/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684922800.jpg)
Dhitang Dhitang In Sydney
ସିଡନୀରେ ବାଜିଲା ଓଡ଼ିଆ ଗୀତ । ଝୁମିଲେ ହଜାର ହଜାର ଲୋକ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଡନୀ ପାର୍କରେ ଏକ ଭବ୍ୟ ସ୍ୱାଗତ କରାଯାଇଛି । ଆଉ ଏହି ସ୍ୱାଗତ କାର୍ଯ୍ୟକ୍ରମରେ ପରିବେଷଣ ହୋଇଥିଲା ଓଡ଼ିଆ ଲୋକଗୀତ ଧିତାଙ୍ଗ ଧିତାଙ୍ଗ । ଏହାକୁ ପରିବେଷଣ କରିଥିଲେ ଓଡ଼ିଆ କଳାକାର । ଦୁରୁଆ ସମ୍ପ୍ରଦାୟର ଲୋକେ ବିବାହ ସମାରୋହ ବେଳେ ଏହି ନୃତ୍ୟ ଜରିଆରେ ସେଲିବ୍ରେସନ କରନ୍ତି । ଢୋଲ, ଝାଞ୍ଜକୁ ବ୍ୟବହାର କରି ପ୍ରସ୍ତୁତ ହୋଇଥିବା ଏହି ଗୀତ ଯେତେ ସ୍ମୃତି ମଧୁର ସେତେ ପ୍ରଭାବଶାଳୀ । କଣ୍ଠଶିଳ୍ପୀ ସୁସ୍ମୃିତା ଦାସ ଏହି ଗୀତକୁ ଗାଇଛନ୍ତି । ସିଡନୀ ପାର୍କର ମଞ୍ଚରେ ଧିତାଙ୍ଗ ଧିତାଙ୍ଗ ପରିବେଷଣ ବେଳେ ଝୁମିଥିଲେ ହଜାର ହଜାର ପ୍ରବାସୀ ଭାରତୀୟ ।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ପ୍ରସଙ୍ଗ ଉଠାଇ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହି ପ୍ରସଙ୍ଗରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛି ଅଷ୍ଟ୍ରେଲିଆ । ଦ୍ୱିପାକ୍ଷିକ ଆଲୋଚନା ବେଳେ ଦୁଇ ଦେଶ ମଧ୍ୟରେ ସଂପର୍କ ସୁଦୃଢ କରିବା ନେଇ ଆଲୋଚନା ହୋଇଛି । ଏହାସହ ଦୁଇ ଦେଶ ମଧ୍ୟରେ ବ୍ୟବସାୟ ବୃଦ୍ଧି, ଆଞ୍ଚଳିକ ସୁରକ୍ଷା ଓ ସ୍ଥିରତା ନେଇ ଆଲୋଚନା ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଅଷ୍ଟ୍ରେଲିଆର ଗଭର୍ଣ୍ଣର ଜେନେରାଲଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ।
ଦୁଇ ଦେଶ ମଧ୍ୟରେ ଅକ୍ଷୟଶକ୍ତି ବିକାଶ ଦିଗରେ କାର୍ଯ୍ୟ କରିବା ଉପରେ ସହମତି ପ୍ରକାଶ ପାଇଛି । ଏହି ଅବସରରେ ବେଙ୍ଗାଳୁରୁରେ ଏକ ନୂଆ ଅଷ୍ଟ୍ରେଲିଆ କନସୁଲେଟ ଜେନେରାଲ ସ୍ଥାପନ ନେଇ ସୂଚନା ଦେଇଛନ୍ତି ଆଲବେନିଜ । ତିନି ଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଅଷ୍ଟ୍ରେଲିଆର ପ୍ରମୁଖ ଖବର କାଗଜରେ ପ୍ରଥମ ପୃଷ୍ଠା ମଣ୍ଡନ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)