା । ବସ୍ ଡ୍ରାଇଭର ଜଣକ ଡ୍ୟୁଟି ଆରମ୍ଭ କରିବା ପୂର୍ବରୁ ଅଧିକ କିଛି ପଣସ ଖାଇଦେଇଥିଲେ । ଏହାପରେ ବ୍ରେଥ ଆନାଲାଇଜର ପରୀକ୍ଷାରେ ତାଙ୍କର ଶରୀରରେ ଆଲକହଲ ଥିବା ଜଣାପଡ଼ିଥିଲା ।
Also Read
ଘଟଣା ବିଷୟରେ ସୂଚନା ଦେଇ ଜଣେ ଅଧିକାରୀ କହିଛନ୍ତି, ଅନ୍ୟ ଜଣେ ବସ୍ ଡ୍ରାଇଭର ପଣସ ଆଣି ତାଙ୍କୁ ଦେଇଥିଲେ । ତେଣୁ ଡ୍ରାଇଭର ଜଣକ ଖୁସିରେ ଡ୍ୟୁଟି ଆରମ୍ଭ କରିବା ପୂର୍ବରୁ ବହୁତ ପରିମାଣରେ ପଣସ ଖାଇଥିଲେ । ପରେ ଡ୍ୟୁଟି ଆରମ୍ଭ ପୂର୍ବରୁ କର୍ତ୍ତୃପକ୍ଷ ଦ୍ୱାରା ବ୍ରେଥ ଆନାଲାଇଜର ପରୀକ୍ଷା କରାଯାଇଥିଲା । ଯେଉଁଥିଲେ ସେ ମଦ୍ୟାନ କରିଥିବା ଜାଣିବାକୁ ମିଳିଥିଲା । ତାଙ୍କ ରିଡିଂ କିଛି ସେକେଣ୍ଡରେ ୦ରୁ ୧୦ ମଧ୍ୟରେ ବୃଦ୍ଧି ପାଇଥିଲା । ଫଳାଫଳରେ ଅସନ୍ତୁଷ୍ଟ ହୋଇ ବସ୍ ଡ୍ରାଇଭର ବାରମ୍ବାର କହିଥିଲେ ଯେ ସେ ମଦ୍ୟପାନ କରି ନାହାନ୍ତି । ସେ ରକ୍ତ ପରୀକ୍ଷା କରିବାକୁ ମଧ୍ୟ ଅନୁରୋଧ କରିଥିଲେ ।
କେବଳ ସେତିକି ନୁହେଁ, ଆଉ ତିନି ଜଣ ବସ୍ ଡ୍ରାଇଭର ମଧ୍ୟ ବ୍ରେଥ ଆନାଲାଇଜର ପରୀକ୍ଷାରେ ବିଫଳ ହୋଇଥିଲେ । ଏହା ପରେ, କର୍ତ୍ତୃପକ୍ଷ ବ୍ରେଥ ଆନାଲାଇଜର ଯନ୍ତ୍ରକୁ ନିଜେ ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଥିଲେ । ବ୍ରେଥ ଆନାଲାଇଜର ପରୀକ୍ଷା କରିବାକୁ ନିଯୁକ୍ତ ଅଧିକାରୀ ମିଟର ଶୂନ୍ୟରେ ଥାଇ ପରୀକ୍ଷା କରିଥିଲେ । ତା’ପରେ ସେ କିଛି ପଣସ ଖାଇ ପୁନର୍ବାର ପରୀକ୍ଷା କରିଥିଲେ । ସାଙ୍ଗେ ସାଙ୍ଗେ ମିଟର ରିଡିଂ ବୃଦ୍ଧି ପାଇଥିଲା । ପରେ ଅଧିକାରୀମାନେ ନିଶ୍ଚିତ କରିଥିଲେ ଯେ ପଣସ ହିଁ ଏହାର କାରଣ ଥିଲା ।