• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସ୍ୱାମୀ ସ୍ତ୍ରୀଙ୍କ ସହମତିରେ ଛାଡ଼ପତ୍ର ପାଇଁ ଆଉ ୬ ମାସ ଅପେକ୍ଷା କରିବାକୁ ପଡ଼ିବନାହିଁ । କେତେକ କ୍ଷେତ୍ରରେ ଉଭୟଙ୍କୁ ୬ ମାସ ଆଗରୁ ହିଁ ଛାଡ଼ପତ୍ର ଦେଇହେବ । ସୁପ୍ରିମକୋର୍ଟ ଆଜି ଏହି ବଡ଼ ରାୟ ଦେଇଛନ୍ତି । ତା’ ସହିତ ସମ୍ବିଧାନର ଧାରା ୧୪୨ ଉପଯୋଗ କରି ସୁପ୍ରିମକୋର୍ଟ ଛାଡ଼ପତ୍ର ରାୟ ଦେଇପାରିବେ ବୋଲି କହିଛନ୍ତି ୫ ଜଣିଆ ସମ୍ବିଧାନିକ ଖଣ୍ଡପୀଠ । କେଉଁ କ୍ଷେତ୍ରରେ ବିବାହ ଆଉ ଆଗକୁ ଚାଲି ପାରିବ ନାହିଁ, ତାହା ସ୍ଥିର କରିବାକୁ କୋର୍ଟ ଗାଇଡଲାଇନ୍ସ ବି ଜାରି କରିଛନ୍ତି ।

ଯଦି ଦମ୍ପତିଙ୍କ ମଧ୍ୟରେ ବୈବାହିକ ସମ୍ପର୍କ ପୂରା ଭାଙ୍ଗି ଯାଇଛି, କୌଣସି ପ୍ରକାରରେ ତାକୁ ଆଉ ଯୋଡ଼ି ହେବନାହିଁ, ସେଭଳି କ୍ଷେତ୍ରରେ ପୂର୍ବଭଳି ଅତିକମରେ ୬ ମାସ ଅପେକ୍ଷା କରିବା ବାଧ୍ୟତାମୂଳକ ହେବନି । ସମ୍ବିଧାନର ଧାରା ୧୪୨ ଉପଯୋଗ କରି ବିଶେଷ ଅଧିକାର ବଳରେ ସୁପ୍ରିମକୋର୍ଟ ଛାଡ଼ପତ୍ର ରାୟ ଦେଇପାରିବେ । ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ଅଯଥାରେ ଅଧିକ ଦିନ ମାମଲା ଜାରି ରଖିବା ଓ ଭାଙ୍ଗି ଯାଇଥିବା ସଂପର୍କକୁ ଯୋଡ଼ିବାକୁ ଚେଷ୍ଟା କରିବା ଅନ୍ୟାୟ ବୋଲି କହିଛନ୍ତି ଖଣ୍ଡପୀଠ ।

ପରସ୍ପରର ସହମତିରେ ଛାଡ଼ପତ୍ର ମାମଲାରେ, ଆଇନ ଅନୁସାରେ ପୂର୍ବରୁ ୬ ମାସ ଅପେକ୍ଷା କରିବାକୁ ପଡୁଥିଲା । ହିନ୍ଦୁ ମ୍ୟାରେଜ ଆକ୍ଟ ଅନୁଯାୟୀ, ସ୍ୱାମୀ-ସ୍ତ୍ରୀ ଛାଡ଼ପତ୍ର ପାଇଁ ଆବେଦନ କଲେ, ପରିବାର ଅଦାଲତ ୬ ମାସ ସମୟ ଦେଉଥିଲେ । ନିଜ ନିଷ୍ପତ୍ତିର ପୁନର୍ବିଚାର ପାଇଁ ସେମାନଙ୍କୁ ଏହି ସମୟ ଦିଆଯାଉଥିଲା । ଏହା ଦ୍ୱାରା ବହୁ ମାମଲା ପଡ଼ି ରହୁଥିଲା । କେତେକ କ୍ଷେତ୍ରରେ ଆହୁରି ତିକ୍ତତା ମଧ୍ୟ ବଢୁଥିଲା । ଆଜିର ସୁପ୍ରିମକୋର୍ଟ ରାୟ ପରେ ଆଉ ୬ ମାସ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ତେବେ ସବୁ ବିବାହ ବିଚ୍ଛେଦ ମାମଲା ପାଇଁ ଏହା ଲାଗୁ ହେବ ନାହିଁ ।

ସେହିପରି କୋଲକାତା ହାଇକୋର୍ଟ ଏକ ରାୟ ଦେଇଛନ୍ତି ଯେ- ଯଦି ଉଭୟ ପୁରୁଷ ଓ ମହିଳା ପରସ୍ପରର ବୈବାହିକ ଜୀବନ ଓ ସନ୍ତାନସନ୍ତତି ଥିବା କଥା ଜାଣି ଲିଭ୍ଇନ୍‌ରେ ରୁହନ୍ତି ଓ ପରେ ସେଥି ମଧ୍ୟରୁ ଜଣେ ସେହି ସଂପର୍କରୁ ଓହରି ଯାଏ, ତେବେ ତାକୁ ଠକେଇ ବୋଲି କୁହାଯାଇପାରିବ ନାହିଁ ।

  • Reported by:
  • GAUTAM PANDA , BIBARTAN PANDA