/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696261101.jpg)
Udaipur-Jaipur Vande Bharat express
ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ଲୋକୋ ପାଇଲଟ୍ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚିଗଲା ଯାତ୍ରୀଙ୍କ ଜୀବନ । ଚିତ୍ତୋରଗଡ଼ ନିକଟରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଉଦୟପୁର-ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ । ଚିତ୍ତୋରଗଡ଼ ଷ୍ଟେସନ ଛାଡ଼ିବା ପରେ ଡ୍ରାଇଭରଙ୍କ ନଜର ଟ୍ରାକ୍ ଉପରେ ପଡ଼ିବା ଯୋଗୁଁ ଏହି ଦୁର୍ଘଟଣା ଟଳିଯାଇଛି ।
ସୂଚନା ମୁତାବକ ରେଳ ଟ୍ରାକ୍ରେ ଢେଲା ପଥର ରଖି ଦୁର୍ଘଟଣା ଘଟାଇବାର ଯୋଜନା କରାଯାଇଥିଲା । ହେଲେ ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତିଲା ବନ୍ଦେ ଭାରତ ଏକ୍ସପ୍ରେସ । ଷ୍ଟେସନ ଛାଡ଼ିବା ସମୟରେ ଲୋକୋ ପାଇଲଟଙ୍କ ନଜର ଟ୍ରାକ୍ ଉପରେ ପଡ଼ିଥିଲା । ଟ୍ରାକ୍ ଉପରେ ଢେଲାପଥର, ଲୁହା କ୍ଲିପ୍ ରଖାଯାଇଥିବା ଦେଖିଥିଲେ ଡ୍ରାଇଭର । ଏସବୁ ଦେଖି ତୁରନ୍ତ ଟ୍ରେନକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଆଉ ନିଜର ପ୍ରୟାସରେ ସଫଳ ମଧ୍ୟ ହୋଇଥିଲେ ।
ଟ୍ରେନ୍ଟି ସକାଳ ପ୍ରାୟ ୯ଟା ୫୫ ମିନିଟ୍ରେ ଜୟପୁର ଅଭିମୁଖେ ଯାଉଥିଲା । ସେହି ସମୟରେ ଏହି ଅଘଟଣ ଘଟିଥିଲା । ଏହା ସବୁ ଦେଖିବାପରେ ଟ୍ରନ୍ ଅଟକାଇ ରେଳ ବିଭାଗକୁ ଖବର ଦେଇଥିଲେ ଲୋକ ପାଇଲଟ୍ । ଏହା ଜାଣିବା ପରେ ଘଟଣାସ୍ଥଳରେ ରେଳ ଅଧିକାରୀ, ଆର୍ପିଏଫ୍ ପହଞ୍ଚିଥିଲେ । ଘଟଣାକୁ ନେଇ ତଦନ୍ତ ଜାରି ରହିଛି ।
#WATCH | Vande Bharat Udaipur-Jaipur stopped in the Gangarar-Soniyana section due to the placing of some ballast on the track and of two rods, of one foot each, in the joggle plate.
(Source: North Western Railway) pic.twitter.com/SE4bwocNfQ
— ANI MP/CG/Rajasthan (@ANI_MP_CG_RJ) October 2, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)