Advertisment

Delhi Assembly Election: ‘ଆମ ପାଇଁ ଟ୍ରିପଲ ; ଦିଲ୍ଲୀବାସୀଙ୍କ ପାଇଁ ଡବଲ ସରକାର’

ବିଜୟ ମୁକୁଟ ପିନ୍ଧିବା ପୂର୍ବରୁ ବିଜେପି ଶିବିରରେ ଉତ୍ସବର ମାହୋଲ୍ ଦେଖିବାକୁ ମିଳିଛି। ବିଜେପି କର୍ମୀମାନେ ପରସ୍ପରକୁ ମିଠା ଖୁଆଇ ଖୁସି ମନାଉଛନ୍ତି। ସେଥିରେ ସାମିଲ ହୋଇଛନ୍ତି ଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡ଼ିଆ।

ଅଦ୍ୟତନ ହୋଇଛି
Delhi Assembly Election

Delhi Assembly Election

Advertisment

ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପଥରେ ଆଗେଇ ଚାଲିଛି ବିଜେପି। ଆପ ଓ କଂଗ୍ରେସକୁ ପଛରେ ପକାଇ ଆଗେଇ ଚାଲିଛି ବିଜେପି। ବିଜୟ ମୁକୁଟ ପିନ୍ଧିବା ପୂର୍ବରୁ ବିଜେପି ଶିବିରରେ ଉତ୍ସବର ମାହଲୋ ଦେଖିବାକୁ ମିଳିଛି। ବିଜେପି କର୍ମୀମାନେ ପରସ୍ପରକୁ ମିଠା ଖୁଆଇ ଖୁସି ମନାଉଛନ୍ତି। ସେଥିରେ ସାମିଲ ହୋଇଛନ୍ତି ଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡ଼ିଆ। ସେମାନେ ମଧ୍ୟ ପରସ୍ପରକୁ ମିଠା ଖୁଆଇ ଖୁସି ମନାଉଛନ୍ତି।

Advertisment

ଓଡ଼ିଆ ସେଲର ପ୍ରମୁଖ ରବି ପ୍ରଧାନ କହିଛନ୍ତି, ମହାପ୍ରଭୁ ଜଗନ୍ନାଥ ଓଡ଼ିଶାରେ ପଦ୍ମ ଫୁଟାଇଥିଲେ, ଆଉ ଆଜି ଦିଲ୍ଲୀରେ ପଦ୍ମ ଫୁଟିବାକୁ ଯାଉଛି। ଆଗରୁ ଆମକୁ କେହି ପଚାରୁ ନଥିଲେ। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ନିର୍ବାଚନ ଦାୟିତ୍ୱ ନେବା ପରେ ଓଡ଼ିଆ ସେଲ ଗଠନ କଲେ। ଆମେ ସମସ୍ତେ ଏକଜୁଟ ହେଲୁ। ଦିଲ୍ଲୀରେ ଏବେ ପଦ୍ମ ଫୁଟିବାକୁ ଯାଉଛି।  ଦିଲ୍ଲୀରେ ୧୪ ଲକ୍ଷ ଓଡ଼ିଆ ଅଛନ୍ତି, ସେମାନଙ୍କ ମଧ୍ୟରୁ ୮ଲକ୍ଷ ଭୋଟର। ଆମର ଆଶା ସଫଳ ହେବ। ଦିଲ୍ଲୀରେ ପଦ୍ମ ଫୁଟିବ। ଏହି ୮ ଲକ୍ଷ ଭୋଟ ହିଁ ନିର୍ଣ୍ଣାୟକ ହୋଇଛି ବୋଲି କହିଛନ୍ତି ପ୍ରବାସୀ ଓଡ଼ିଆ । 

ଜଣେ ପ୍ରବାସୀ କହିଛନ୍ତି, ଯେଉଁଟା ଏକଜିଟ୍‌ ପୋଲ ଆକଳନ କରୁଥିଲା, ତାହା ଏବେ ଏକଜାଟ୍‌ ହେବାକୁ ଯାଉଛି। ଏତେ ବର୍ଷ ଅରବିନ୍ଦ କେଜରିୱାଲ ଦିଲ୍ଲୀରେ ଶାସନ କରୁଥିଲେ, ଏଥର ଦିଲ୍ଲୀରେ ପଦ୍ମ ଫୁଟିବାକୁ ଯାଉଛି। ଆମ ପାଇଁ ଟ୍ରିପଲ ସରକାର, ଦିଲ୍ଲୀ ବାସୀଙ୍କ ପାଇଁ ଡବଲ ସରକାର ହେବାକୁ ଯାଉଛି।

Advertisment

Advertisment

BJP Congress Delhi Assembly Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ