• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଜି ଦୀପାବଳି । ଆଉ ଏହି ପର୍ବ ବିଷୟରେ ସମସ୍ତେ କିଛି ନା କିଛି ଜାଣନ୍ତି । ଏହି ପର୍ବ ସହ ଆମର ପୌରାଣିକ ସମ୍ପର୍କ ରହିଛି । କିନ୍ତୁ ଆଜି ଆମେ ପୌରାଣିକ ଦିଗ ଉପରେ କୌଣସି ଆଲୋଚନା କରିବା ନାହିଁ । ଆମେ ଆଜି ଏମିତି କିଛି କହିବୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଆପଣ ଭାବିଛନ୍ତି ଦୀପାବଳି କେବଳ ଏକ ପର୍ବର ନାଁ । କିନ୍ତୁ ଆମେ ଆଜି କହୁଛୁ ଏକ ଗାଁର ନାଁ ମଧ୍ୟ ଦୀପାବଳି । ତେବେ କାହିଁକି ଏ ଗାଁକୁ ଦୀପାବଳି ନାଁରେ ନାମକରଣ କରାଯାଇଛି ? କିଏ ଏହି ଗାଁକୁ ଦୀପାବଳି ନାଁ ଦେଇଛି ?

ତେବେ ଆସନ୍ତୁ ଯିବା ପୂରା କାହାଣୀକୁ...

ପୁରୁଖା ଲୋକଙ୍କ କହିବା କଥା.. ଗାଁର ନାଁ ପଛରେ ଜଣେ ରାଜାଙ୍କ ଭୂମିକା ରହିଛି । ଯିଏ କି ଏହି ଗାଁର ନାମକରଣ କରିଥିଲେ । ଗାଁର ଅନ୍ଧକାରକୁ ଦୂରେଇ ଆଲୋକ ଆଣି ଦେଇଥିଲେ । ଦୀପାବଳି କହିଲେ ସାଧାରଣତଃ ଆଲୋକର ପର୍ବକୁ ବୁଝନ୍ତି । ହେଲେ ଏ ଗାଁ ସେହି ଦୀପର ଆଲୋକରେ ଆଲୋକିତ ହୋଇଛି । ଆଉ ଗାଁର ଲୋକମାନେ ଖୁସିରେ ଜୀବନଯାପନ କରୁଛନ୍ତି ।

ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଗାର୍ ସବ୍‌ଡିଭିଜନର ଗୋଟିଏ ଗାଁର ନାଁ ହେଉଛି ଦୀପାବଳି । ଏହି ଗାଁରେ ସୋଡି ସମ୍ପ୍ରଦାୟର ଲୋକେ ବସବାସ କରନ୍ତି । ଗାଁର ଲୋକମାନେ ଶ୍ରୀକାକୁଲମର ରାଜାଙ୍କୁ ଦୀପ ଦେଖାଇ ସେବା କରି ଥିବାରୁ ଏହି ଗାଁର ନାଁ ଦୀପାବଳି ରଖାଯାଇଛି ।

କୁହାଯାଏ ଶ୍ରୀକାକୁଲାମର ଜଣେ ରାଜା ଥରେ ଏହି ଗାଁ ଦେଇ ଭଗବାନ ଶ୍ରୀ କୁର୍ମନାଥଙ୍କୁ ଦର୍ଶନ ପାଇଁ ଯାଇଥିଲେ । ହେଲେ ଫେରିବା ବେଳେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ । ତେଣୁ ଗ୍ରାମବାସୀ ଦୀପ ଧରି ରାଜାଙ୍କ ସେବା କଲେ । ରାଜା ସୁସ୍ଥ ହେବା ପରେ ଗାଁର ନାଁ କ’ଣ ବୋଲି ପଚାରିଲେ । ହେଲେ ଗାଁର ନାଁ ପୂର୍ବରୁ କିଛି ରଖାଯାଇନଥିଲା । ତେଣୁ ଲୋକମାନେ ଗାଁର କୌଣସି ନିର୍ଦ୍ଦିଷ୍ଟ ନାଁ ନାହିଁ ବୋଲି କହିଥିଲେ ।

ଗାଁର ଲୋକମାନେ ଦୀପ ଦେଖାଇ ରାଜାଙ୍କ ଚିକିତ୍ସା କରିଥିବାରୁ ଏହି ଗାଁ ନା ଦୀପାବଳୀ ବୋଲି ରାଜା ରଖିଥିଲେ । ତେଣୁ ସେବେଠୁ ଏହି ଗାଁର ନାଁ ଦୀପାବଳି ରହିଛି । ଆଜି ଯାଏଁ ଲୋକମାନେ ଏହି ଗାଁକୁ ଦୀପାବଳି ବୋଲି କହିଥାନ୍ତି । ସୁଠାରୁ ବଡ଼ କଥା ହେଉଛି, ପ୍ରତ୍ୟେକ ବର୍ଷ ଦୀପାବଳି ଆସିଲେ ଏହି ଗାଁର ନାଁ ଚର୍ଚ୍ଚାକୁ ଆସିଥାଏ ।

ସେହିପରି ପଞ୍ଜାବର ଜଳନ୍ଧରରେ ବି ରହିଛି ଆଉ ଏକ ଦୀପାବଳି ଗାଁ । ଏହି ଗାଁକୁ ନେଇ ମଧ୍ୟ ସେହପରି କିଛି କଥା ଶୁଣିବାକୁ ମିଳେ । ଦୀପାବଳି ଆସିଲେ ଏହି ଗାଁଟି ମଧ୍ୟ ଚର୍ଚ୍ଚାର ପରିଧିକୁ ଆସିଥାଏ ।

OTV is now on Whatsapp

Join and get latest news update delivered to you via whatsapp

Join Now