Advertisment

ଡାକ୍ତରଙ୍କ ପାଟିରୁ ବାହାରୁଥିଲା ଭଣଭଣ ମଦ ଗନ୍ଧ; ଉଠାଇନେଲା ପୋଲିସ୍

ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ସୂଚିତ କରାଯାଇଛି।ସ୍ୱାସ୍ଥ୍ୟ ବିଭାଗ ଉପନିର୍ଦ୍ଦେଶକ ଡା କଞ୍ଚନ ୱାନେରେ କହିଛନ୍ତି ଯେ ଚିକିତ୍ସା ସେବା ସହକାରୀ ନିର୍ଦ୍ଦେଶକ ଡାକ୍ତର ପ୍ରମୋଦ ଗାଭାଇଙ୍କ ଅଧୀନରେ ତଦନ୍ତ ଆରମ୍ଭ ହୋଇଛି।

author-image
Sonali Ojha
ଅଦ୍ୟତନ ହୋଇଛି
alcohol

alcohol

ମଦ ପିଇ ଚିକିତ୍ସା କଲେ ଡାକ୍ତର। ସରକାରୀ ଡାକ୍ତରଖାନାର ଦୁଇଜଣ ଡାକ୍ତର ମଦ ପିଇ ଆସିଥିବା ଅଭିଯୋଗ ହୋଇଛି। ସେମାନେ ମଦ ପିଇ ଜଣେ ଶିଶୁର ଚିକିତ୍ସା କରିଥିବା ପିଲାଟିର ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ସେମାନଙ୍କ କାରରୁ ୧୮୦ମିଲିମିଟର ମଦ ଜବତ ହୋଇଛି।ଏନେଇ ପୋଲିସ ତଦନ୍ତ ଚଳାଇଛି।

Advertisment

ସୂଚନା ଅନୁସାରେ, ମହାରାଷ୍ଟ୍ର ବର୍ଦ୍ଧା ଜିଲ୍ଲାର ପୁଲଗାଓ ଗ୍ରାମୀଣ ହସ୍ପିଟାଲରେ ଏହି ଘଟଣା ଘଟିଛି। ଗୁରୁବାର ଦିନ ଡାକ୍ତର ମଦ ପିଇ ଶିଶୁର ଚିକିତ୍ସା କରିଥିବା ବର୍ଦ୍ଧା ପୋଲିସ ନିୟନ୍ତ୍ରଣ କକ୍ଷରେ ଅଭିଯୋଗ କରିଥିଲେ।ପୋଲିସ ପହଞ୍ଚିବା ବେଳକୁ ସେଠାରେ ପ୍ରବଳ ଗହଳି ଥିଲା। ପୋଲିସ ଡାକ୍ତରଙ୍କୁ ଅଟକ ରଖିଥିଲା।

ପରେ ସେମାନଙ୍କ ରକ୍ତନମୁନା ସଂଗ୍ରହ କରାଯାଇ ଫରେନସିକ୍ ଲ୍ୟାବକୁ ପଠାଯାଇଛି। ଏନେଇ ଆଇପିଏସ ଅଧିକାରୀ ରାହୁଲ ଚୌହାନ କହିଛନ୍ତି ଯେ, ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ସୂଚିତ କରାଯାଇଛି।ସ୍ୱାସ୍ଥ୍ୟ ବିଭାଗ ଉପନିର୍ଦ୍ଦେଶକ ଡା କଞ୍ଚନ ୱାନେରେ କହିଛନ୍ତି ଯେ ଚିକିତ୍ସା ସେବା ସହକାରୀ ନିର୍ଦ୍ଦେଶକ ଡାକ୍ତର ପ୍ରମୋଦ ଗାଭାଇଙ୍କ ଅଧୀନରେ ତଦନ୍ତ ଆରମ୍ଭ ହୋଇଛି।

Advertisment

ସେ କହିଛନ୍ତି ଯେ ଆମେ ରିପୋର୍ଟକୁ ଅପେକ୍ଷା କରିଛୁ। ଯିଏ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ପୁଲଗାଓ ଗ୍ରାମୀଣ ଡାକ୍ତରଖାନାରେ ଅଧିକାଂଶ ସମୟରେ ଡାକ୍ତର ରହୁନଥିବା ଅଭିଯୋଗ ହୋଇଛି।

ପରିବାର ଜ୍ୱରରେ ପୀଡିତ ଶିଶୁକୁ ଡାକ୍ତରଖାନାକୁ ଆଣିଥିଲେ, ସେଠାରେ ଥିବା ନର୍ସ ଡାକ୍ତରଙ୍କ ଅନୁପସ୍ଥିତି ଦର୍ଶାଇ ଔଷଧ ଦେବାକୁ ମନା କରିଦେଇଥିଲେ। କୌଣସି ବିକଳ୍ପ ନ ପାଇ ସେ ଜିଲ୍ଲା ସିଭିଲ ସର୍ଜନ ଡାକ୍ତର ସଚିନ ତାଡାସଙ୍କୁ ଡାକି ଡାକ୍ତର ଡାମେନ ଏବଂ ଡାକ୍ତର ରାଉତଙ୍କୁ ସେଠାକୁ ପଠାଇଥିଲେ।

Doctors Drunk
Advertisment
Advertisment