• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଉତ୍ତର ପ୍ରଦେଶ ମିରଟରେ ହଜିଗଲା ପୋଷା କୁକୁର । ଆଉ ତାକୁ ଖୋଜିବାକୁ ଲଣ୍ଡନରୁ ଆସିଛନ୍ତି ମାଲିକ । ପୁରା ପରିବାର ଖୋଜୁଛନ୍ତି, ସହର ସାରା ପୋଷ୍ଟର ମରାଯାଇଛି, ବିଜ୍ଞାପନ ବି ଦିଆସରିଲାଣି । ତଥାପି ମିଳୁନି ପୋଷା କୁକୁର ।

ସେପ୍ଟେମ୍ବରରେ ହଜି ଯାଇଛି ଅଗଷ୍ଟ । ଆଉ ଅଗଷ୍ଟକୁ ଖାଜିବାକୁ ଲଣ୍ଡନରୁ ଆସିଛନ୍ତି ମାଲିକ । ହେଲେ ଏହି ଅଗଷ୍ଟ, କୌଣସି ମାସ ନୁହେଁ । ଅଗଷ୍ଟ ହେଉଛି ସେହି ହଜିଯାଇଥିବା କୁକୁରର ନାଁ । ଉତ୍ତର ପ୍ରଦେଶ ମିରଟର ଏକ ପରିବାରର ପୋଷା କୁକୁର ଯିଏ କି ହଜି ଯାଇଛି । କୁକୁର ସଂପର୍କରେ ସୂଚନା ଦେବାକୁ ମିରଟ ସହର ସାରା ମରାଯାଇଛି ପୋଷ୍ଟର । ପ୍ରଥମେ ପୁରସ୍କାର ରାଶି ଥିଲା ୫ ହଜାର ରଖାଯାଇଥିବା ବେଳେ ପରେ ତାକୁ ୧୫ ହଜାରକୁ ବୃଦ୍ଧି କରାଯାଇଛି । ଖବର କାଗଜରେ ମଧ୍ୟ ବିଜ୍ଞାପନ ଦିଆଯାଇଛି । ଯିଏ ବି ଅଗଷ୍ଟ ସଂପର୍କରେ କିଛି ସୂଚନା ପାଆନ୍ତି, ତୁରନ୍ତ ଜଣାଇବାକୁ ଅନୁରୋଧ କରିଛନ୍ତି କୁକୁରର ମାଲିକ ମେଘା ।

ସେପ୍ଟେମ୍ବର ୨୪ ତାରିିଖରୁ ଅଗଷ୍ଟର ପତ୍ତା ମିଳୁନି । ତାକୁ ଖୋଜିବା ପାଇଁ ଲଣ୍ଡନରୁ ଆସିଛନ୍ତି ମାଲିକ ମେଘା ମିଶ୍ର । ମେଘାଙ୍କ ଭଉଣୀ ମଧ୍ୟ ଦିଲ୍ଲୀରୁ ଘରକୁ ଆସିଛନ୍ତି । ଦୁଇ ଭଉଣୀଙ୍କ ସହିତ ପୁରା ପରିବାର ଅଗଷ୍ଟକୁ ଖୋଜୁଛନ୍ତି । ଅଗଷ୍ଟର ବୟସ ପ୍ରାୟ ୮ ବର୍ଷ । ଦିଲ୍ଲୀରେ ପଢୁଥିବା ବେଳେ ମେଘା ତାକୁ ଘରକୁ ଆଣିଥିଲେ । ଏହା ଭିତରେ ମେଘା ଲଣ୍ଡନ ଯାଇ ସେଠାରେ ଚାକିରି କରୁଛନ୍ତି । ଯେତେବେଳେ ସେ ଶୁଣିଲେ ଅଗଷ୍ଟ ହଜି ଯାଇଛି, ସେ ଆଉ ରହିପାରିଲେନି । ଅଫିସରୁ ସପ୍ତାହେ ଛୁଟି ନେଇ ଘରକୁ ଆସିଛନ୍ତି ତାଙ୍କ ପ୍ରିୟ କୁକୁରକୁ ଖୋଜିବା ପାଇଁ । ମେଘାଙ୍କ ସ୍ୱାମୀ ବି କୁକୁରକୁ ଖୋଜିବାକୁ ଲଣ୍ଡନରୁ ଆସିଛନ୍ତି ।

(ରିପୋର୍ଟ- ଅରବିନ୍ଦ ଗୁପ୍ତା, ଅଯୋଧ୍ୟା)