Advertisment

OTV ହାତରେ ଅଭୟାଙ୍କ ବାପା-ମାଆଙ୍କ EXCLUSIVE ଫୋନ୍ କଲ୍ ରେକର୍ଡ

୯ ତାରିଖ ଦିନ RG କର୍ ମେଡିକାଲରୁ ଆସିଥିଲା ଫୋନ୍ । ଦିନ ପ୍ରାୟ ୧୧ଟା ବେଳେ ଫୋନ୍ କରିଥିଲେ ଡେପୁଟି ସୁପରିଟେଣ୍ଡେଣ୍ଟ୍ ।

author-image
Satyendu Shekher Mishra
undefined

Kolkata Doctor Death Case

ଅଭୟାଙ୍କ ମୃତ୍ୟୁକୁ ଲୁଚାଇଥିଲା କି ଆରଜି କର୍ ମେଡିକାଲ୍? ବାପା ମାଆଙ୍କୁ ବିଳମ୍ବରେ ଓ ଜାଣିଶୁଣି ବିଭ୍ରାନ୍ତି କଲା ଭଳି ଖବର ଦେଇଥିଲେ କି ମେଡିକାଲ୍ କତ୍ତୃପକ୍ଷ ? ଓଟିଭି ହାତରେ ଲାଗିଛି ୯ ତାରିଖ ଦିନ ଘଟଣା ପରର EXCLUSIVE ଫୋନ୍ କଲ୍ । ଯେଉଁଠି ଆର୍‌ ଜି କର ମେଡିକାଲର ଡେପୁଟି ସୁପରିଟେଣ୍ଟଣ୍ଡ କହୁଥିବା ଜଣେ ମହିଳା ଅଧିକାରୀ, ଅଭୟାଙ୍କ ଘରକୁ ଫୋନ୍ କରିଥିଲେ। ୯ ତାରିଖ ଅର୍ଥାତ ମୃତଦେହ ମିଳିଥିବା ଦିନ ପ୍ରାୟ ୧୧ଟା ବେଳେ ଫୋନ୍ କରି ପରିବାରକୁ ଝିଅ ଅସୁସ୍ଥ ଥିବା କଥା ଜଣାଇଥିଲେ ।

Advertisment

ଥରେ ନୁହେଁ ବାରମ୍ବାର, ଅଭୟାଙ୍କ ବାପାମାଆ ନେହୁରା ହୋଇଥିଲେ। ଝିଅର କଣ ହୋଇଛି ଜାଣିବାକୁ । ଯେତେ କାକୁତି ମିନତି ହେବା ପରେ ବି କିଛି ବି ଜଣାଇନଥିଲେ କଲ୍ କରିଥିବା ସେହି ମହିଳା କର୍ମଚାରୀ। କେବଳ କହି ଚାଲିଥିଲେ ଝିଅ ଅସୁସ୍ଥ ଅଛି, ଦେହ ବହୁତ ଖରାପ ଅଛି। ଅଭୟାଙ୍କୁ କଣ ହୋଇଛି, ତା ଦେହ କେମିତି ଖରାପ ହେଲା ସେକଥା ଯେତେ ପଚାରିଲେ ବି ବାପା, ମାଆଙ୍କୁ କିଛି ଜଣାଇନଥିଲେ। ଏହାର କିଛି ସମୟ ପରେ ପୁଣି କଲ୍ କରି ଝିଅ ଆତ୍ମହତ୍ୟା କରିଛି ବୋଲି ବେପରୁଆ ଭାବେ ଜଣାଇଥିଲେ ସେହି ମହିଳା କର୍ମଚାରୀ ଜଣକ।

ଏହି ଫୋନ୍ କଲ୍‌କୁ ନେଇ ହିଁ ପ୍ରଥମ ଦିନରୁ ପରିବାର ଲୋକେ ମେଡିକାଲ୍ କତ୍ତୃପକ୍ଷ, କୋଲକାତା ପୋଲିସର ତଦନ୍ତ ପ୍ରକ୍ରିୟା ନେଇ ସନ୍ଦେହ ପ୍ରକାଶ କରିଛନ୍ତି।

Advertisment

ଏଠି ପ୍ରଶ୍ନ ଉଠୁଛି କାହିଁକି ଅଭୟାଙ୍କ ପରିବାରକୁ ସତ ଜଣାଇନଥିଲା ଆର୍‌ ଜି କର ମେଡିକାଲ୍? ମୃତଦେହକୁ ସକାଳ ୭ଟା ପୂର୍ବରୁ ଉଦ୍ଧାର ସତ୍ତ୍ବେ ଦିନ ୧୧ଟା ଯାଏଁ କାହିଁକି ପରିବାରଲୋକଙ୍କୁ ଜଣାଯାଇନଥିଲା? ଫୋନ୍ କରି ଅସୁସ୍ଥ ଥିବା କଥା ଏତେ ବିଳମ୍ବରେ ଓ ଏତେ ବେପରୁଆ ଭାବରେ କାହିଁକି ଜଣାଇଲେ ? ଝିଅ ଆତ୍ମହତ୍ୟା କରିଥିବା କାହିଁକି କହିଲେ ?

ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଆରଜି କର୍ ମେଡିକାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଓ ଅଭିଯୁକ୍ତ ସଞ୍ଜୟ ରାୟର ନିବିଡ଼ ସମ୍ପର୍କର ଆଉ ଏକ ପ୍ରମାଣ। ଏକାଠି ଗୋଟିଏ ଜାଗାରେ କେକ୍ କାଟୁଥିବା ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଦିନ ଯେତିକି ଗଡୁଛି, ଅଭୟା ମାମଲାକୁ ନେଇ ସନ୍ଦେହ ସେତିକି ବଢ଼ିବାରେ ଲାଗିଛି।

Advertisment
Advertisment