Maharashtra Government
ମୁମ୍ବାଇ ସ୍ଥିତ ବିଧାନଭବନରେ ପାଳିତ ହୋଇଯାଇଛି ପାର୍ଲିଆମେଣ୍ଟ ଏସଟିମେଟସ କମିଟିର ପ୍ଲାଟିନମ ଜୁବୁଲି । ଏହା ୨ଦିନ ଧରି ପାଳିତ ହୋଇଥିଲା। ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା ଏହାକୁ ଉଦଘାଟନ କରିଥିଲେ । ଏବେ ଏହା ବିବାଦକୁ ଆସିଯାଇଛି । ବୈଠକକୁ ଆସିଥିବା ଅତିଥିଙ୍କ ଖାଇବା ଖର୍ଚ୍ଚକୁ ନେଇ ଉଠିଛି ବିବାଦ ।
ସାମାଜିକ କର୍ମୀ ବିଜୟ କୁମ୍ଭାର ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏହାର ତୀବ୍ର ସମାଲୋଚନା କରିଛନ୍ତି । କହିଛନ୍ତି ଏହି କମିଟି ଅଯଥା ଖର୍ଚ୍ଚ ଉପରେ ରୋକ ଲଗାଇବାକୁ କହିଥାଏ । ସେମାନେ କିନ୍ତୁ ଖାଇବାରେ ୨୭ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଲେ ।
ଅଧିକ ପଢ଼ନ୍ତୁ: ମର୍ମନ୍ତୁଦ ଦୁର୍ଘଟଣା; ନଦୀକୁ ଖସିଲା ବସ୍
ସେ ପୋଷ୍ଟରେ ଲେଖିଛନ୍ତି ମୁମ୍ବାଇର ବିଧାନ ଭବନକୁ ପୁରା ଦେଶରୁ ଆସିଥିବା କମିଟି ସଦସ୍ୟଙ୍କ ପାଇଁ ରାଜକୀୟ ଭୋଜିର ଆୟୋଜନ କରାଯାଇଥିଲା । ଯେଉଁଥିରେ ପ୍ରତି ବ୍ୟକ୍ତିଙ୍କ ଖାଇବା ଖର୍ଚ୍ଚ ଥିଲା ୪ହଜାର ୫୦୦ଟଙ୍କା । ଏହି ଭୋଜିରେ ଅତିଥି ମାନଙ୍କୁ ରୁପାର ଥାଳିରେ ଖାଇବା ପରଷା ଯାଇଥିଲା । ପ୍ରତି ରୁପା ଥାଳିର ଭଡ଼ା ଥିଲା ୫୫୦ଟଙ୍କା ।
ପାଖାପାଖି ୬୦୦ ଅତିଥିଙ୍କ ପାଇଁ ମୋଟ ୨୭ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଏହା ସେହି କମିଟି ଯିଏ ଲୋକଙ୍କୁ କମ ଖର୍ଚ୍ଚ ଓ ସାଧାରଣ ଜୀବନ ବଞ୍ଚିବାର ପାଠ ପଢାଇଥାଏ କିନ୍ତୁ ଲୋକଙ୍କ ଟଙ୍କାକୁ ଏଭଳି ଭୋଜିର ଆୟୋଜନ କରି ନଷ୍ଟ କରୁଛି ।
ବିଜୟ କୁମ୍ଭାର ଆହୁରି କହିଛନ୍ତି ୪୦ଫୁଟର ଲମ୍ବା ବ୍ୟାନର, ତାଜ ପ୍ୟାଲେସ ଓ ଟ୍ରାଇଡେଣ୍ଟରେ ଅତିଥିଙ୍କ ରହିବା , ବିଳାସପୂର୍ଣ୍ଣ ଡାଇନିଂ ଟେଣ୍ଟ, ଝୁମର ଓ ରେଡ୍ କାର୍ପେଟ୍ ସବୁକିଛି ଲୋକଙ୍କ ପଇସାରେ ହୋଇଛି । ଲୋକମାନେ ଏହାର ଜବାବ ମାଗୁଛନ୍ତି ।
ତେବେ ଅତିଥିମାନଙ୍କୁ ରୁପାର ଥାଳିରେ ଖାଇବାକୁ ଦିଆଯାଇନି । ରୁପାର କୋଟେଡ୍ ଥାଲିରେ ଅତିଥିଙ୍କୁ ଖାଦ୍ୟ ପରଷା ଯାଇଥିଲା । ପ୍ରତି ବ୍ୟକ୍ତିଙ୍କ ଖାଇବା ଖର୍ଚ୍ଚ ୪ହଜାର ନୁହେଁ ତାଠାରୁ କମ ଥିବା ସୂଚନା ମିଳିଛି । ରାଜ୍ୟ ବିଧାନମଣ୍ଡଳ ପକ୍ଷରୁ ଏହା ଉପରେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ବିରୋଧୀ କହିଛନ୍ତି ଏସଟିମେଟସ କମିଟିର ବିନା ଅନୁମତିରେ ଏତେ ଟଙ୍କା ଖର୍ଚ୍ଚ ହୋଇପାରିବ ନାହିଁ । ତେବେ ଏହି ଖର୍ଚ୍ଚ କଣ ପାଇଁ ଓ କିଭଳି ହେଲା । ରାଜ୍ୟ ଉପରେ ୯ ଲକ୍ଷ ୫୦ହଜାର କୋଟିର ଋଣ ରହିଛି । ଏଭଳି ସ୍ଥିତିରେ କମିଟି ଏବେ ସଂଦେହ ଘେରକୁ ଆସିଛି ।
କଂଗ୍ରେସ ବିଧାୟକ ଦଳ ନେତା ବିଜୟ ୱଡେଟ୍ଟିୱାର କହିଛନ୍ତି ଯେତେବେଳେ ରାଜ୍ୟରେ ଚାଷୀ ଖାଇବାକୁ ନପାଇ ଆତ୍ମହତ୍ୟା କରୁଛନ୍ତି , ବେରୋଜଗାରୀ ବଢୁଛି, ରାଜ୍ୟ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ଶାସକ ରୁପା ଥାଳିରେ ୫ହଜାର ଟଙ୍କାର ଖାଦ୍ୟ ଖାଉଛନ୍ତି । ଯେଉଁମାନେ ରୁପା ଥାଳିରେ ବସି ଖାଇବା ଖାଉଛନ୍ତି ସେମାନେ ଭୋକିଲା ଲୋକଙ୍କ କଷ୍ଟ କଣ ବୁଝିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750922426.jpg)