• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବ୍ରିଟେନର କିଙ୍ଗ ଚାର୍ଲ୍ସ ତୃତୀୟଙ୍କ ରାଜ୍ୟାଭିଷେକ କାର୍ଯ୍ୟକ୍ରମରେ ଦେଖିପାରିବେ ଭାରତୀୟ ପରିଧାନର ଛାପ । ପଶ୍ଚିମବଙ୍ଗର ଡିଜାଇନର ପ୍ରିୟଙ୍କା ମଲ୍ଲିକ ଚାର୍ଲସ ଏବଂ କୁଇନ କନସର୍ଟ, କାମିଲାଙ୍କ ପାଇଁ ଡିଜାଇନ କରିଛନ୍ତି ଡ୍ରେସ । ଏଥିପାଇଁ ବକିଙ୍ଗହମ ପ୍ୟାଲେସରୁ ମଧ୍ୟ ତାଙ୍କ ନିକଟକୁ ଆସିଛି ପ୍ରଶଂସାପତ୍ର । ତାଙ୍କ ଡିଜାଇନରେ ପ୍ରଭାବିତ ହୋଇ ରାଜପରିବାର ତରଫରୁ ଏହି ରୟାଲ ପାର୍ଟିରେ ସାମିଲ ହେବାକୁ ନିମନ୍ତ୍ରଣ ମଧ୍ୟ ମିଳିଛି ଏହି ବଙ୍ଗୀୟ ଫ୍ୟାଶନ ଡିଜାଇନରଙ୍କୁ ।

ଲଣ୍ଡନ ରାଜପରିବାରରେ ଚମକିବ ଭାରତୀୟ ଡିଜାଇନରଙ୍କ ଡ୍ରେସ୍ । କିଙ୍ଗ ଚାର୍ଲ୍ସ ତୃତୀୟଙ୍କ ରାଜ୍ୟାଭିଷେକ କାର୍ଯ୍ୟକ୍ରମରେ କୁଇନ୍ କନସର୍ଟ କାମିଲାଙ୍କ ପାଇଁ ଡ୍ରେସ୍ ଡିଜାଇନ କରିଛନ୍ତି ପଶ୍ଚିମବଙ୍ଗ ହୁଗଲି ଜିଲ୍ଲାର ଝିଅ ପ୍ରିୟଙ୍କା ମଲ୍ଲିକ । କେବଳ କୁଇନ ନୁହନ୍ତି କିଙ୍ଗ ଚାର୍ଲ୍ସଙ୍କ ପରିଧାନରେ ଶୋଭା ପାଇବ ପ୍ରିୟଙ୍କାଙ୍କ ଡିଜାଇନର ବ୍ରୋଚ୍ । କିଙ୍ଗ ଚାର୍ଲସଙ୍କ ପାଇଁ ଓ କାମିଲାଙ୍କ ପାଇଁ କରିଥିବା ଡିଜାଇନକୁ ସେ ରାଣୀଙ୍କ ନିକଟକୁ ପଠାଇଥିଲେ । କାମିଲା ମଧ୍ୟ ତାଙ୍କ ଡ୍ରେସର ତାରିଫ କରିଥିବା ନେଇ ବକିଙ୍ଗହମ୍ ପ୍ୟାଲେସରୁ ପ୍ରଶଂସାପତ୍ର ଆସିଛି ।

ରାଣୀଙ୍କ ପାଇଁ ଲାଲ୍ ରଙ୍ଗର ଗୋଲାପ ଡିଜାଇନିଂ ହୋଇଥିବା ବେଳେ ରାଜାଙ୍କ ପାଇଁ ତିଆରି ହୋଉଥିବା ସୁଟରେ ପ୍ରଜାପତିର ଏକ ଡିଜାଇନିଂ ରହିଛି । ଯଦି ତାଙ୍କ ଡିଜାଇନ ସିଲେକ୍ଟ ହୁଏ, ତାହେଲେ ଉଭୟ ରାଜା ଓ ରାଣୀଙ୍କ ଏହି ପରିଧାନ ପିନ୍ଧି ରାଜକୀୟ କାର୍ଯ୍ୟକ୍ରମରେ ସାମିଲ ହେବେ ।

ଆସନ୍ତା ମେ ୭ ତାରିଖରେ ବକିଙ୍ଗହମ୍ ପ୍ୟାଲେସରେ ଅନୁଷ୍ଠିତ ହେବାକୁ ଯାଉଛି କିଙ୍ଗ ଚାର୍ଲ୍ସଙ୍କ ରାଜ୍ୟଭିଷେକ ସମାରୋହ । ଯେଉଁଥିରେ ପ୍ରିୟଙ୍କାଙ୍କ ହାତ ତିଆରି ଗୋଲାପୀ ଡ୍ରେସ ପିନ୍ଧିପାରନ୍ତି ରାଣୀ କାମିଲା । ଏମିତିକି କୁଇନଙ୍କ ପାର୍ଟିରେ ଯୋଗ ଦେବା ପାଇଁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ ବି ହୋଇଛି । ତେବେ ଏହି ରୟାଲ ପାର୍ଟିରେ ଭର୍ଚୁଆଲ ମୋଡରେ ଯୋଗ ଦେବେ ବୋଲି ପ୍ରିୟଙ୍କା କହିଛନ୍ତି । ବ୍ରିଟେନ ରାଜା-ରାଣୀଙ୍କ ପ୍ରଶଂସାପତ୍ର ପାଇବା ପରେ ୨୯ ବର୍ଷ ବୟସ୍କା ପ୍ରିୟଙ୍କା ଯେତିକି ଖୁସି, ତାଙ୍କ ପରିବାର ମଧ୍ୟ ବେଶ୍ ଉତ୍ସାହିତ ।

କୋଲକାତାରେ ପାଠ ପଢା ସାରିବା ପରେ ଇଟାଲୀର ମିଲାନ୍ ଓ ପରେ ହାର୍ଭାର୍ଡ ଏବଂ ଆମେରିକାର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ପଢିଛନ୍ତି ପ୍ରିୟଙ୍କା । ବ୍ରିଟେନର କମନୱେଲଥ୍ ସୋସାଇଟିର ସେ ଜଣେ ରୟାଲ ସଦସ୍ୟ ବି ଅଛନ୍ତି । ଯଦି ବ୍ରିଟିଶ ରାଜ୍ୟାଭିଷେକରେ ତାଙ୍କ ପରିଧାନ ସ୍ଥାନ ପାଏ ଏହା ତାଙ୍କ ପାଇଁ ଅନ୍ୟତମ ଉପଲବ୍ଧି ହେବ ।