Advertisment

ବିମାନର ପଛ ପଟ ମାଟିରେ ବାଜିବାରୁ ଇଣ୍ଡିଗୋକୁ ୩୦ ଲକ୍ଷ ଫାଇନ୍

ଇଣ୍ଡିଗୋ ପକ୍ଷରୁ ଏକ ବିବୃତିରେ କୁହାଯାଇଛି, ଡିଜିସିଏର ନିର୍ଦ୍ଦେଶର ତର୍ଜମା କରାଯାଉଛି, ତା ପରେ ଉତ୍ତର ଦିଆଯିବ।

author-image
Chandan Shishu
ଅଦ୍ୟତନ ହୋଇଛି
DGCA imposes Rs 30 lakh fine on IndiGo

DGCA imposes Rs 30 lakh fine on IndiGo

ଇଣ୍ଡିଗୋ ଏୟାର ଲାଇନ୍ସକୁ ୩୦ ଲକ୍ଷ ଫାଇନ୍। ଅବତରଣ ବେଳେ ୬ ମାସ ଭିତରେ ୪ଥର ବିମାନର ଟେଲ୍ ବା ପଛ ଭାଗ ମାଟିରେ ବାଜିଥିବାରୁ ଡିଜିସିଏ ଏହି ଫାଇନ୍ କରିଛି। ଜୁନରେ ଏହାର ଅଡିଟ୍ କରିଥିଲା ଡିଜିସିଏ । ତା ସହିତ ଅପରେସନ, ଟ୍ରେନିଂ, ଇଂଜିନିୟରି, ଫ୍ଲାଇଟ ଡାଟା ମନିଟରିଂରେ ଅନେକ ଅବ୍ୟବସ୍ଥା ରହିଥିବାର ଅଡିଟ୍ ଜଣାପଡ଼ିଥିଲା। ଏହା ପରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା।

Advertisment

ଡିଜିସିଏ କହିଛି, ଇଣ୍ଡିଗୋର ଉତ୍ତର ସନ୍ତୋଷଜନକ ନ ଥିଲା। ତେଣୁ ଏହି ଫାଇନ୍ କରାଯାଇଛି ଏବଂ ତ୍ରୁଟି ସୁଧାରିବାକୁ ନିଆଯାଇଛି ନିର୍ଦ୍ଦେଶ। ଇଣ୍ଡିଗୋ ପକ୍ଷରୁ ଏକ ବିବୃତିରେ କୁହାଯାଇଛି, ଡିଜିସିଏର ନିର୍ଦ୍ଦେଶର ତର୍ଜମା କରାଯାଉଛି, ତା ପରେ ଉତ୍ତର ଦିଆଯିବ। ତେବେ ଯାତ୍ରୀଙ୍କ ସୁରକ୍ଷା ସହିତ କୌଣସି ପ୍ରକାର ସାଲିସ୍ କରେନି ବୋଲି କହିଛି ଇଣ୍ଡିଗୋ।

Advertisment

ଫ୍ଲାଇଟ ଡାଟା ମନିଟରିଂ କାର୍ଯ୍ୟକ୍ରମର ଯାଞ୍ଚ କରାଯିବା ସମୟରେ ଇଣ୍ଡିଗୋ ଦସ୍ତାବିଜ ପ୍ରସ୍ତୁତି ଠାରୁ ଆରମ୍ଭ କରି ଅପରେସନ ଓ ଇଞ୍ଜିନିୟରିଂ ପ୍ରକ୍ରିୟା ଯାଏ ସବୁଥିରେ ବ୍ୟବସ୍ଥାଗତ ଅଭାବ ରହିଥିବା ଜଣାପଡ଼ିଛି। ସବୁଥିରେ କମ୍ପାନୀ ଧାର୍ଯ୍ୟ ନିୟମକୁ ପୂରଣ କରି ପାରି ନଥିବାରୁ ଡିଜିସିଏ ଇଣ୍ଡିଗୋକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା।

କମ୍ପାନୀ ମଧ୍ୟ ଏହାର ଜବାବ ରଖିଥିଲା। କିନ୍ତୁ ଏକାଧିକ ସ୍ତରରେ ଜବାବର ରିଭ୍ୟୁ କରାଯାଇଥିଲେ ହେଁ ଏହା ସନ୍ତୋଷଜନକ ସାବ୍ୟସ୍ତ ହୋଇ ପାରି ନଥିଲା। ଏଥିପାଇଁ ଡିଜିସିଏ ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ୩୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରିଛି। ସେହିପରି କମ୍ପାନୀକୁ ଡିଜିସିଏ ଗାଇଡଲାଇନ ଅନୁସାରେ ନିଜର ଦସ୍ତାବିଜ୍ ଓ ପ୍ରକ୍ରିୟାରେ ସଂଶୋଧନ କରିବାକୁ କୁହାଯାଇଛି।

DGCA IndiGo Airlines
Advertisment
Advertisment