• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ହଜାର ହଜାର ଯାତ୍ରୀ ! ଗୋଟିଏ ଟ୍ରାକ୍‌ରେ ଥିଲା ଦୁଇଟି ଟ୍ରେନ୍‌ । ଉପୁଜିଥିଲା ଭୟଙ୍କର ପରିସ୍ଥିତି । ପୁଣି ଦେଖିବାକୁ ମିଳିଥାନ୍ତା ବାହାନଗା ଟ୍ରେନ୍‌ ଟ୍ରାଜେଡି ରିପିଟ୍‌ । କିମ୍ବା ବାହାନଗା ଟ୍ରେନ୍‌ ଟ୍ରାଜେଡି ପାର୍ଟ-୨ । ଆଜ୍ଞା ହଁ ଆଜି କଟକ ଜଗତପୁର ନିକଟ ରେଳ ଧାରଣାରେ ଠିକ୍‌ ଏମିତି କିଛି ଘଟଣା ଘଟିଥାନ୍ତା । ଗୋଟିଏ ଟ୍ରାକ୍‌ରେ ଗୋଟିଏ ଦିଗକୁ ଯାଉଥିଲା ଦୁଇଟି ଟ୍ରେନ୍‌ । ହେଲେ ସୌଭାଗ୍ୟବସତଃ ସଠିକ୍ ସମୟରେ ସଠିକ୍‌ ଦୂରତାରେ ଅଟକିଗଲା ଉଭୟ ଟ୍ରେନ୍‌ । ଆଉ ଅଳ୍ପକେ ବର୍ତ୍ତିଗଲେ ହଜାର ହଜାର ଯାତ୍ରୀ ।

ସ୍ଥାନୀୟ ଅଞ୍ଚଳରେ ଉପସ୍ଥିତ ଥିବା ଲୋକେ ଏହା ଦେଖି ଭୟଭୀତ ହୋଇପଡ଼ିଥିଲେ । ଏମିତିକି ଟ୍ରେନ୍‌ ଅଟକାଅ ବୋଲି ଚିତ୍କାର କରିଥିଲେ । କାରଣ ଏବେ ଓଡ଼ିଶାବାସୀଙ୍କ ମନରୁ ଲିଭିନି ବାହାନଗା ଟ୍ରେନ୍ ଟ୍ରାଜେଡିର ସେହି ଛାତି ଥରା ଦୁର୍ଘଟଣା । ନିମିଷେକେ ଲିଭି ଯାଇଥିଲା ଶହ ଶହ ଜୀବନ ଦୀପ । ହଜାର ହଜାର ଯାତ୍ରୀ ଗୁରୁତର ହୋଇଥିଲେ । ଏମିତିକି ସେହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ଶବ ଏବେ ବି ପଡ଼ି ରହିଛି ଭୁବନେଶ୍ୱର AIIMSରେ ।

ଏହି ପୁରା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସମସ୍ତେ ଏହାକୁ ଦେଖି ଛାନିଆ ହୋଇଛନ୍ତି । ଅନେକ ଲୋକ ଏନେଇ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ସବୁଠାରୁ ବଡ଼ କଥା ହେଲା ଭିଡିଓ ଭାଇରାଲ ହେବା ପରେ ରେଳବାଇ ଦେଇଛି ସ୍ପଷ୍ଟୀକରଣ । ରେଳବାଇ ପକ୍ଷରୁ କୁହାଯାଇଛି ଯେ, ଏହା ଏକ ସ୍ୱାଭାବିକ କାର୍ଯ୍ୟକ୍ରମ । ଏହା ରେଳବାଇର କୌଣସି ପ୍ରକାର ତ୍ରୁଟି ନୁହେଁ । ଏହା ଇଲେକଟ୍ରୋନିକ ସିଗନାଲିଂ ସିଷ୍ଟମର କମାଲ । ଏକ ମିନିଟ୍ ବ୍ୟବଧାନରେ ସମ ଦିଗରେ ଚାଲି ପାରିବ ଦୁଇଟି ଟ୍ରେନ୍ । ଏନେଇ ଖୋଦ୍‌ ଷ୍ଟେସନ ମାଷ୍ଟର ବୟାନ୍‌ ଦେଇଛନ୍ତି । ଏହାସହ ସେ ଭୁଲ୍ ଖବର ପ୍ରସାରଣ ନ କରିବାକୁ ଅନୁରୋଧ କରିଛନ୍ତି ।