/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721648098.jpg)
Diamond Necklace in Trash
ଅଳିଆ ଗଦାରୁ ମିଳିଲା ୫ ଲକ୍ଷର ହୀରା ହାର। କଥାଟା ବିଶ୍ବାସ ଲାଗୁନଥିଲେ ବି ସତ। ଆପଣ ଯଦି ଅଳିଆ ଗଦାରୁ ୫ ଲକ୍ଷର ହୀରା ହାର ପାଆନ୍ତି ତେବେ ଭାବନ୍ତୁ ଆପଣଙ୍କ ଅବସ୍ଥା କଣ ହେବ ? ନିଶ୍ଚୟ ଖୁସିରେ ଯେକେହି ବି ଆନନ୍ଦରେ ଡେଇଁବେ। ଯଦ ଆପଣଙ୍କର ହଜିଯାଏ ଓ ପରେ ମିଳେ। ତେବେ ଆପଣଙ୍କ ଖୁସି ବି ଦ୍ୱିଗୁଣିତ ହେବ। ସେମିତି ସମାନ ଘଟଣା ଘଟିଛି ତାମିଲନାଡୁର ଚେନ୍ନାଇରେ ।
ଜଣେ ବ୍ୟକ୍ତି ଘରେ ଥିବା ୫ ଲକ୍ଷର ହୀରା ହାରକୁ ଅଳିଆଗଦାରେ ଫୋପାଡି ଦେଇଥିଲେ। କିନ୍ତୁ ଯେତେବେଳେ ଏକଥା ତାଙ୍କର ମନେ ପଡ଼ିଲା ସେତେବେଳେ ବହୁତ ଡେରି ହୋଇଯାଇଥିଲା । ଯାହା ଫଳରେ ତାଙ୍କର ଚିନ୍ତା ବଢି ଯାଇଥିଲା। ତେବେ ବ୍ୟକ୍ତି ଜଣକ ବିଳମ୍ବ ନକରି ହୀରା ହାର ଖୋଜିବାରେ ମ୍ୟୁନିସିପାଲିଟି କର୍ପୋରେସନ୍ ଟିମ୍କୁ ସାହାଯ୍ୟ ମାଗିଥିଲେ।
₹5,00,000 worth diamond necklace was recovered from garbage by the conservancy team of Dn137, Zn10.#GCC appreciates @SumeetUrbaser team that helped Mr Devaraj residing in an apartment in RajamannarSalai who accidentally disposed of the necklace that was recovered from the bin. pic.twitter.com/OMR1n2Gujt
— Greater Chennai Corporation (@chennaicorp) July 21, 2024
କେମିତି ହଜିଲା ହାର ?
ମ୍ୟୁନିସିପାଲିଟି ଟିମ୍ର କଠିନ ପରିଶ୍ରମ ଫଳପ୍ରଦ ହେଲା । ଶେଷରେ ହୀରା ହାରଟିକୁ ଅଳିଆ ଗଦା ଭିତରେ ଗୁଡ଼ାଇ ହୋଇଥିବାର ଦେଖିଥିଲେ । ଯାହାଫଳରେ ତାଙ୍କ ଖୁସି ଦ୍ୱିଗୁଣିତ ହୋଇଯାଇଥିଲା । ଚେନ୍ନାଇରେ ରହୁଥିବା ଦେବରାଜ ନାମକ ଜଣେ ବ୍ୟକ୍ତି ହଠାତ୍ ଘରେ ରଖାଯାଇଥିବା ହୀରା ହାରଟିକୁ ଅଳିଆ ଭାବି ଡଷ୍ଟବିନ୍କୁ ଫୋପାଡ଼ି ଦେଇଥିଲେ। ଦେବରାଜଙ୍କ ମା’ଏହି ହୀରା ହାରକୁ ତାଙ୍କ ଝିଅର ବିବାହରେ ଉପହାର ସ୍ୱରୂପ ଦେବା ପାଇଁ କିଣିଥିଲେ । ତାଙ୍କ ଝିଅର କିଛି ଦିନ ପରେ ବିବାହ ହେବାକୁ ଯାଉଥିଲା ।
ହୀରା ହାରଟି ହଜିଯିବା କଥା ଯେତେବେଳେ ଦେବରାଜଙ୍କ ମା’ କହିଥିଲେ ସେତେବେଳେ ତାଙ୍କର ମନେ ପଡିଥିଲା ଯେ ସେ ଏହି ହାରକୁ ଅଳିଆ ଭାବି ଡଷ୍ଟବିନ୍ରେ ପକାଇ ଦେଇଛନ୍ତି ବୋଲି । କିନ୍ତୁ ସେତେବେଳେ ଘଟଣାକୁ ଦୁଇଦିନ ବିତିଯାଇଥିଲା । ବିଳମ୍ବ ନକରି ଦେବରାଜ ମ୍ୟୁନିସିପାଲିଟି ଟିମ୍କୁ ଡାକି ପୂରା ଘଟଣା ବିଷୟରେ କହିଥିଲେ । ମ୍ୟୁନିସିପାଲିଟି ଟିମ୍ ଅଳିଆ ଗଦାରେ ବହୁ ସମୟ ଖୋଜା ଖୋଜି ପରେ ହୀର ହାରଟି ମିଳିଥିଲା । ଶେଷରେ ଦେବରାଜ ମ୍ୟୁନିସିପାଲିଟି କର୍ପୋରେସନ ଟିମ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)