Advertisment

ମ୍ୟାଚ୍‌ ବଦଳାଇ ଦେଲା ଭାଗ୍ୟ, ମାତ୍ର ୪୯ ଟଙ୍କା କରିଦେଲା କୋଟିପତି...

ଭଡ଼ା ଘରେ ରହୁଥିବା ଜଣେ ଡ୍ରାଇଭର ରାତାରାତି କୋଟିପତି ହୋଇଯାଇଛନ୍ତି। କିଛି ଘଣ୍ଟା ମଧ୍ୟରେ ଅନ୍‌ଲାଇନ୍‌ ଗେମିଂ ଆପ୍‌ ଯୁବକଙ୍କୁ କୋଟିପତି କରାଇ ଦେଇଛି। ଆଉ ଏବେ ତାଙ୍କର ଖୁସି କହିଲେ ନସରେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Madhyapradesh Driver Became Millionaire Overnight

Driver Became A Millionaire In Madhya Pradesh

କଥାରେ ଅଛି, ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ି ଦେଇଥାନ୍ତି। କେତେବେଳେ କାହା ଭାଗ୍ୟରେ ଲକ୍ଷ୍ନୀ ପ୍ରସନ୍ନ ହେବେ, ତାହା କେହିବି କହିପାରିବେ ନାହିଁ। ଆଉ ରାତାରାତି ବଦଳି ଯାଏ ଭାଗ୍ୟ। ଏମିତି କିଛି ଘଟିଛି ମଧ୍ୟପ୍ରଦେଶର ବରୱାନି ଜିଲ୍ଲାରେ ରହୁଥିବା ଜଣେ ଯୁବକଙ୍କ ସହ। ଭଡ଼ା ଘରେ ରହୁଥିବା ଜଣେ ଡ୍ରାଇଭର ରାତାରାତି କୋଟିପତି ହୋଇଯାଇଛନ୍ତି। କିଛି ଘଣ୍ଟା ମଧ୍ୟରେ ଅନ୍‌ଲାଇନ୍‌ ଗେମିଂ ଆପ୍‌ ଯୁବକଙ୍କୁ କୋଟିପତି କରାଇ ଦେଇଛି। ଆଉ ଏବେ ତାଙ୍କର ଖୁସି କହିଲେ ନସରେ। 

Advertisment

ଅଧିକ ପଢ଼ନ୍ତୁ: ଡ୍ରାଇଭର ପାଲଟିଗଲେ କୋଟିପତି, ଜିତିଲେ ୩୩ କୋଟି ଟଙ୍କାର ଲଟେରୀ

Aaj Takର ରିପୋର୍ଟ ଅନୁସାରେ, ସେନ୍ଧୱାର ୱାର୍ଡ ନମ୍ବର ୩, Ghoreshah ୱାଲି ବାବା ମୋହଲ୍ଲାରେ ରହୁଥିବା ଡ୍ରାଇଭର ଶାହାବୁଦ୍ଦିନ ମନ୍‌ସୁରୀ ରାତାରାତି କୋଟିପତି ହୋଇଯାଇଛନ୍ତି। ପ୍ରାୟ ୨ ବର୍ଷ ହେବ ଅନ୍‌ଲାଇନ୍‌ ଗେମିଂ ଆପ୍‌ରେ ଟିମ୍‌ କରି ସେ ଖେଳୁଥିଲେ। ରବିବାର ଦିନ କୋଲକାତା ଓ ପଞ୍ଜାବ ମଧ୍ୟରେ ହୋଇଥିବା ମ୍ୟାଚ୍‌ରେ ଶାହାବୁଦ୍ଦିନ ମାତ୍ର ୪୯ ଟଙ୍କାରେ ଏଣ୍ଟ୍ରି କ୍ୟାଟେଗୋରୀରେ ଟିମ୍‌ କରିଥିଲେ ଓ ପ୍ରଥମ ସ୍ଥାନରେ ରହିଥିଲେ।

ପ୍ରଥମ ସ୍ଥାନରେ ରହିବା ଯୋଗୁ ଶାହାବୁଦ୍ଦିନଙ୍କୁ ପୁରସ୍କାର ରାଶି ସ୍ୱରୂପ ୧.୫୦ କୋଟି ଟଙ୍କା ମିଳିଥିଲା। ଏତେ ଟଙ୍କା ମିଳିବା ପରେ ଶାହାବୁଦ୍ଦିନ ଓ ତାଙ୍କ ପରିବାର ଲୋକଙ୍କ ଖୁସି କହିଲେ ନସରେ। ଶାହାବୁଦ୍ଦିନଙ୍କ କହିବା ଅନୁସାରେ, ଗତ ୨ ବର୍ଷ ହେବ ସେ ଏହି ଏହି ଗେମ୍‌ ଖେଳୁ ଥିଲେ। ଏପ୍ରିଲ ୨ ତାରିଖରେ ହୋଇଥିବା ମ୍ୟାଚ୍‌ରେ ସେ ଟିମ୍‌ କରି ଦେଢ଼ କୋଟି ଟଙ୍କା ପୁରସ୍କାର ରାଶି ଜିତିଥିଲେ। ଜିତିଥିବା ଏହି ପୁରସ୍କାର ରାଶିରୁ ସେ ୨୦ ଲକ୍ଷ ଟଙ୍କା ଉଠାଇଛନ୍ତି। 

Advertisment

ଶାହାବୁଦ୍ଦିନ ଭଡ଼ା ଘରେ ରୁହନ୍ତି। ତେଣୁ ତାଙ୍କର ପ୍ରଥମ ସ୍ୱପ୍ନ ହେଉଛି, ଜିତିଥିବା ଏହି ପୁରସ୍କାର ରାଶିରେ ସେ ଏକ ଭଲ ଘର ନିର୍ମାଣ କରିବେ। ଏହାପରେ ଅନ୍ୟ କିଛି ବ୍ୟବସାୟ କରିବେ ବୋଲି ସେ କହିଛନ୍ତି।

Millionaire
Advertisment
Advertisment